ନୂଆଦିଲ୍ଲୀ: କର୍ଣ୍ଣାଟକର କାଲବୁର୍ଗୀ ଅଞ୍ଚଳର ୱାଦି ଷ୍ଟେସନରେ ଏକ ଅଜବ ଘଟଣା ଘଟିଛି। ବିନା ପାଇଲଟରେ ଏକ ଇଲେଟ୍ରିକ୍ ରେଳ ଇଞ୍ଜିନ ଅଚାନକ ଚାଲିବା ଏଠାରେ ଚର୍ଚ୍ଚାର ବିଷୟ ପାଲଟିଛି। ଇଞ୍ଜିନ୍ଟି ୧୩ କିମି ଗତି କରିବା ପରେ ଡ୍ରାଇଭର ଏକ୍ ବାଇକ୍ରେ ପିଛା କରି ଏହାକୁ ନିୟନ୍ତ୍ରଣ କରିଥିଲେ। ପାଖାପାଖି ୨୦ ମିନିଟ୍ ଧରି ଟ୍ରେନ୍ ଡ୍ରାଇଭର ଜଣକ ଏହି ଚଳନ୍ତା ଇଞ୍ଜିନର ପିଛା କରିଥିଲେ। ଟ୍ରେନ୍ ପାଇଲଟଙ୍କ ଏହି ସାହସିକ କାର୍ଯ୍ୟ ଏକ ବଡ଼ ଦୁର୍ଘଟଣାକୁ ଟାଳିପାରିଛି।
ମରାଠି ଖବରକାଗଜ ‘ଲୋକମତ’ ଅନୁଯାୟୀ, ମୁମ୍ବାଇ ମେଲ ଏକ୍ସପ୍ରେସ୍ ଚେନ୍ନାଇରୁ ଆସି ୱାଦି ଷ୍ଟେଶନରେ ପହଞ୍ଚି ଥିଲା। ତେବେ ଉକ୍ତ ଷ୍ଟେଶନଠାରୁ ଇଲେଟ୍ରିକ୍ ଇଞ୍ଜିନ ବଦଳରେ ଡିଜେଲ ଇଞ୍ଜିନ ଯୋଡ଼ା ହେବା କଥା। ୱାଦି ଷ୍ଟେଶନ ଠାରୁ ସୋଲାପୁର ପର୍ଯ୍ୟନ୍ତ ଏହି ମେଲ ଏକ୍ସପ୍ରେସ୍ ଡିଜେଲ ଇଞ୍ଜିନରେ ଚାଲିବା କଥା।
ହେଲେ ଏହି ପ୍ରକ୍ରିୟା ବେଳେ ଇଞ୍ଜିନ ଷ୍ଟାର୍ଟ ଥିବା ବେଳେ ଲୋକୋ ପାଇଲଟ ଇଞ୍ଜିନ ଛାଡ଼ି ତଳକୁ ଓହ୍ଲାଇ ଆସିଥିଲେ। ଆଉ କୌଣସି କାରଣରୁ ଇଞ୍ଜିନଟି ଗଡ଼ିବା ଅରମ୍ଭ କରିଥିଲା। ତେବେ ଇଞ୍ଜିନଟି ଆପେ ଆପେ ଗଡ଼ିବା ନେଇ ପାଇଲଟ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଏନେଇ ଷ୍ଟେସନ ମାଷ୍ଟରକୁ ଖବର ଦିଆଯିବା ସହ ସଙ୍ଗେ ସଙ୍ଗେ ଟ୍ରେନ୍ ଡ୍ରାଭର ଜଣକ ଏକ୍ ବାଇକ୍ରେ ଇଞ୍ଜିନର ପିଛା କରି ଏହାକୁ କାବୁ କରିଥିଲେ। କୌଣସି ବୈଷୟିକ ତ୍ରୁଟି ଯୋଗୁ ଇଞ୍ଜିନଟି ଗଡ଼ିଥିବବା କୁହାଯାଉଛି।
ଆହୁରି ମଧ୍ୟ ପଢନ୍ତୁ: ଆକ୍ସିଡେଣ୍ଟର ଲାଇଭ ଚିତ୍ର : ଏକାଥରକେ ପିଟାପିଟି ହେଲେ ୧୦ ଗାଡ଼ି, ଦେଖନ୍ତୁ ଭିଡିଓ