ଚାଷୀଙ୍କ ବିରୋଧରେ ଏତଲା, ରାହୁଲ କହିଲେ ଚାଷୀ ଆମ ପାଇଁ 'ଜୟ କିଷାନ ଥିଲେ, ରହିବେ ମଧ୍ୟ'

ନୂଆଦିଲ୍ଲୀ: କୃଷି ଆଇନକୁ ବିରୋଧ କରି ଚାଷୀ ଏବେ କେନ୍ଦ୍ର ବିରୋଧରେ ହୋ ହାଲ୍ଲା କରୁଛନ୍ତି। ଆଉ ହରିଆଣାରେ ଚାଷୀଙ୍କ ବିରୋଧରେ ଏତଲା ମଧ୍ୟ ହୋଇଛି। ଏହାକୁ ନେଇ ମୋଦି ସରକାର ବିରୋଧରେ ବର୍ଷିଛନ୍ତି କଂଗ୍ରେସ ନେତା ରାହୁଲ୍ ଗାନ୍ଧୀ। ଚାଷୀ ନିଜ ହକ୍ ପାଇଁ ଆନ୍ଦୋଳନ କରୁଥିବା ବେଳେ ତାଙ୍କ ବିରୋଧରେ ଏତଲା ହେବାକୁ ନେଇ ରାହୁଲ୍ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଥିସହ ସେ ଟ୍ୱିଟ୍ କରି କହିଛନ୍ତି ଆମ ପାଇଁ ଜୟ କିଷାନ ଥିଲେ, […]

rahul

Subhransu Sekhar
  • Published: Saturday, 28 November 2020
  • , Updated: 28 November 2020, 09:35 PM IST

ନୂଆଦିଲ୍ଲୀ: କୃଷି ଆଇନକୁ ବିରୋଧ କରି ଚାଷୀ ଏବେ କେନ୍ଦ୍ର ବିରୋଧରେ ହୋ ହାଲ୍ଲା କରୁଛନ୍ତି। ଆଉ ହରିଆଣାରେ ଚାଷୀଙ୍କ ବିରୋଧରେ ଏତଲା ମଧ୍ୟ ହୋଇଛି। ଏହାକୁ ନେଇ ମୋଦି ସରକାର ବିରୋଧରେ ବର୍ଷିଛନ୍ତି କଂଗ୍ରେସ ନେତା ରାହୁଲ୍ ଗାନ୍ଧୀ। ଚାଷୀ ନିଜ ହକ୍ ପାଇଁ ଆନ୍ଦୋଳନ କରୁଥିବା ବେଳେ ତାଙ୍କ ବିରୋଧରେ ଏତଲା ହେବାକୁ ନେଇ ରାହୁଲ୍ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଥିସହ ସେ ଟ୍ୱିଟ୍ କରି କହିଛନ୍ତି ଆମ ପାଇଁ ଜୟ କିଷାନ ଥିଲେ, ରହିବେ ମଧ୍ୟ।

ନ୍ୟାୟ ପାଇଁ ସ୍ୱର ଉତ୍ତୋଳନ କରିବା ଅପରାଧ ନୁହେଁ, କର୍ତ୍ତବ୍ୟ। ମୋଦି ସରକାର ଚାଷୀଙ୍କ ବିରୋଧରେ ଏତଲା ଦାୟର କରି ଚାଷୀଙ୍କ ମୂଳ ଉଦ୍ଦେଶ୍ୟକୁ ଭାଙ୍ଗିପାରିବ ନାହିଁ। କଳା କୃଷି ଆଇନ୍ ବାତିଲ୍ ନହେବା ଯାଏ ଲଢ଼େଇ ଜାରି ରହିବ। ‘ଆମ ପାଇଁ ଜୟ କିଷାନ ଥିଲେ, ରହିବେ ମଧ୍ୟ’।

https://twitter.com/RahulGandhi/status/1332650704729636864?s=20

ଅନ୍ୟପଟେ ସିଂଘୁ ସୀମାରେ ଚାଷୀ ଆନ୍ଦୋଳନ ଜାରି ରହିବ। ଅନ୍ୟ କେଉଁଠି ଚାଷୀ ଆନ୍ଦୋଳନ କରିବେ ନାହିଁ ବୋଲି ଶନିବାର ରାସ୍ତା ଉପରେ ଚାଷୀ ମାନେ ଏକାଠି ହୋଇ ଏହି ନିଷ୍ପତ୍ତି ନେଇଛନ୍ତି।

ଭାରତୀୟ ଚାଷୀ ସଂଘର ମହାସଚିବ ହରିନ୍ଦର ସିଂହ କହିଛନ୍ତି, ଆମେ ସମସ୍ତେ ଚାଷୀ ଏକାଠି ହୋଇ ଏବେ ନିଷ୍ପତ୍ତି ନେଇଛୁ ଯେ ଆମେ ଅନ୍ୟ କେଉଁ ସ୍ଥାନକୁ ଯିବୁ ନାହିଁ। ସିଂଘୁ ସୀମାରେ ହିଁ ଆନ୍ଦୋଳନ ପାଇଁ ବସିବୁ। ପ୍ରତିଦିନ ସକାଳ ୧୧ଟାରେ ଆସନ୍ତାକାଲିର ରଣନୀତି ବାବଦରେ ବୈଠକ ହେବ ବୋଲି ସେ କହିଛନ୍ତି।

Related story