ଗବର ସିଂ ଟ୍ୟାକ୍ସ...

ନୂଆଦିଲ୍ଲୀ: ଜିଏସଟିର ଅର୍ଥ  ହେଉଛି ଗବର ସିଂ ଟ୍ୟାକ୍ସ। ଆଜି ମୋଦି ସରକାରଙ୍କୁ ଏଭଳି ଢଙ୍ଗରେ କଟାକ୍ଷ କରି ଟାର୍ଗେଟ କରିଛନ୍ତି କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ । ଗାନ୍ଧୀନଗରରେ  ଏକ ରାଲିକୁ ସମ୍ବୋଧିତ କରି ରାହୁଲ ଏହା କହିଛନ୍ତି।  ନିର୍ବାଚନୀ ପ୍ରଚାରରେ ରାହୁଲ ଆଜି ମୋଦି ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି।  ନୋଟବନ୍ଦୀ କରି ମୋଦି ତାଙ୍କ ନିଜ ପାଦରେ କୁରାଢୀ ମାରିଛନ୍ତି ବୋଲି ରାହୁଲ କହିଛନ୍ତି । ସେହିପରି ଷ୍ଟାର୍ଟ ଅପ ଇଣ୍ଡିଆ ଏବଂ […]

Rakesh Mallick
  • Published: Monday, 23 October 2017
  • , Updated: 23 October 2017, 08:26 PM IST

ନୂଆଦିଲ୍ଲୀ: ଜିଏସଟିର ଅର୍ଥ  ହେଉଛି ଗବର ସିଂ ଟ୍ୟାକ୍ସ। ଆଜି ମୋଦି ସରକାରଙ୍କୁ ଏଭଳି ଢଙ୍ଗରେ କଟାକ୍ଷ କରି ଟାର୍ଗେଟ କରିଛନ୍ତି କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ । ଗାନ୍ଧୀନଗରରେ  ଏକ ରାଲିକୁ ସମ୍ବୋଧିତ କରି ରାହୁଲ ଏହା କହିଛନ୍ତି।  ନିର୍ବାଚନୀ ପ୍ରଚାରରେ ରାହୁଲ ଆଜି ମୋଦି ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି।  ନୋଟବନ୍ଦୀ କରି ମୋଦି ତାଙ୍କ ନିଜ ପାଦରେ କୁରାଢୀ ମାରିଛନ୍ତି ବୋଲି ରାହୁଲ କହିଛନ୍ତି । ସେହିପରି ଷ୍ଟାର୍ଟ ଅପ ଇଣ୍ଡିଆ ଏବଂ ମେକ ଇନ ଇଣ୍ଡିଆ ଯୋଜନାକୁ ମଧ୍ୟ ସମାଲୋଚନା କରିଛନ୍ତି ରାହୁଲ।  ଗୁଜରାଟରେ ଗତ ଦୁଇ ଦଶନ୍ଧି ଧରି ସରକାରଙ୍କର ନୁହେଁ,  କିଛି ଉଦ୍ୟୋଗପତିଙ୍କ ଶାସନ ଚାଲିଛି ବୋଲି ସେ ଅଭିଯୋଗ କରିଛନ୍ତି ।   କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧିନଗରରେ ନବସର୍ଜନ ଗୁଜରାଟ୍ ଜନାଦେଶ ରାଲିକୁ ସମ୍ବୋଧିତ କରି  ମୋଦିଙ୍କ ବିରୋଧରେ ବର୍ଷିଥିଲେ।   ଏହି ରାଲିରେ ଓବିସି ନେତା ଅଲ୍ପେଶ ଠାକୁରଙ୍କ ଦ୍ୱାରା ଆୟୋଜିତ ହୋଇଥିଲା।

Related story