ରାହୁଲ ମୋ ଆତିଥ୍ୟ ଗ୍ରହଣ କରିଥିଲେ: ଲଳିତ ମୋଦି

ନୂଆଦିଲ୍ଲୀ: ଟ୍ୱିଟ୍ କରି ନୂଆ ନୂଆ ବିବାଦ ସୃଷ୍ଟି କରିବା ଧାରାକୁ ଅବ୍ୟାହତ ରଖିଛନ୍ତି ଆଇପିଏଲର ପୂର୍ବତନ କମିଶନର ଲଳିତ ମୋଦି। ଶନିବାର ସେ ଟାର୍ଗେଟ କରିଛନ୍ତି କଂଗ୍ରେସ ଉପ-ସଭାପତି ରାହୁଲ ଗାନ୍ଧୀ ଓ ତାଙ୍କ ଭିଣୋଇ ରବର୍ଟ ଭଦ୍ରାଙ୍କୁ। ଅବଶ୍ୟ ଏହା ପୂର୍ବରୁ ବି ସେ ଏ ଦୁହିଁଙ୍କୁ ଟାର୍ଗେଟ କରି ସାରିଛନ୍ତି। ତେବେ ଆଜି ଲଳିତ ଲେଖିଛନ୍ତି ଯେ ସେ ଆଇପିଏଲର କମିଶନର ଥିବା ବେଳେ ତାଙ୍କର ଆତିଥ୍ୟ ଗ୍ରହଣ କରିଥିଲେ ଉଭୟ ରାହୁଲ […]

rahul

Rakesh Mallick
  • Published: Saturday, 04 July 2015
  • , Updated: 04 July 2015, 10:44 AM IST

ନୂଆଦିଲ୍ଲୀ: ଟ୍ୱିଟ୍ କରି ନୂଆ ନୂଆ ବିବାଦ ସୃଷ୍ଟି କରିବା ଧାରାକୁ ଅବ୍ୟାହତ ରଖିଛନ୍ତି ଆଇପିଏଲର ପୂର୍ବତନ କମିଶନର ଲଳିତ ମୋଦି। ଶନିବାର ସେ ଟାର୍ଗେଟ କରିଛନ୍ତି କଂଗ୍ରେସ ଉପ-ସଭାପତି ରାହୁଲ ଗାନ୍ଧୀ ଓ ତାଙ୍କ ଭିଣୋଇ ରବର୍ଟ ଭଦ୍ରାଙ୍କୁ। ଅବଶ୍ୟ ଏହା ପୂର୍ବରୁ ବି ସେ ଏ ଦୁହିଁଙ୍କୁ ଟାର୍ଗେଟ କରି ସାରିଛନ୍ତି। ତେବେ ଆଜି ଲଳିତ ଲେଖିଛନ୍ତି ଯେ ସେ ଆଇପିଏଲର କମିଶନର ଥିବା ବେଳେ ତାଙ୍କର ଆତିଥ୍ୟ ଗ୍ରହଣ କରିଥିଲେ ଉଭୟ ରାହୁଲ ଓ ରବର୍ଟ। ଏ କଥା ଏ ଦୁଇ ଜଣ ନିଜେ ସ୍ପଷ୍ଟ କରନ୍ତୁ ବୋଲି ସେ କହିଛନ୍ତି। ସେମାନେ ତାଙ୍କର ଆତିଥ୍ୟ ଗ୍ରହଣ କରିଥିବା ନେଇ କଂଗ୍ରେସ ନେତୃବୃନ୍ଦଙ୍କୁ ଜଣାଇବେ କି ବୋଲି  ଲଳିତ ପଚାରିଛନ୍ତି।

ଏହା ସହିତ ରାହୁଲ ଓ ରବର୍ଟଙ୍କ ସହିତ ଏକ ଫଟୋକୁ ବି ସେ ଟ୍ୱିଟ୍ କରିଛନ୍ତି। ଏଥିରେ ରାହୁଲ ଓ ରବର୍ଟ ଅନ୍ୟ ସେଲିବ୍ରିଟିଙ୍କ ସହିତ ବସି ଆଇପିଏଲର ଏକ ମ୍ୟାଚ୍ ଦେଖୁଛନ୍ତି। ସାଥୀରେ ଲଳିତ ମୋଦି ବି ଅଛନ୍ତି। ପୁଣି ଲଳିତ ମୋଦି ଓ ରାହୁଲ ଗାନ୍ଧୀ ନିଜ ନିଜ ମୋବାଇଲରେ କଥା ହେଉଥିବା ମଧ୍ୟ ଦେଖିବାକୁ ମିଳିଛି।

ଯେଉଁ ଦିନ ଠାରୁ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ତାଙ୍କୁ ଇଂଲଣ୍ଡରେ ଟ୍ରାଭେଲ ଭିସା କରାଇ ଦେବାରେ ସହଯୋଗ କରିଥିବା କଥା ସାମ୍ନାକୁ ଆସିଛି ସେହିଦିନ ଠାରୁ ଲଳିତ ମୋଦି ଅନ୍ୟ ରାଜନେତାଙ୍କ ସହିତ ତାଙ୍କର ସଂପର୍କ ବିଷୟରେ ଏମିତି ଟ୍ୱିଟ୍ କରି ଚାଲିଛନ୍ତି। ବିଜେପି ଓ କଂଗ୍ରେସର ଏକାଧିକ ନେତାଙ୍କ ସଂପର୍କରେ ସେ ଟ୍ୱିଟ୍ କରି ସମସ୍ତଙ୍କୁ ବିବାଦ ମଧ୍ୟ ଠେଲି ଦେଇଛନ୍ତି। ଏପରିକି ବିଜେପି ନେତା ବରୁଣ ଗାନ୍ଧୀ ଓ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ବି ସେ ବିବାଦ ମଧ୍ୟ ଟାଣିଛନ୍ତି। ସୋନିଆ ଗାନ୍ଧୀଙ୍କ ସହିତ ଆଲୋଚନା କରି  ତାଙ୍କର ସମସ୍ତ ସମସ୍ୟାର ସମାଧାନ କରିଦେବେ ବୋଲି ବରୁଣ ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ ବୋଲି କହିଥିଲେ ଲଳିତ। ଆଉ ଏଥିପାଇଁ ୩୬୦ କୋଟି ଟଙ୍କା ତାଙ୍କୁ ମଗା ଯାଇଥିଲା ବୋଲି ସେ ଦାବି କରିଥିଲେ।

ତେବେ କୁହାଯାଉଛି ସୁଷମାଙ୍କୁ ହଇରାଣରେ ନପକାଇବାକୁ ମୋଦି ଏମିତି  ଭାବେ ଅନ୍ୟ ନେତାଙ୍କ ସହିତ ତାଙ୍କ ସଂପର୍କ ବିଷୟରେ ବିବାଦୀୟ ଟ୍ୱିଟ୍ କରୁଛନ୍ତି। ସୁଷମାଙ୍କ ସ୍ୱାମୀ ମୋଦିଙ୍କ ଆତିଥ୍ୟ ଗ୍ରହଣ କରିଥିବା ନେଇ ମଧ୍ୟ ଅଭିଯୋଗ ହୋଇଥିଲା।

Related story