ଅର୍ଥନୀତିରେ ନୋବେଲ ପୁରସ୍କାର ପାଇପାରନ୍ତି ରଘୁରାମ ରାଜନ: ସମ୍ଭାବ୍ୟ ୬ଜଣିଆ ତାଲିକାରେ ରହିଛି ତାଙ୍କ ନାଁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତର ବିଶିଷ୍ଟ ଅର୍ଥନୀତି ବିଷାରଦ ରଘୁରାମ ରାଜନ ଚଳିତବର୍ଷର ଅର୍ଥନୀତିରେ ନୋବୋଲ ପୁରସ୍କାର ପାଇପାରନ୍ତି। ସମ୍ଭାବ୍ୟ ଛଅ ଜଣିଆ ତାଲିକାରେ ରଘୁରାମ ରାଜନଙ୍କୁ ସ୍ଥାନ ମିଳିଛି। ଏନେଇ ୱାଲ ଷ୍ଟ୍ରିଟ ଜର୍ଣ୍ଣାଲ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି। ଆସନ୍ତାକାଲି ଅର୍ଥନୀତି ପାଇଁ ନୋବୋଲ ପୁରସ୍କାର ଘୋଷଣା କରାଯିବ।  ରଘୁରାମ ରାଜନ ରିଜର୍ବ ବ୍ୟାଙ୍କର ଗଭର୍ଣ୍ଣର ଭାବେ ତିନିବର୍ଷ ଦାୟିତ୍ୱ ନେଇଥିଲେ। ୨୦୧୬ରେ ତାଙ୍କର କାର୍ଯ୍ୟକାଳ ଶେଷ ହୋଇଥିଲା। ରଘୁରାମ ଏବେ ଚିକାଗୋ ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା […]

Rakesh Mallick
  • Published: Sunday, 08 October 2017
  • , Updated: 08 October 2017, 06:16 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତର ବିଶିଷ୍ଟ ଅର୍ଥନୀତି ବିଷାରଦ ରଘୁରାମ ରାଜନ ଚଳିତବର୍ଷର ଅର୍ଥନୀତିରେ ନୋବୋଲ ପୁରସ୍କାର ପାଇପାରନ୍ତି। ସମ୍ଭାବ୍ୟ ଛଅ ଜଣିଆ ତାଲିକାରେ ରଘୁରାମ ରାଜନଙ୍କୁ ସ୍ଥାନ ମିଳିଛି। ଏନେଇ ୱାଲ ଷ୍ଟ୍ରିଟ ଜର୍ଣ୍ଣାଲ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି। ଆସନ୍ତାକାଲି ଅର୍ଥନୀତି ପାଇଁ ନୋବୋଲ ପୁରସ୍କାର ଘୋଷଣା କରାଯିବ।  ରଘୁରାମ ରାଜନ ରିଜର୍ବ ବ୍ୟାଙ୍କର ଗଭର୍ଣ୍ଣର ଭାବେ ତିନିବର୍ଷ ଦାୟିତ୍ୱ ନେଇଥିଲେ। ୨୦୧୬ରେ ତାଙ୍କର କାର୍ଯ୍ୟକାଳ ଶେଷ ହୋଇଥିଲା। ରଘୁରାମ ଏବେ ଚିକାଗୋ ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା କରୁଛନ୍ତି।

Related story