ରାଜକ୍ଷମା ମିଳିଲେ ୨୬/୧୧ ମୁମ୍ବାଇ ଆକ୍ରମଣର ସାକ୍ଷୀ ହେବି: ଡେଭିଡ୍ କୋଲେମନ୍ ହେଡଲି

ନୂଆଦିଲ୍ଲୀ: ୨୬/୧୧ ମୁମ୍ୱାଇ ଆକ୍ରମଣ ମାମଲାର ସାକ୍ଷୀ ହେବାକୁ ରାଜି ହୋଇଛି ଘଟଣାର ମୁଖ୍ୟ ଅଭିଯୁକ୍ତ ଡେଭିଡ୍ କୋଲେମନ୍ ହେଡଲି। ତେବେ ଏଥିପାଇଁ ସେ ଏକ ସର୍ତ୍ତ ରଖିଛି। ସର୍ତ୍ତ ଅନୁସାରେ ତାକୁ କୋର୍ଟରୁ କ୍ଷମା ଦିଆଯିବା ସହ ଜେଲ ଦଣ୍ଡାଦେଶରୁ ମୁକ୍ତ କରିବାକୁ ହେବ। ୨୬-୧୧ ମାମଲାର ବିଚାର ଚାଲିଥିବା ମୁମ୍ୱାଇ ସେସନ୍ସ କୋର୍ଟରେ ଆଜି ଶୁଣାଣି ବେଳେ ଭିଡିଓ କନଫରେନସିଂ ଜରିଆରେ ଏଭଳି ସର୍ତ୍ତ ରଖିଛି ହେଡଲି। ପାକିସ୍ତାନୀ-ଆମେରିକୀୟ ଲସ୍କର-ଇ-ତୋଏବା ଆତଙ୍କବାଦୀ ସଂଗଠନର ଜଣେ […]

headley

Rakesh Mallick
  • Published: Thursday, 10 December 2015
  • , Updated: 10 December 2015, 05:35 PM IST

ନୂଆଦିଲ୍ଲୀ: ୨୬/୧୧ ମୁମ୍ୱାଇ ଆକ୍ରମଣ ମାମଲାର ସାକ୍ଷୀ ହେବାକୁ ରାଜି ହୋଇଛି ଘଟଣାର ମୁଖ୍ୟ ଅଭିଯୁକ୍ତ ଡେଭିଡ୍ କୋଲେମନ୍ ହେଡଲି। ତେବେ ଏଥିପାଇଁ ସେ ଏକ ସର୍ତ୍ତ ରଖିଛି। ସର୍ତ୍ତ ଅନୁସାରେ ତାକୁ କୋର୍ଟରୁ କ୍ଷମା ଦିଆଯିବା ସହ ଜେଲ ଦଣ୍ଡାଦେଶରୁ ମୁକ୍ତ କରିବାକୁ ହେବ। ୨୬-୧୧ ମାମଲାର ବିଚାର ଚାଲିଥିବା ମୁମ୍ୱାଇ ସେସନ୍ସ କୋର୍ଟରେ ଆଜି ଶୁଣାଣି ବେଳେ ଭିଡିଓ କନଫରେନସିଂ ଜରିଆରେ ଏଭଳି ସର୍ତ୍ତ ରଖିଛି ହେଡଲି। ପାକିସ୍ତାନୀ-ଆମେରିକୀୟ ଲସ୍କର-ଇ-ତୋଏବା ଆତଙ୍କବାଦୀ ସଂଗଠନର ଜଣେ ସଦସ୍ୟ ହେଡଲି ଏବେ ଆମେରିକାରେ ୩୫ ବର୍ଷ ଜେଲ୍ ଦଣ୍ଡ ଭୋଗୁଛି। ୨୬-୧୧ ଆକ୍ରମଣ ମାମଲାର ଷଡ଼ଯନ୍ତ୍ରକାରୀ ଭାବେ ତା ବିରୋଧରେ ଅଭିଯୋଗ ରହିଛି। ତେବେ ସର୍ତ୍ତ ପୂରଣ ହେଲେ ସେ କୋର୍ଟରେ ହାଜର ହେବା ସହ ଆକ୍ରମଣ ସମ୍ପର୍କରେ ପ୍ରତିଟି ତଥ୍ୟ ଦେବ ବୋଲି କହିଛି ହେଡଲି। ଆଜିର ଘଟଣା ପରେ ୨୬-୧୧ ଆକ୍ରମଣରେ ହେଡଲି ହିଁ ମୁଖ୍ୟ ଅଭିଯୁକ୍ତ ଓ ସେ ତା ଦୋଷ ସ୍ୱୀକାର କରିଥିବା ସ୍ପଷ୍ଟ ହୋଇଛି।

Related story