ବିଜେପିର ବିକାଶ ମଡେଲକୁ ଲୋକେ ପ୍ରତ୍ୟାଖାନ କରିଛନ୍ତି: ରାହୁଲ

ନୂଆଦିଲ୍ଲୀ: ଗୁଜରାଟ ନିର୍ବାଚନ ଫଳାଫଳ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛି କଂଗ୍ରେସ। ବିଜେପିର ତଥାକଥିତ ବିକାଶ ମଡେଲକୁ ଲୋକମାନେ ପ୍ରତ୍ୟାଖ୍ୟାନ କରିଛନ୍ତି ବୋଲି କଂଗ୍ରେସ ସଭାପତି ରାହୁଲ ଗାନ୍ଧି କହିଛନ୍ତି। ଏପରିକି ମୋଦିଙ୍କ ବିଶ୍ୱସନୀୟତାକୁ ନେଇ ମଧ୍ୟ ସେ ପ୍ରଶ୍ନ ଉଠାଛନ୍ତି। ରାହୁଲ କହିଛନ୍ତି- “ଗୁଜରାଟ ଫଳାଫଳ କଂଗ୍ରେସ ଦଳର ନୈତିକ ବିଜୟକୁ ସୂଚାଉଛି ଓ ବିଜେପିକୁ ଶକ୍ତ ଧକ୍କା ଦେଇଛି। ବିଜେପିର ତଥାକଥିତ ବିକାଶ ମୋଡେଲ ଏକ ଫମ୍ପା ଆବାଜ୍, ଏଥିରେ ବିକାଶର […]

Rahul

Rakesh Mallick
  • Published: Tuesday, 19 December 2017
  • , Updated: 19 December 2017, 09:41 PM IST

ନୂଆଦିଲ୍ଲୀ: ଗୁଜରାଟ ନିର୍ବାଚନ ଫଳାଫଳ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛି କଂଗ୍ରେସ। ବିଜେପିର ତଥାକଥିତ ବିକାଶ ମଡେଲକୁ ଲୋକମାନେ ପ୍ରତ୍ୟାଖ୍ୟାନ କରିଛନ୍ତି ବୋଲି କଂଗ୍ରେସ ସଭାପତି ରାହୁଲ ଗାନ୍ଧି କହିଛନ୍ତି। ଏପରିକି ମୋଦିଙ୍କ ବିଶ୍ୱସନୀୟତାକୁ ନେଇ ମଧ୍ୟ ସେ ପ୍ରଶ୍ନ ଉଠାଛନ୍ତି।

ରାହୁଲ କହିଛନ୍ତି- “ଗୁଜରାଟ ଫଳାଫଳ କଂଗ୍ରେସ ଦଳର ନୈତିକ ବିଜୟକୁ ସୂଚାଉଛି ଓ ବିଜେପିକୁ ଶକ୍ତ ଧକ୍କା ଦେଇଛି। ବିଜେପିର ତଥାକଥିତ ବିକାଶ ମୋଡେଲ ଏକ ଫମ୍ପା ଆବାଜ୍, ଏଥିରେ ବିକାଶର କୌଣସି ନାଁ ନାହିଁ। ପ୍ରଧାନମନ୍ତ୍ରୀ ପ୍ରଚାର ବେଳେ ଜିଏସଟି ଓ ବିମୁଦ୍ରାକରଣର ସଫଳତା ନେଇ ଲୋକଙ୍କ ପାଖକୁ ଯାଇଥିଲେ। ହେଲେ ଗୁଜରାଟବାସୀ ସେହି ମଡେଲକୁ ପ୍ରତ୍ୟାଖ୍ୟାନ କରିଛନ୍ତି।”

ଏଥିସହ ମୋଦିଙ୍କ ବିଶ୍ୱସନୀୟତାକୁ ନେଇ ସମସ୍ୟା ଥିବା ରାହୁଲ କଟାକ୍ଷ କରିଛନ୍ତି।

କଂଗ୍ରେସ ସଭାପତିଙ୍କ ମନ୍ତବ୍ୟ ପରେ ଉତ୍ତର ରଖିଛି ବିଜେପି। ଦଳ ପକ୍ଷରୁ ଅନନ୍ତ କୁମାର ରାହୁଲଙ୍କୁ ଟାର୍ଗେଟ କରି କଂଗ୍ରେସ ଓ ରାହୁଲ ଗାନ୍ଧିଙ୍କ ବିଶ୍ୱସନୀୟତା ସବୁଠାରୁ କମ ରହିଛି ବୋଲି କହିଛନ୍ତି।

ରାହୁଲ ପାର୍ଟି ଅଧ୍ୟକ୍ଷ ହେବା ପରେ ଗୁଜରାଟ ନିର୍ବାଚନ ତାଙ୍କ ପାଇଁ ସମ୍ମାନର ପ୍ରଶ୍ନ ଥିଲା। ଦଳ କ୍ଷମତା ଦଖଲ କରି ପାରି ନଥିଲେ ବି ଭଲ ପ୍ରଦର୍ଶନ କରିବା ସହ ବିଜେପିକୁ କଡା ଟକ୍କର ଦେଇଛି। ଏଥିପାଇଁ ଦଳ ବେଶ୍ ଉତ୍ସାହିତ ଥିବା ଜଣାପଡ଼ିଛି। ପ୍ରକାଶିତ ନିର୍ବାଚନ ଫଳାଫଳ ଦଳ ପାଇଁ ଆଗାମୀ ଦିନରେ ଅନୁକୂଳ ହେବ ବୋଲି କଂଗ୍ରେସ ଆଶା ରଖିଛି।

Related story