ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଭେଲୋର ଜେଲ୍ରେ ଆଜୀବନ ସଜା କାଟୁଥିବା ନଳିନୀ ଶ୍ରୀହରନ ପାରୋଲରେ ବାହାରିଛନ୍ତି। ତାଙ୍କ ଝିଅର ବାହାଘର ପାଇଁ ସେ ପାରୋଲରେ ବାହାରିଛନ୍ତି। ମାଡ୍ରାସ ହାଇକୋର୍ଟ ଏ ନେଇ ଅନୁମତି ଦେଇଛନ୍ତି। ତେବେ ଏହି ପାରୋଲ ଅବଧି ବେଳେ ନଳିନୀ ଭେଲୋର ବାହାରକୁ ଯାଇ ପାରିବେ ନାହିଁ କି କୌଣସି ନେତା ଓ ମିଡିଆରେ କଥା ହୋଇପାରିବେ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କ ଝିଅ ଲଣ୍ଡନରେ ଡାକ୍ତରୀ ପଢୁଥିବା ଜଣାପଡ଼ିଛି।
ନଳିନୀ ଗତ ବର୍ଷ ମଧ୍ୟ ମାସେ ପାଇଁ ପାରୋଲରେ ଆସିଥିଲେ। ସେତେବେଳେ ତାଙ୍କ ବାପାଙ୍କ ପରଲୋକ ହୋଇଯାଇଥିଳା। ନଳିନୀଙ୍କ ସ୍ୱାମୀ ମୁରୁଗନ ମଧ୍ୟ ସମାନ ଅଭିଯୋଗରେ ଦଣ୍ଡିତ ହୋଇ ଭେଲୋର ଜେଲରେ ଦୀର୍ଘ ୨୮ ବର୍ଷ ହେବ ସଜା କାଟୁଛନ୍ତି।
ନଳିନୀଙ୍କୁ ରାଜୀବ ଗାନ୍ଧି ହତ୍ୟାକାଣ୍ଡ ମାମଲାରେ ପ୍ରଥମେ ଫାଶୀଦଣ୍ଡାଦେଶ ହୋଇଥିଲା। କିନ୍ତୁ ସୋନିଆ ଗାନ୍ଧିଙ୍କ ହସ୍ତକ୍ଷେପ ପରେ ୨୦୦୦ ମସିହା ଏପ୍ରିଲ୍ ୨୪ ତାରିଖରେ ଫାଶୀଦଣ୍ଡାଦେଶକୁ ଆଜୀବନ ଜେଲ୍ରେ ପରିଣତ କରାଯାଇଥିଲା ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ଅଖିଲେଶଙ୍କ ପରେ ଦିଲ୍ଲୀ ନିର୍ବାଚନରେ AAPକୁ ସମର୍ଥନ ଘୋଷଣା କଲେ ମମତା
ଦିଲ୍ଲୀ ବିଧାନସଭା ନିର୍ବାଚନରେ ପ୍ରଥମେ ଆପକୁ ସମର୍ଥନ ଘୋଷଣା କରିଥିଲା ଅଖିଲେଶ ଯାଦବଙ୍କ ସମାଜବାଦୀ ପାର୍ଟି। ଆଜି ତୃଣମୂଳ କଂଗ୍ରେସର ସମର୍ଥନ ପାଇଁ ମମତା ବାନାର୍ଜୀଙ୍କୁ ଧନ୍ୟବାଦ ଜଣାଇଲେ କେଜ୍ରିୱାଲ।
National
ପ୍ରତ୍ୟର୍ପଣ ଦାବି ଭିତରେ ଶେଖ ହସିନାଙ୍କ ଭିସା ଅବଧି ବଢ଼ାଇଲା ଭାରତ
ଡିସେମ୍ବର ୨୩ରେ ବାଂଲାଦେଶର ଅନ୍ତରୀଣ ସରକାର ବିଧିବଦ୍ଧ ଭାବେ ଭାରତକୁ ହସିନାଙ୍କ ପ୍ରତ୍ୟର୍ପଣ ପାଇଁ ଚିଠି ଲେଖିଥିଲେ। କିନ୍ତୁ ଏଯାଏ ଭାରତ ସରକାର ଏହା ଉପରେ କୌଣସି ନିଷ୍ପତ୍ତି ନେଇ ନାହାନ୍ତି।
National
ବାଲେଶ୍ୱର ଧୂର୍ତ୍ତକୁ ବାନ୍ଧିଲା ଲକ୍ଷ୍ନୌ ପୁଲିସ: ନିଜକୁ ଆର୍ମି କ୍ୟାପ୍ଟେନ କହୁଥିଲା, ମହିଳାଙ୍କୁ ଲୁଟୁଥିଲା
ପୁଲିସ୍ କହିଛି ଯେ ଗିରଫ ହୋଇଥିବା ୪୦ ବର୍ଷୀୟ ହାଇଦର ଅଲୀର ଘର ଓଡ଼ିଶାର ବାଲେଶ୍ୱରରେ। ତା’ର ପ୍ରକୃତ ନାଁ ହାଇଦର ହୋଇଥିଲେ ହେଁ ସେ ନିଜକୁ ହାର୍ଦ୍ଦିକ ବେଗଲୋ ଭାବେ ପରିଚୟ ଦେଉଥିଲା।
National
ଉତ୍ସବ ମଝିରେ ପାଗଳ ହେଲା ହାତୀ, ୨୦ ଆହତ
ପାଖରେ ଠିଆ ହୋଇଥିବା ମହୁନ୍ତ ତାକୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ଶୁଣି ନଥିଲା। ଏପରିକି ଜଣଙ୍କୁ ଶଣ୍ଢରେ ଉଠାଇ କଚାଡ଼ି ପିଙ୍ଗି ଦେଇଥିଲା ହାତୀ।
National
ବର-କନ୍ୟା ପୋଷାକ ପିନ୍ଧି ରାତି ସାରା ୨୬ତମ ବିବାହ ବାର୍ଷିକୀ ପାଳିଲେ, ସକାଳୁ ଜୀବନ ହାରିଦେଲେ
ରାତି ସାରା ଯେଉଁ ଦମ୍ପତି ନିଜର ବିବାହ ବାର୍ଷିକ ପାଳକ କରିଥିଲେ ସକାଳୁ ସେମାନେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ଗ୍ରହଣ କରିଛନ୍ତି। ଉଭୟଙ୍କ ମୃତଦେହ ବିବାହ ପୋଷାକରେ ସେମାନଙ୍କ ଘର ଭିତରୁ ନାଗପୁର ପୁଲିସ୍ ଉଦ୍ଧାର କରିଛି।