ଖାଲି ପଡ଼ିଥିବା ଜମିକୁ ଲିଜରେ ଦେବ ରେଳବାଇ

ନୂଆଦିଲ୍ଲୀ: ଖାଲି ପଡ଼ିଥିବା ଜମିକୁ ରେଳ ବିଭାଗ ଲିଜରେ ଦେବ। ଏ ନେଇ ଟେଣ୍ଡର ଆହ୍ୱାନ କରିଛି। ୨୦୨୧ ଜାନୁଆରୀ ୨୭ ରହିଛି ଟେଣ୍ଡର ଆବେଦନର ଅନ୍ତିମ ତାରିଖ। ରେଳ ଜମି ବିକାଶ ପ୍ରାଧିକରଣ (ଆରଏଲଡିଏ) ଦିଲ୍ଲୀର ୨.୧୮ ହେକ୍ଟର ରେଳ ଜମିର ପୁନଃ ନିର୍ମାଣ ପାଇଁ ଏହି ଟେଣ୍ଡର ଆମନ୍ତ୍ରଣ କରିଛି। ଦିଲ୍ଲୀର ବଲ୍ଲଭ ରୋଡ ରେଳ କଲୋନୀରେ ୨୧,୮୦୦ ବର୍ଗ ମିଟର ଜମି ୯୯ ବର୍ଷ ପାଇଁ ଲିଜ୍ ଦେବ ବୋଲି ଜଣାପଡ଼ିଛି। ବର୍ତ୍ତମାନ […]

RLDA

Subhransu Sekhar
  • Published: Friday, 11 December 2020
  • , Updated: 11 December 2020, 06:40 PM IST

ନୂଆଦିଲ୍ଲୀ: ଖାଲି ପଡ଼ିଥିବା ଜମିକୁ ରେଳ ବିଭାଗ ଲିଜରେ ଦେବ। ଏ ନେଇ ଟେଣ୍ଡର ଆହ୍ୱାନ କରିଛି। ୨୦୨୧ ଜାନୁଆରୀ ୨୭ ରହିଛି ଟେଣ୍ଡର ଆବେଦନର ଅନ୍ତିମ ତାରିଖ। ରେଳ ଜମି ବିକାଶ ପ୍ରାଧିକରଣ (ଆରଏଲଡିଏ) ଦିଲ୍ଲୀର ୨.୧୮ ହେକ୍ଟର ରେଳ ଜମିର ପୁନଃ ନିର୍ମାଣ ପାଇଁ ଏହି ଟେଣ୍ଡର ଆମନ୍ତ୍ରଣ କରିଛି।

ଦିଲ୍ଲୀର ବଲ୍ଲଭ ରୋଡ ରେଳ କଲୋନୀରେ ୨୧,୮୦୦ ବର୍ଗ ମିଟର ଜମି ୯୯ ବର୍ଷ ପାଇଁ ଲିଜ୍ ଦେବ ବୋଲି ଜଣାପଡ଼ିଛି। ବର୍ତ୍ତମାନ ଏହାର ମୂଲ୍ୟ ୩୯୩ କୋଟି ଟଙ୍କା ରଖାଯାଇଛି। ଦିଲ୍ଲୀ ମାଷ୍ଟର ପ୍ଲାନ -୨୦୨୧ ଅନୁଯାୟୀ ଏହି ସାଇଟ୍ ପୁନଃ ବିକଶିତ ହେବ।

ଓଲ୍ଡ ଦିଲ୍ଲୀ ରେଳ ଷ୍ଟେସନ ଠାରୁ ୨.୫ କିଲୋମିଟର ଏବଂ ନୂଆଦିଲ୍ଲୀ ରେଳ ଷ୍ଟେସନ ଠାରୁ ଏହି ବଲ୍ଲଭ ରେଳ କଲୋନୀ ୭ କିଲୋମିଟର ଦୂରରେ ରହିଛି। ରିଙ୍ଗ ରୋଡର ନିକଟବର୍ତ୍ତୀ ସ୍ଥାନ ହୋଇଥିବାରୁ ଗୁରୁଗାଓଁ ଏବଂ ନୋଏଡା ସହିତ ଯୋଗାଯୋଗ ରହିଛି। ରେଳ ମନ୍ତ୍ରଣାଳୟ ଅଧୀନରେ ଥିବା ଆରଏଲଡିଏ ଏବେ ୮୪ ରେଳ କଲୋନୀର ପୁନଃ ନିର୍ମାଣ ପ୍ରକଳ୍ପର ତଦାରଖ କରୁଛି।

ସୂଚନାଯୋଗ୍ୟ, ରେଳବିଭାଗ ପାଖରେ  ପ୍ରାୟ ୪୩,୦୦୦ ହେକ୍ଟର ଖାଲି ଜମି ଅଛି। ଯେଉଁଥିରୁ ଆରଏଲଡିଏରେ ୯୨ଟି ଗ୍ରୀନ୍ ଫିଲ୍ଡ ରହିଛି। ଏହା ଦିଲ୍ଲୀରେ ହୋଇଥିବାରୁ ବ୍ୟବସାୟ ପାଇଁ ଉପଯୁକ୍ତ ରହିଛି।

Related story