ତାଲିମନାଡୁର ଉତ୍ତର ଦିଗକୁ ଗତି କରୁଛି ଲୋ ପ୍ରେସର, ଲଗାଣ ବର୍ଷାରୁ ମିଳିପାରେ ଆଶ୍ୱସ୍ତି

ଚେନ୍ନାଇ: ଲଗାଣ ବର୍ଷାରୁ ଚେନ୍ନାଇବାସୀଙ୍କୁ ମିଳିପାରେ ଆଶ୍ୱସ୍ତି। ସୋମବାର ଏହି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲୋ ପ୍ରେସର ତାମିଲନାଡୁର ଉତ୍ତର ଦିଗକୁ ଗତି କରୁଛି। ଫଳରେ ବର୍ଷା ପରିମାଣ କମିବାର ଯଥେଷ୍ଟ ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେପଟେ ଲଗାଣ ବର୍ଷା ଯୋଗୁ ରାଜଧାନୀ ଚେନ୍ନାଇ ସମେତ ରାଜ୍ୟର ଅନେକ ଅଞ୍ଚଳରେ ସାଧାରଣ ଜୀବନଯାତ୍ରା ଗୁରୁତର ଭାବେ ପ୍ରଭାବିତ […]

chennai-rains

Rakesh Mallick
  • Published: Monday, 16 November 2015
  • , Updated: 16 November 2015, 04:57 PM IST

ଚେନ୍ନାଇ: ଲଗାଣ ବର୍ଷାରୁ ଚେନ୍ନାଇବାସୀଙ୍କୁ ମିଳିପାରେ ଆଶ୍ୱସ୍ତି। ସୋମବାର ଏହି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲୋ ପ୍ରେସର ତାମିଲନାଡୁର ଉତ୍ତର ଦିଗକୁ ଗତି କରୁଛି। ଫଳରେ ବର୍ଷା ପରିମାଣ କମିବାର ଯଥେଷ୍ଟ ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେପଟେ ଲଗାଣ ବର୍ଷା ଯୋଗୁ ରାଜଧାନୀ ଚେନ୍ନାଇ ସମେତ ରାଜ୍ୟର ଅନେକ ଅଞ୍ଚଳରେ ସାଧାରଣ ଜୀବନଯାତ୍ରା ଗୁରୁତର ଭାବେ ପ୍ରଭାବିତ ହୋଇଛି। ଚେନ୍ନାଇରେ ସଡ଼କ ପଥରେ ଯାତାୟତ ସମ୍ଭବ ହେଉ ନ ଥିବାରୁ ଏଠାରେ ଡଙ୍ଗାର ସହାୟତା ନିଆ ଯାଉଛି। ମହାନଗରୀର ଅନେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବର୍ଷା ଯୋଗୁଁ ସ୍କୁଲ କଲେଜ ବନ୍ଦ ରହିଛି। ଗତ ୯ ତାରିଖରୁ ତାମିଲନାଡୁରେ ବର୍ଷା ଜନିତ କାରଣରୁ ୭୦ ଜଣଙ୍କ ମୃତ୍ୟୁ ହୋଇଛି।

ଅନ୍ୟପକ୍ଷରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଜୟଲଳିତା ଆର.କେ ନଗର ନିର୍ବାଚନ ଅଧିନ ଥିବା ଚେନ୍ନାଇ ପାଇଁ ୫୦୦କୋଟି ଟଙ୍କାର ରିଲିଫ୍ ଘୋଷଣା କରିଛନ୍ତି।

Related story