ରାଜକୋଟରେ ମ୍ୟାଚ କରାଇ ନ ଦେବା ଧମକ ଘଟଣା: ହାର୍ଦ୍ଦିକଙ୍କୁ ଅଟକ ରଖିଲା ପୋଲିସ

ରାଜକୋଟ: ଗୁଜରାଟର ରାଜକୋଟରେ ଚାଲିଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଦିନିକିଆ ମ୍ୟାଚ୍ କରାଇ ନ ଦେବାକୁ ଧମକ ଦେଇଥିବା ହାର୍ଦ୍ଦିକ ପଟେଲଙ୍କୁ ପୋଲିସ ଅଟକ ରଖିଛି। ପଟିଦାରଙ୍କ ଲାଗି ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବା ଦାବିରେ ଆନ୍ଦୋଳନ ଚଳାଇଥିବା ହାର୍ଦ୍ଦିକଙ୍କୁ ପୋଲିସ ଷ୍ଟାଡିୟମ ଠାରୁ ୨ କିଲୋମିଟର ଦୂରରୁ ଅଟକ ରଖିଛି। ଏହି ସମୟରେ ସେ ଷ୍ଟାଡିୟମକୁ ଆସୁଥିଲେ। ସୁରକ୍ଷାକୁ ଦୃଷ୍ଟିରେ ରଖି ହାର୍ଦ୍ଦିକଙ୍କୁ ଅଟକ ରଖାଯାଇଥିବା ପୋଲିସ କହିଛି। ହାର୍ଦ୍ଦିକଙ୍କ ଧମକକୁ ଦୃଷ୍ଟିରେ ରଖି ରାଜ୍ୟ […]

hardik

Rakesh Mallick
  • Published: Sunday, 18 October 2015
  • , Updated: 18 October 2015, 09:40 AM IST

ରାଜକୋଟ: ଗୁଜରାଟର ରାଜକୋଟରେ ଚାଲିଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଦିନିକିଆ ମ୍ୟାଚ୍ କରାଇ ନ ଦେବାକୁ ଧମକ ଦେଇଥିବା ହାର୍ଦ୍ଦିକ ପଟେଲଙ୍କୁ ପୋଲିସ ଅଟକ ରଖିଛି। ପଟିଦାରଙ୍କ ଲାଗି ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବା ଦାବିରେ ଆନ୍ଦୋଳନ ଚଳାଇଥିବା ହାର୍ଦ୍ଦିକଙ୍କୁ ପୋଲିସ ଷ୍ଟାଡିୟମ ଠାରୁ ୨ କିଲୋମିଟର ଦୂରରୁ ଅଟକ ରଖିଛି। ଏହି ସମୟରେ ସେ ଷ୍ଟାଡିୟମକୁ ଆସୁଥିଲେ। ସୁରକ୍ଷାକୁ ଦୃଷ୍ଟିରେ ରଖି ହାର୍ଦ୍ଦିକଙ୍କୁ ଅଟକ ରଖାଯାଇଥିବା ପୋଲିସ କହିଛି।

ହାର୍ଦ୍ଦିକଙ୍କ ଧମକକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଗତକାଲି ରାତି ୧୦ଟାରୁ ରାଜକୋଟରେ ମୋବାଇଲ ଓ ଇଣ୍ଟରନେଟ୍ ସେବାକୁ ବନ୍ଦ କରି ଦିଆଯାଇଛି। ଏହି ମ୍ୟାଚ ସରିବା ଯାଏଁ ଏହା ବଳବତ୍ତର ରହିବ।

Related story