ଶସ୍ତା ହେବ ରେଳ ଟିକଟ, କେବଳ ଅନଲାଇନ୍‌ରେ

ନୂଆଦିଲ୍ଲୀ: ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର। କମିପାରେ ରେଳ ଭଡ଼ା। ଅନ୍‌ଲାଇନ୍‌ରେ ଆଇଆରଟିସିରେ ଟିକଟ ବୁକ୍‌ କରୁଥିବା ଯାତ୍ରୀଙ୍କୁ ଏହି ସୁବିଧା ମିଳିବ। କାରଣ ଇ-ଟିକେଟ ଉପରେ ମାର୍ଚ୍ଚେଣ୍ଟ ଡିସ୍‌କାଉଣ୍ଟ ରେଟ୍‌(ଏମଡିଆର)କୁ ହଟାଇ ଦେବା ପାଇଁ ସରକାର ବିଚାରା କରୁଛନ୍ତି। ବ୍ୟାଙ୍କ ସହ ଆଲୋଚନା କରି ଏହା ଉପରେ ପଦକ୍ଷେପ ନେବାକୁ ବିଚାର କରାଯାଉଛି। ଏହା କାର୍ଯ୍ୟକାରୀ ହେଲେ ଯାତ୍ରୀମାନେ ସିଧାସଳଖ ଉପକୃତ ହେବେ। ବିଶେଷ କରି ଡେବିଟ ଏବଂ କ୍ରେଡିଟ୍‌ କାର୍ଡ଼ରେ ଟିକଟ ବୁକ୍‌ […]

Rakesh Mallick
  • Published: Saturday, 07 October 2017
  • , Updated: 08 October 2017, 04:10 PM IST

ନୂଆଦିଲ୍ଲୀ: ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର। କମିପାରେ ରେଳ ଭଡ଼ା। ଅନ୍‌ଲାଇନ୍‌ରେ ଆଇଆରଟିସିରେ ଟିକଟ ବୁକ୍‌ କରୁଥିବା ଯାତ୍ରୀଙ୍କୁ ଏହି ସୁବିଧା ମିଳିବ। କାରଣ ଇ-ଟିକେଟ ଉପରେ ମାର୍ଚ୍ଚେଣ୍ଟ ଡିସ୍‌କାଉଣ୍ଟ ରେଟ୍‌(ଏମଡିଆର)କୁ ହଟାଇ ଦେବା ପାଇଁ ସରକାର ବିଚାରା କରୁଛନ୍ତି। ବ୍ୟାଙ୍କ ସହ ଆଲୋଚନା କରି ଏହା ଉପରେ ପଦକ୍ଷେପ ନେବାକୁ ବିଚାର କରାଯାଉଛି। ଏହା କାର୍ଯ୍ୟକାରୀ ହେଲେ ଯାତ୍ରୀମାନେ ସିଧାସଳଖ ଉପକୃତ ହେବେ।

ବିଶେଷ କରି ଡେବିଟ ଏବଂ କ୍ରେଡିଟ୍‌ କାର୍ଡ଼ରେ ଟିକଟ ବୁକ୍‌ କରୁଥିବା ଯାତ୍ରୀ ଅଧିକ ଲାଭବାନ ହେବେ। ପୂର୍ବରୁ ଏମଡିଆର ଉଚ୍ଛେଦ ନେଇ କେନ୍ଦ୍ର ସରକାର ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ। ସରକାରଙ୍କ ଏହି ପ୍ରସ୍ତାବରେ ବ୍ୟାଙ୍କ କର୍ତ୍ତୃପକ୍ଷ ସମ୍ମତି ଜଣାଇଥିଲେ। ସେପଟେ ବିମୁଦ୍ରାକରଣ ପରେ ସରକାର କ୍ୟାସଲେସ ତଥା ଡିଜିଟାଲ  ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି।

ତେଣୁ ଡିଜିଟାଲକୁ ଅଧିକ ପ୍ରୋତ୍ସାହିତ  କରିବା ପାଇଁ ଏଭଳି ଏକ ପଦକ୍ଷେପ ନେବାକୁ ସ୍ଥିର ହୋଇଥିବା ରେଳମନ୍ତ୍ରୀ ପିୟୂଷ ଗୋଏଲ କହିଛନ୍ତି।  ଏହି ଏମଡିଆର ଉଚ୍ଛେଦ ହେଲେ ଯାତ୍ରୀମାନ କମ୍‌ ମୂଲ୍ୟରେଳ ଟିକଟ ପାଇପାରିବେ ବୋଲି ମନ୍ତ୍ରୀ କହିଛନ୍ତି। ସେହିପରି ଗୁରୁବାର ହୋଇଥିବା ଇଣ୍ଡିଆ ଇକୋନମିକ୍ ଫୋରମରେ ଭାଗନେଇ ମନ୍ତ୍ରୀ ଗୋଏଲ ରେଲୱେରେ ଅଧିକ ନିଯୁକ୍ତି ଉପରେ ସୂଚନା ଦେଇଥିଲେ। ରେଲୱେ ଇକୋସିଷ୍ଟମ ମାଧ୍ୟମରେ ଆସନ୍ତା ୧୨ ମାସରେ ୨.୫ ଲକ୍ଷ ଚାକିରୀ ଦିଆଯିବ ବୋଲି ସେ କହିଛନ୍ତି।

Related story