ରାହୁଲଙ୍କୁ କଟାକ୍ଷ କଲେ ରାଜନାଥ

ନୂଆଦିଲ୍ଲୀ: ବିଜେପି ଜିତିଛି। ଖାଲି ଗୁଜୁରାଟରେ ନୁହେଁ ଏବେ ହିମାଚଳପ୍ରଦେଶରେ ବି ଉଡିବ ଗେରୁଆ ପାତାକା। ଯାହାକୁ ନେଇ ବେସ୍‌ ଉତ୍ସାହିତ ହୋଇ ଉଠିଛନ୍ତି ଭାଜପା ନେତା ଓ କର୍ମି। ୨ ରାଜ୍ୟରେ ଭାଜପାର ବିଜୟ ଉତ୍ସବ ପାଳନ କରାଯାଉଥିବା ବେଳେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ କଟାକ୍ଷ କରିଛନ୍ତି। “ଘରେ ନ ପସୁଣୁ ଚାଳ ବାଜିଲାଣି” ବୋଲି କହି ରାଜନାଥ କଟାକ୍ଷ କରିଛନ୍ତି। ରାହୁଲ ଗାନ୍ଧି ନିକଟରେ କଂଗ୍ରେସର ମଙ୍ଗ […]

p-444

Rakesh Mallick
  • Published: Monday, 18 December 2017
  • , Updated: 18 December 2017, 06:38 PM IST

ନୂଆଦିଲ୍ଲୀ: ବିଜେପି ଜିତିଛି। ଖାଲି ଗୁଜୁରାଟରେ ନୁହେଁ ଏବେ ହିମାଚଳପ୍ରଦେଶରେ ବି ଉଡିବ ଗେରୁଆ ପାତାକା। ଯାହାକୁ ନେଇ ବେସ୍‌ ଉତ୍ସାହିତ ହୋଇ ଉଠିଛନ୍ତି ଭାଜପା ନେତା ଓ କର୍ମି। ୨ ରାଜ୍ୟରେ ଭାଜପାର ବିଜୟ ଉତ୍ସବ ପାଳନ କରାଯାଉଥିବା ବେଳେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ କଟାକ୍ଷ କରିଛନ୍ତି। “ଘରେ ନ ପସୁଣୁ ଚାଳ ବାଜିଲାଣି” ବୋଲି କହି ରାଜନାଥ କଟାକ୍ଷ କରିଛନ୍ତି।

ରାହୁଲ ଗାନ୍ଧି ନିକଟରେ କଂଗ୍ରେସର ମଙ୍ଗ ସମ୍ଭାଳିବାକୁ ଦାୟିତ୍ୱ ନେଇଥିବା ବେଳେ ୨ଟି ରାଜ୍ୟରେ ଦଳର ପରାଜୟ ତାଙ୍କୁ ଶକ୍ତ ଝଟ୍‌କା ଦେଇଛି। ଯାହାକି ଦଳର ନୁହେଁ ରାହୁଲଙ୍କ ପରାଜୟ ବୋଲି କହିଛନ୍ତି ସିଂ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭାଜପା ୨୨ ବର୍ଷ ଧରି ଗୁଜରାଟରେ ଶାସନ କରୁଥିବା ବେଳେ ଲୋକଙ୍କ ବିଶ୍ୱାସ ଓ ଭରସା ଦଳ ଉପରେ ରହିଛି, ଏଣୁ ପୁନର୍ବାର ରାଜ୍ୟବାସୀଙ୍କ ସେବା କରିବାର ସୁଯୋଗ ମିଳିଛି।

Related story