‘ପଦ୍ମାବତୀ’ ନେଇ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଲୋଡିଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଫିଲ୍ମ ‘ପଦ୍ମାବତୀ’କୁ ନେଇ ଲାଗି ରହିଥିବା ବିବାଦରେ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ। ଫିଲ୍ମରେ ଆବଶ୍ୟକ ପରିବର୍ତ୍ତନ ନ ହେବା ଯାଏଁ ଏହାକୁ ରିଲିଜ୍ ନ କରାଇବା ପାଇଁ ବସୁନ୍ଧରା ରାଜେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି। ଏହା ଦ୍ୱାରା କୌଣସି ସଂପ୍ରଦାୟର ଭାବାବେଗ ଉପରେ ଆଘାତ ଲାଗିବ ନାହିଁ। ସେ କହିଛନ୍ତି,-“ଐତିହାସିକ, ଫିଲ୍ମ ବ୍ୟକ୍ତିତ୍ୱ ଓ ପୀଡ଼ିତ ସଂପ୍ରଦାୟର […]

vasundhara-raje

Rakesh Mallick
  • Published: Sunday, 19 November 2017
  • , Updated: 19 November 2017, 02:44 PM IST

ନୂଆଦିଲ୍ଲୀ: ଫିଲ୍ମ ‘ପଦ୍ମାବତୀ’କୁ ନେଇ ଲାଗି ରହିଥିବା ବିବାଦରେ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ। ଫିଲ୍ମରେ ଆବଶ୍ୟକ ପରିବର୍ତ୍ତନ ନ ହେବା ଯାଏଁ ଏହାକୁ ରିଲିଜ୍ ନ କରାଇବା ପାଇଁ ବସୁନ୍ଧରା ରାଜେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି। ଏହା ଦ୍ୱାରା କୌଣସି ସଂପ୍ରଦାୟର ଭାବାବେଗ ଉପରେ ଆଘାତ ଲାଗିବ ନାହିଁ। ସେ କହିଛନ୍ତି,-“ଐତିହାସିକ, ଫିଲ୍ମ ବ୍ୟକ୍ତିତ୍ୱ ଓ ପୀଡ଼ିତ ସଂପ୍ରଦାୟର ସଦସ୍ୟଙ୍କୁ ନେଇ ଗୋଟିଏ କମିଟି ଗଠନ କରି ଫିଲ୍ମର କାହାଣୀ ଉପରେ ବିଚାର ବିମର୍ଶ କରାଯାଉ।” ବସୁନ୍ଧରା ଆହୁରି ମଧ୍ୟ କହିଛନ୍ତି ଯେ, ନିଜ ହିସାବରେ ଫିଲ୍ମ ନିର୍ମାଣ କରିବାର ଅଧିକାର ନିର୍ଦ୍ଦେଶକଙ୍କ ଅଛି। ଏହା ଆଇନ୍ ବ୍ୟବସ୍ଥା, ନୈତିକତା ଓ ନାଗରିକଙ୍କ ମନୋଭାବକୁ ଆଘାତ ନ କରେ ସେଥିପ୍ରତି ଧ୍ୟାନ ଦେବା ବି ସରକାରଙ୍କ ଦାୟିତ୍ୱ।

ଚିଠି ଲେଖିବା ପରେ ମେଓ୍ୱାଡ଼ ରାଜ ପରିବାରର ଏକ ପ୍ରତିନିଧି ମଣ୍ଡଳ ବସୁନ୍ଧରାଙ୍କୁ ଭେଟି ଧନ୍ୟବାଦ ଜଣାଇଛନ୍ତି। ଫିଲ୍ମ ‘ପଦ୍ମାବତୀ’କୁ ନେଇ ଦେଶର ବିଭିନ୍ନ ସ୍ଥାନରେ ବିରୋଧ ଜାରି ରହିଛି। ତେବେ ଫିଲ୍ମଟି ରାଜସ୍ଥାନ ପୃଷ୍ଠଭୂମିରେ ହୋଇଥିବାରୁ ସେଠାରେ ଅଧିକ ବିରୋଧ ଦେଖିବାକୁ ମିଳୁଛି।

Related story