ରାଜସ୍ଥାନରେ ଗୁଜ୍ଜରଙ୍କ ଆନ୍ଦୋଳନ ଜାରି: ମୁଖ୍ୟ ଶାସନ ସଚିବ ଓ ଡିଜିପିଙ୍କ ଉପରେ ବର୍ଷିଲେ ହାଇକୋର୍ଟ

ଜୟପୁର: ରାଜସ୍ଥାନ ହାଇକୋର୍ଟଙ୍କ କଡ଼ା ଚେତାବନୀ ସତ୍ତ୍ୱେ ସଂରକ୍ଷଣ ଦାବିରେ ଗୁଜ୍ଜର ସଂପ୍ରଦାୟର ଲୋକେ ତିନୋଟି ଜିଲ୍ଲାରେ ରାସ୍ତାରେ ଓ ରେଳ ଧାରଣା ଉପରେ ଆନ୍ଦୋଳନ ଜାରି ରଖିଛନ୍ତି। ଆଉ ଗୁରୁବାର ଏନେଇ ରାଜସ୍ଥାନର ମୁଖ୍ୟ ଶାସନ ସଚିବ ଓ ପୋଲିସ୍ ମହାନିର୍ଦ୍ଦେଶକଙ୍କ ଉପରେ ବର୍ଷିଛନ୍ତି ହାଇକୋର୍ଟ। ଆନ୍ଦୋଳନକାରୀମାନଙ୍କୁ କାହିଁକି ଗିରଫ କରାଯାଇ ନାହିଁ ବୋଲି ମୁଖ୍ୟ ଶାସନ ସଚିବ ଓ ପୋଲିସ୍ ମହାନିର୍ଦ୍ଦେଶକଙ୍କୁ ପ୍ରଶ୍ନ କରିଛନ୍ତି ହାଇକୋର୍ଟ। ରାଜ୍ୟରେ ଆଇନ ଓ ଶୃଙ୍ଖଳା ସ୍ଥିତି ବଜାୟ […]

gurjarwestern

Rakesh Mallick
  • Published: Thursday, 28 May 2015
  • , Updated: 28 May 2015, 05:27 AM IST

ଜୟପୁର: ରାଜସ୍ଥାନ ହାଇକୋର୍ଟଙ୍କ କଡ଼ା ଚେତାବନୀ ସତ୍ତ୍ୱେ ସଂରକ୍ଷଣ ଦାବିରେ ଗୁଜ୍ଜର ସଂପ୍ରଦାୟର ଲୋକେ ତିନୋଟି ଜିଲ୍ଲାରେ ରାସ୍ତାରେ ଓ ରେଳ ଧାରଣା ଉପରେ ଆନ୍ଦୋଳନ ଜାରି ରଖିଛନ୍ତି। ଆଉ ଗୁରୁବାର ଏନେଇ ରାଜସ୍ଥାନର ମୁଖ୍ୟ ଶାସନ ସଚିବ ଓ ପୋଲିସ୍ ମହାନିର୍ଦ୍ଦେଶକଙ୍କ ଉପରେ ବର୍ଷିଛନ୍ତି ହାଇକୋର୍ଟ। ଆନ୍ଦୋଳନକାରୀମାନଙ୍କୁ କାହିଁକି ଗିରଫ କରାଯାଇ ନାହିଁ ବୋଲି ମୁଖ୍ୟ ଶାସନ ସଚିବ ଓ ପୋଲିସ୍ ମହାନିର୍ଦ୍ଦେଶକଙ୍କୁ ପ୍ରଶ୍ନ କରିଛନ୍ତି ହାଇକୋର୍ଟ। ରାଜ୍ୟରେ ଆଇନ ଓ ଶୃଙ୍ଖଳା ସ୍ଥିତି ବଜାୟ ରଖିବାରେ ସରକାର ବିଫଳ ହୋଇଛନ୍ତି ବୋଲି ଉଚ୍ଚ ନ୍ୟାୟାଳୟ କହିଥିଲେ। ଆଉ ଏ ନେଇ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ଆସନ୍ତାକାଲି ପୁଣି ଏହି ମାମଲାର ଶୁଣାଣି କରିବେ।

ସରକାରୀ ଚାକିରି କ୍ଷେତ୍ରରେ ୫% ସଂରକ୍ଷଣ ଦାବିରେ ଗୁଜ୍ଜର ସଂପ୍ରଦାୟର ଲୋକେ ସପ୍ତାହେରୁ ଅଧିକ ଦିନ ହେଲାଣି ତିନୋଟି ଜିଲ୍ଲାରେ ରାସ୍ତା ଓ ରେଳଧାରଣାରେ ଧାରଣାରେ ବସିଛନ୍ତି। ବୁଧବାର ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଆନ୍ଦୋଳନକାରୀ ମାନେ ମୁମ୍ବାଇ-ଦିଲ୍ଲୀ ରେଳ ଲାଇନରୁ ହଟି ନାହାନ୍ତି। ସେମାନଙ୍କୁ ପୋଲିସ୍ ଲଗାଇ ସେଠାରୁ ହଟାଇବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ଅନ୍ୟପକ୍ଷରେ ଗତକାଲି ସରକାର ଓ ଗୁଜ୍ଜର ଆନ୍ଦୋଳନକାରୀଙ୍କ ମଧ୍ୟରେ ସମସ୍ୟାର ସମାଧାନ ନେଇ ଆଲୋଚନା ହୋଇଥିଲା। ମଙ୍ଗଳବାର ବି ଆଲୋଚନା ହୋଇଥିଲା। କିନ୍ତୁ ଏ ସବୁ ଆଲୋଚନା ବିଫଳ ହୋଇଥିଲା। ଆଜି ମଧ୍ୟ ସରକାର ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଆଲୋଚନା ହେବ।

ସୂଚନାଯୋଗ୍ୟ, ଗୁଜ୍ଜରଙ୍କ ଏହି ଆନ୍ଦୋଳନ ଯୋଗୁ ପଶ୍ଚମ ରେଳବାଇ ୧୦୦ କୋଟିରୁ ଅଧିକ ଟଙ୍କାର କ୍ଷତି ସହିଲାଣି। ଦିନକୁ ପ୍ରାୟ ୧୫ କୋଟି କ୍ଷତି ହେଉଛି।

Related story