ନୂଆଦିଲ୍ଲୀ: ପୂର୍ବତନ ନୌସେନା ଅଧିକାରୀ ମଦନ ଶର୍ମା ଶିବସେନା ନେତାଙ୍କ ଆକ୍ରମଣର ଶିକାର ହୋଇଛନ୍ତି। ଏବେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଦନ ଶର୍ମାଙ୍କୁ ଫୋନ୍ କରି ସ୍ୱାସ୍ଥ୍ୟାବସ୍ଥା ବୁଝିବା ସହିତ ଘଟଣା ବାବଦରେ ପଚାରି ବୁଝିଥିବା ସୂଚନା ରହିଛି।
ତେଣେ ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ଉଦ୍ଦବ ସରକାରଙ୍କୁ ସମାଲୋଚନା କରିଛନ୍ତି। ଶାସକ ଦଳର ଗୁଣ୍ଡା ବୋଲି ତାଙ୍କୁ 10 ମିନିଟରେ ଛାଡି ଦେଇଛି ବୋଲି ସେ କହିଛନ୍ତି।
ମଦନ ଶର୍ମାଙ୍କ ପୁଅ ଶନି ଶର୍ମା ଗଣମାଧ୍ୟମକୁ ପ୍ରତିକ୍ରିୟାରେ କହିଛନ୍ତି, ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ। ସରକାର ଏବେ ଏମିତି କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବା ଦରକାର ଆଗାମୀ ଦିନରେ ଯେମିତି ଏଭଳି ଘଟଣାର ପୁନରାବୃତି ହେବନି।
ଶୁକ୍ରବାର ଜଣେ ପୂର୍ବତନ ନୌସେନା ଅଧିକାରୀ ମଦନ ଶର୍ମା ଶିବସେନାର 6 ଜଣ କର୍ମୀ ଆକ୍ରମଣ କରିଥିଲେ। ଆଜି ସେମାନେ ସମସ୍ତେ ଜାମିନରେ ମୁକୁଳିଛନ୍ତି। ଏହାପରେ ମହାରାଷ୍ଟ୍ର ପୁଲିସ ଏବଂ ସରକାରକୁ ଘେରିଛି ବିଜେପି।
ମହାରାଷ୍ଟ୍ର ପୁଲିସର ଏଭଳି ନୀତିକୁ ବିରୋଧ କରି ଧାରାଣାରେ ବସିଛନ୍ତି ଆକ୍ରମଣର ଶିକାର ହୋଇଥିବା ପୂର୍ବତନ ନୌସେନା ଅଧିକାରୀ ମଦନ ଶର୍ମାଙ୍କ ଝିଅ ଡାକ୍ତର ଶୀଲା ଶର୍ମା। ସମର୍ଥନରେ ବାହାରିଛନ୍ତି ସ୍ଥାନୀୟ ଲୋକ ଏବଂ ବିଜେପି ନେତା। ମୁମ୍ୱାଇ ପୁଲିସ ଶାସକ ଦଳ ନେତାଙ୍କ ବିରୋଧରେ ଦୁର୍ବଳ ଦଫା ଲଗାଇବାରୁ କୋର୍ଟକୁ ନଯାଇ ପୁଲିସ ଷ୍ଟେସନରୁ ଜାମିନ୍ ପାଇଛନ୍ତି ବୋଲି ଶୀଲା ଶର୍ମା ଅଭିଯୋଗ କରିଛନ୍ତି।
[caption id="attachment_571801" align="aligncenter" width="650"] ଏହି କାର୍ଟୁନକୁ ମଦନ ଶର୍ମା ଶେୟାର କରିଥିଲେ।[/caption]
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଉପରେ ଏକ କାର୍ଟୁନ ଫୋଟକୁ ହ୍ୱାଟସଆପରେ ମଦନ ଶର୍ମା ଶେୟାର କରିଥିଲେ। ଏହାପରେ ଶିବସେନା ନେତା ଫୋନ୍ କରି ଧମକ ଦେଇଥିଲେ। ପରେ ମଦନ ଶର୍ମାଙ୍କ ଘରକୁ ଆସି ତାଙ୍କୁ ଆଠ ଜଣ ଶିବସେନା କର୍ମୀ ମରଣାନ୍ତକ ଆକ୍ରମଣ କରିଥିଲେ। ଯାହାର ସିସିଟିଭି ଭିଜୁଆଲ ପୁଲିସକୁ ଦେଇଛନ୍ତି ଆକ୍ରମଣକାରୀ। ଏଥିସହିତ ଶିବସେନା ନେତା କମଲେଶ କଦମଙ୍କ ସମେତ ଛଅ ଜଣଙ୍କ ନାମରେ ଏତଲା ଦେଇଥିଲେ ମଦନ ଶର୍ମା।
ଏହି ଘଟଣାରେ ଏଫ୍ଆଇଆର୍ ଦାୟର ହେବା ପରେ ମୁମ୍ୱାଇ ପୁଲିସ ଏମାନଙ୍କୁ ଗିରଫ କରିଥିଲା। ଆଜି ସକାଳେ କିନ୍ତୁ ଛଅ ଜଣଙ୍କୁ ପୁଲିସ ଜାମିନରେ ଛାଡ଼ିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।