ସୋନିଆଙ୍କ ହାତକୁ ଫେରିଲା କଂଗ୍ରେସ

ନୂଆଦିଲ୍ଲୀ: ବହୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ କଂଗ୍ରେସ ୱାର୍କିଂ କମିଟି ସୋନିଆ ଗାନ୍ଧିଙ୍କୁ ଦଳର ଅନ୍ତରୀଣ ଅଧ୍ୟକ୍ଷ ଭାବେ ମନୋନୀତ କରିଛି। ଦଳର ବରିଷ୍ଠ ନେତା ଗୁଲାମ୍ ନବୀ ଆଜାଦ୍ ଏହି ଖବରକୁ ଗଣମାଧ୍ୟମକୁ ଦେଇଛନ୍ତି। ଏଥିସହିତ ରାହୁଲ ଗାନ୍ଧିଙ୍କ ଇସ୍ତଫା ଗୃହୀତ ହୋଇଥିବା ସେ ସୂଚନା ଦେଇଛନ୍ତି। ଆଜି ଦିନ ତମାମ କଂଗ୍ରେସର ନୂଆ ଅଧ୍ୟକ୍ଷ କିଏ ହେବ ତାକୁ ନେଇ ୱାର୍କିଂ କମିଟି ବୈଠକରେ ମାରାଥନ୍ ଆଲୋଚନା ହୋଇଥିଲା। ତେବେ ବୈଠକରେ କଶ୍ମୀର […]

sonia gandhi (1)

Subrat Kumar Nayak
  • Published: Saturday, 10 August 2019
  • , Updated: 10 August 2019, 11:08 PM IST

ନୂଆଦିଲ୍ଲୀ: ବହୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ କଂଗ୍ରେସ ୱାର୍କିଂ କମିଟି ସୋନିଆ ଗାନ୍ଧିଙ୍କୁ ଦଳର ଅନ୍ତରୀଣ ଅଧ୍ୟକ୍ଷ ଭାବେ ମନୋନୀତ କରିଛି। ଦଳର ବରିଷ୍ଠ ନେତା ଗୁଲାମ୍ ନବୀ ଆଜାଦ୍ ଏହି ଖବରକୁ ଗଣମାଧ୍ୟମକୁ ଦେଇଛନ୍ତି। ଏଥିସହିତ ରାହୁଲ ଗାନ୍ଧିଙ୍କ ଇସ୍ତଫା ଗୃହୀତ ହୋଇଥିବା ସେ ସୂଚନା ଦେଇଛନ୍ତି।

ଆଜି ଦିନ ତମାମ କଂଗ୍ରେସର ନୂଆ ଅଧ୍ୟକ୍ଷ କିଏ ହେବ ତାକୁ ନେଇ ୱାର୍କିଂ କମିଟି ବୈଠକରେ ମାରାଥନ୍ ଆଲୋଚନା ହୋଇଥିଲା। ତେବେ ବୈଠକରେ କଶ୍ମୀର ପ୍ରସଙ୍ଗକୁ ଢାଲ କରି ଅଧ୍ୟକ୍ଷ ପଦ ପାଇଁ ପ୍ରାର୍ଥୀ ଚୟନ ହୋଇପାରି ନଥିବା ୱାୟନାଡ ସାଂସଦ ରାହୁଲ ଗାନ୍ଧି କହିଥିଲେ।

ନୂଆ ଅଧ୍ୟକ୍ଷ ନିଯୁକ୍ତି ହେବା ଯାଏ ୟୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ଭାବେ ଦାୟିତ୍ୱ ସମ୍ପାଦନ କରିବେ।

Related story