ରାଜୀବ କୁମାର ନିର୍ବାଚନ କମିଶନର ନିଯୁକ୍ତ

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ଅର୍ଥ ସଚିବ ରାଜୀବ କୁମାର ନିର୍ବାଚନ କମିଶନର ଭାବେ ନିଯୁକ୍ତି ପାଇଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି। ଆଇନ୍‌ ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଅଗଷ୍ଟ ୩୧ରେ ସେ ଅଶୋକ ଲାଭାସାଙ୍କଠାରୁ ଦାୟିତ୍ୱ ଗ୍ରହଣ କରିବେ। ଅଶୋକ ଲାଭାସା ଏସିଆନ୍‌ ଡେଭଲପ୍‌ ମେଣ୍ଟ ବ୍ୟାଙ୍କର ଉପାଧ୍ୟକ୍ଷ ଦାୟିତ୍ୱ ନେବେ। ସୂଚନାଯୋଗ୍ୟ ଯେ ଝାରଖଣ୍ଡ କ୍ୟାଡର ୧୯୮୪ ବ୍ୟାଚ୍‌ର ଆଇଏଏସ୍‌ ରାଜୀବ କୁମାର ଅର୍ଥ ସଚିବ […]

rajib-kumar

Manoranjan Sial
  • Published: Friday, 21 August 2020
  • , Updated: 21 August 2020, 11:08 PM IST

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ଅର୍ଥ ସଚିବ ରାଜୀବ କୁମାର ନିର୍ବାଚନ କମିଶନର ଭାବେ ନିଯୁକ୍ତି ପାଇଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି। ଆଇନ୍‌ ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।

ଅଗଷ୍ଟ ୩୧ରେ ସେ ଅଶୋକ ଲାଭାସାଙ୍କଠାରୁ ଦାୟିତ୍ୱ ଗ୍ରହଣ କରିବେ। ଅଶୋକ ଲାଭାସା ଏସିଆନ୍‌ ଡେଭଲପ୍‌ ମେଣ୍ଟ ବ୍ୟାଙ୍କର ଉପାଧ୍ୟକ୍ଷ ଦାୟିତ୍ୱ ନେବେ।

ସୂଚନାଯୋଗ୍ୟ ଯେ ଝାରଖଣ୍ଡ କ୍ୟାଡର ୧୯୮୪ ବ୍ୟାଚ୍‌ର ଆଇଏଏସ୍‌ ରାଜୀବ କୁମାର ଅର୍ଥ ସଚିବ ଭାବେ ଗତବର୍ଷ ଜୁଲାଇରେ ନିଯୁକ୍ତି ପାଇଥିଲେ। ବର୍ତ୍ତମାନ ସୁନୀଲ ଆରୋରା ମୁଖ୍ୟ ନିର୍ବାଚନ କମିଶନର ଅଛନ୍ତି। ତାଙ୍କ ସହ ଅଶୋକ ଲାଭାସା ଓ ସୁଶୀଲ ଚନ୍ଦ୍ରା ନିର୍ବାଚନ କମିଶନର ଭାବେ କାର୍ଯ୍ୟ କରୁଛନ୍ତି। ଆଉ ୧୦ ଦିନ ପରେ ରାଜୀବ କୁମାର, ଲାଭାସାଙ୍କ ସ୍ଥାନ ନେବେ।

Related story