ଦେଶର ପ୍ରଥମ ରାଜ୍ୟ ଭାବେ ରାଜସ୍ଥାନରେ ଆରମ୍ଭ ହେଲା ଏମିତି କରୋନା ଟେଷ୍ଟିଂ

ଜୟପୁର: ଦେଶର ପ୍ରଥମ ରାଜ୍ୟ ଭାବେ ରାଜସ୍ଥାନରେ ରାପିଡ କରୋନା ଟେଷ୍ଟ ଆରମ୍ଭ ହୋଇଛି। ଅର୍ଥାତ ଖୁବ କମ ସମୟରେ ଏହି ଟେଷ୍ଟ କରାଯାଉଛି। ଏଥିସହ ଗୋଷ୍ଠୀ ସଂକ୍ରମଣ ହୋଇଛି କି ନାହିଁ ଜାଣିବା ପାଇଁ ରାଣ୍ଡମ ଟେଷ୍ଟର ଏହା ଏକ ଅଂଶ ବିଶେଷ। ଆଜି ପ୍ରଥମ ପର୍ଯ୍ୟାୟରେ ୫୨ ଜଣଙ୍କ କରୋନା ରାପିଡ ଟେଷ୍ଟ କରାଯାଇଛି। ଏନେଇ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଦେଶର ପ୍ରଥମ ରାଜ୍ୟ ଭାବେ ରାଜସ୍ଥାନରେ କରୋନା […]

ng

Hemant Lenka
  • Published: Friday, 17 April 2020
  • , Updated: 17 April 2020, 07:55 PM IST

ଜୟପୁର: ଦେଶର ପ୍ରଥମ ରାଜ୍ୟ ଭାବେ ରାଜସ୍ଥାନରେ ରାପିଡ କରୋନା ଟେଷ୍ଟ ଆରମ୍ଭ ହୋଇଛି। ଅର୍ଥାତ ଖୁବ କମ ସମୟରେ ଏହି ଟେଷ୍ଟ କରାଯାଉଛି। ଏଥିସହ ଗୋଷ୍ଠୀ ସଂକ୍ରମଣ ହୋଇଛି କି ନାହିଁ ଜାଣିବା ପାଇଁ ରାଣ୍ଡମ ଟେଷ୍ଟର ଏହା ଏକ ଅଂଶ ବିଶେଷ।

ଆଜି ପ୍ରଥମ ପର୍ଯ୍ୟାୟରେ ୫୨ ଜଣଙ୍କ କରୋନା ରାପିଡ ଟେଷ୍ଟ କରାଯାଇଛି। ଏନେଇ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଦେଶର ପ୍ରଥମ ରାଜ୍ୟ ଭାବେ ରାଜସ୍ଥାନରେ କରୋନା ରାପିଡ ଟେଷ୍ଟ ଆରମ୍ଭ ହୋଇଛି। ଆଜି ସନ୍ଧ୍ୟା ୫ଟାରେ ଉର୍ବାନ ପିଏଚସିରେ ୫୨ ଜଣଙ୍କର ପରୀକ୍ଷା କରାଯାଇଥିଲା। ସମସ୍ତଙ୍କ ରିପୋର୍ଟ ନେଗେଟିଭ ଆସିଛି।

ଏହା ଆଗକୁ ଆହୁରି ଦ୍ରୁତ ଗିତିରେ କରାଯିବ। ଆମେ ସମସ୍ତେ ମିଳିତ ଭାବେ କରୋନା ବିରୋଧରେ ଲଢ଼େଇ କରି ଏହାକୁ ପରାସ୍ତ କରିବା ବୋଲି ସେ ଦମ୍ଭୋକ୍ତି କରିଛନ୍ତି। ରାଜସ୍ଥାନ ପୂର୍ବରୁ ଅନେକ ରାଜ୍ୟ ରାପିଡ ଟେଷ୍ଟ କରିବେ ବୋଲି ଯୋଜନା ଆରମ୍ଭ କରିଥିଲେ। ଦିଲ୍ଲୀ ଓ ଉତ୍ତର ପ୍ରଦେଶ ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଚିନ୍ତା କରୁଥିବା ବେଳେ ରାଜସ୍ଥାନ ବିଧିବଦ୍ଧ ଭାବେ ଆଜିଠାରୁ ଏହାକୁ ଆରମ୍ଭ କରିଛି।

Related story