ଶ୍ରୀନା ‍‍ବୋରା ମର୍ଡର ମିଷ୍ଟ୍ରୀ: ରାଇଗଡ ଜଙ୍ଗଲରୁ ଉଦ୍ଧାର ହେଲା ଶରୀରର ଅବଶିଷ୍ଟାଂଶ

ମୁମ୍ବାଇ: ଭିନ୍ନ ମୋଡ ନେଇଛି ଶ୍ରୀନା ‍‍ବୋରା ମର୍ଡର ମିଷ୍ଟ୍ରୀ। ମୁମ୍ବାଇ ପୋଲିସ ଶୁକ୍ରବାର  ମହାରାଷ୍ଟ୍ରର ରାଇଗଡ ଜଙ୍ଗଲରୁ ଶ୍ରୀନା ବୋରା ଶରୀର ଅବଶିଷ୍ଟାଂଶ ଉଦ୍ଧାର କରିଛି। ପୋଲିସ ଉଦ୍ଧାର କରିଥିବା ଶ୍ରୀନାଙ୍କ ଶରୀରର ଅବଶିଷ୍ଠାଂଶକୁ ସ୍ୱତନ୍ତ୍ର ପରୀକ୍ଷାଗାରରେ ପରୀକ୍ଷା କରାଯିବ। ଉଦ୍ଧାର ହୋଇଥିବା ଶରୀରର ଅବଶିଷ୍ଟାଂଶ ଶ୍ରୀନାଙ୍କର କି ନାହିଁ ଏହାର ତଦନ୍ତ ପାଇଁ ଫରେନ୍ସିଂକ ବିଭାଗକୁ ପଠାଯିବ  ବୋଲି ଜଣାପଡିଛି। ରିପୋର୍ଟ ଆସିବା ପରେ ତଦନ୍ତ କାର୍ଯ୍ୟକୁ ତ୍ୱାରାନ୍ୱିତ କରାଯିବ ବୋଲି ମୁମ୍ବାଇ ପୋଲିସର ବରିଷ୍ଠ […]

raigad-sheena-bora-case-probe_650x400_61440749897

Rakesh Mallick
  • Published: Friday, 28 August 2015
  • , Updated: 28 August 2015, 11:42 AM IST

ମୁମ୍ବାଇ: ଭିନ୍ନ ମୋଡ ନେଇଛି ଶ୍ରୀନା ‍‍ବୋରା ମର୍ଡର ମିଷ୍ଟ୍ରୀ। ମୁମ୍ବାଇ ପୋଲିସ ଶୁକ୍ରବାର  ମହାରାଷ୍ଟ୍ରର ରାଇଗଡ ଜଙ୍ଗଲରୁ ଶ୍ରୀନା ବୋରା ଶରୀର ଅବଶିଷ୍ଟାଂଶ ଉଦ୍ଧାର କରିଛି। ପୋଲିସ ଉଦ୍ଧାର କରିଥିବା ଶ୍ରୀନାଙ୍କ ଶରୀରର ଅବଶିଷ୍ଠାଂଶକୁ ସ୍ୱତନ୍ତ୍ର ପରୀକ୍ଷାଗାରରେ ପରୀକ୍ଷା କରାଯିବ। ଉଦ୍ଧାର ହୋଇଥିବା ଶରୀରର ଅବଶିଷ୍ଟାଂଶ ଶ୍ରୀନାଙ୍କର କି ନାହିଁ ଏହାର ତଦନ୍ତ ପାଇଁ ଫରେନ୍ସିଂକ ବିଭାଗକୁ ପଠାଯିବ  ବୋଲି ଜଣାପଡିଛି। ରିପୋର୍ଟ ଆସିବା ପରେ ତଦନ୍ତ କାର୍ଯ୍ୟକୁ ତ୍ୱାରାନ୍ୱିତ କରାଯିବ ବୋଲି ମୁମ୍ବାଇ ପୋଲିସର ବରିଷ୍ଠ ଅଧିକାରୀ କହିଛନ୍ତି। ଶ୍ରୀନା ବୋରା ମର୍ଡର ମିଷ୍ଟ୍ରୀରେ ଗିରଫ ହୋଇଥିବା ଶ୍ରୀନାଙ୍କ ମା’ ଇନ୍ଦ୍ରାଣୀ ମୁଖାର୍ଜୀ, ଇନ୍ଦ୍ରାଣୀଙ୍କ ଡ୍ରାଇଭରକୁ ଗିରଫ କରିଛି। ଏହାସହ  ସାବତ ବାପା ସଞ୍ଜୀବ ଖାନ୍ନାକୁ ମୁମ୍ବାଇ ପୋଲିସ ରିମାଣ୍ଡରେ ନେଇଥିବା ଜଣାପଡିଛି। ତାଙ୍କୁ ଆଇପିସି ଧାରା ୩୬୪(ଅପହରଣ),୩୦୨(ହତ୍ୟା),୨୦୧(ପ୍ରମାଣ ନଷ୍ଟ) ଓ ୧୨୦-ଖ(ଷଡଯନ୍ତ୍ର) କରିବା ଅଭିଯୋଗରେ ଗିରଫ କରାଯାଇ ରିମାଣ୍ଡରେ ୩୧ ତାରିଖ ଯାଏଁ ନିଆଯାଇଛି।

ସୂଚନାଯୋଗ୍ୟ,୨୦୧୨ ମସିହା ଏପ୍ରିଲ ୨୪ରେ ଶ୍ରୀନାକୁ ଏକ ସୁଟକେଶରେ ମୁମ୍ବାଇର ୮୪ କିଲୋମିଟର ଦୂର ରାଇଗଡ ଜଙ୍ଗଲରେ ଅର୍ଦ୍ଧଦଗ୍ଧ ଭାବେ ପୋତି ଦିଆଯାଇଥିଲା।

Related story