ସୀମା ଡେଇଁ ମୋଦିଙ୍କ ସପକ୍ଷରେ ପ୍ରଚାର କଲେ ରାଜସ୍ଥାନ ରାଜ୍ୟପାଳ

ଜୟପୁର: ରାଜସ୍ଥାନ ରାଜ୍ୟପାଳ କଲ୍ୟାଣ ସିଂହ ନିଜର ସାମ୍ବିଧାନିକ ପଦବୀର ମର୍ଯ୍ୟାଦା ଭୁଲି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ପାଇଁ ପ୍ରଚାର କରି ନୂଆ ବିବାଦ ସୃଷ୍ଟି କରିଛନ୍ତି। ସେ ମୋଦି ପୁଣିଥରେ ଦେଶର ପ୍ରଧାନମନ୍ତ୍ରୀ ହେବା ଦରକାର ବୋଲି କହି ସମସ୍ତଙ୍କୁ ସମର୍ଥନ ପାଇଁ ନିବେଦନ କରିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ରାଜ୍ୟପାଳ ଶ୍ରୀ ସିଂହ କହିଛନ୍ତି, “ଆମେ ସମସ୍ତେ ବିଜେପି କର୍ମକର୍ତ୍ତା। ଆମେ ଏଥର ବିଜେପି ପୁଣି ଜିତୁ ବୋଲି ଚାହୁଁଛୁ। […]

ew

Hemant Lenka
  • Published: Monday, 25 March 2019
  • , Updated: 25 March 2019, 06:12 PM IST

ଜୟପୁର: ରାଜସ୍ଥାନ ରାଜ୍ୟପାଳ କଲ୍ୟାଣ ସିଂହ ନିଜର ସାମ୍ବିଧାନିକ ପଦବୀର ମର୍ଯ୍ୟାଦା ଭୁଲି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ପାଇଁ ପ୍ରଚାର କରି ନୂଆ ବିବାଦ ସୃଷ୍ଟି କରିଛନ୍ତି। ସେ ମୋଦି ପୁଣିଥରେ ଦେଶର ପ୍ରଧାନମନ୍ତ୍ରୀ ହେବା ଦରକାର ବୋଲି କହି ସମସ୍ତଙ୍କୁ ସମର୍ଥନ ପାଇଁ ନିବେଦନ କରିଛନ୍ତି।

ଗଣମାଧ୍ୟମକୁ ସୂଚନା ଦେଇ ରାଜ୍ୟପାଳ ଶ୍ରୀ ସିଂହ କହିଛନ୍ତି, “ଆମେ ସମସ୍ତେ ବିଜେପି କର୍ମକର୍ତ୍ତା। ଆମେ ଏଥର ବିଜେପି ପୁଣି ଜିତୁ ବୋଲି ଚାହୁଁଛୁ। ପୁଣିଥରେ ମୋଦିଜୀ ଦେଶର ପ୍ରଧାନମନ୍ତ୍ରୀ ହୁଅନ୍ତୁ। ମୋଦି ପ୍ରଧାନମନ୍ତ୍ରୀ ହେବା ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ।”

ଭାରତର ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ, ରାଜ୍ୟପାଳ ସଦା ସର୍ବଦା ଦଳୀୟ ରାଜନୀତିର ଊର୍ଦ୍ଧ୍ଵରେ ରହିବା ଦରକାର। ସେ ଯେକୌଣସି ଦଳର ହୋଇଥିଲେ ହେଁ କେବେ ହେଲେ ରାଜ୍ୟପାଳ ପଦବୀରେ ଥିବା ବେଳେ ରାଜନୀତିକ ବୟାନବାଜି ବା ରାଜନୀତିକ ଦଳର ପ୍ରଚାର କରିପାରିବେ ନାହିଁ। କିନ୍ତୁ କଲ୍ୟାଣ ସିଂହ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଖୋଲାଖୋଲି ମୋଦିଙ୍କ ପ୍ରଚାର କରିବାକୁ ପଛାଇ ନାହାନ୍ତି।

Related story