ଗାଈକୁ ମିଳୁ ଜାତୀୟ ପଶୁର ମାନ୍ୟତା: ସରକାରଙ୍କୁ ପ୍ରସ୍ତାବ ଦେଲେ ରାଜସ୍ଥାନ ହାଇକୋର୍ଟ

ଜୟପୁର: ଗାଈକୁ ଜାତୀୟ ପଶୁର ମାନ୍ୟତା ଦିଆଯାଉ।  ସରକାରଙ୍କୁ ଏମିତି ପ୍ରସ୍ତାବ ଦେଇଛନ୍ତି ରାଜସ୍ଥାନ ହାଇକୋର୍ଟ।  ସେହିପରି ଗୋ ହତ୍ୟାକାରୀଙ୍କୁ ଆଜୀବନକାରାଦଣ୍ଡ ପାଇଁ ଆଇନରେ ବ୍ୟବସ୍ଥା ହେଉ ବୋଲି କୋର୍ଟ ସୁପାରିଶ କରିଛନ୍ତି। ଏକ ଜନସ୍ୱାର୍ଥ୍ୟ ମାମଲାର ଶୁଣାଣି କରି କୋର୍ଟ ଏମିତି କିଛି ମତ ଦେଇଛନ୍ତି।  ମିଳିଥିବା ସୂଚନା ଅନୁଯାୟୀ ରାଜସ୍ଥାନର ଜୟପୁରରେ ସରକାରୀ ପରିଚାଳିତ ହିଙ୍ଗୋନିଆ ଗୋଶାଳାରେ  ଗତ ବର୍ଷ ଜୁଲାଇ ମାସରେ ଦୁଇ ସପ୍ତାହ ମଧ୍ୟରେ ୫୦୦ରୁ ଊର୍ଧ ଗୁରୁଙ୍କ ମୃତ୍ୟୁ ଘଟିଥିଲା। […]

cow

Rakesh Mallick
  • Published: Wednesday, 31 May 2017
  • , Updated: 31 May 2017, 04:21 PM IST

ଜୟପୁର: ଗାଈକୁ ଜାତୀୟ ପଶୁର ମାନ୍ୟତା ଦିଆଯାଉ।  ସରକାରଙ୍କୁ ଏମିତି ପ୍ରସ୍ତାବ ଦେଇଛନ୍ତି ରାଜସ୍ଥାନ ହାଇକୋର୍ଟ।  ସେହିପରି ଗୋ ହତ୍ୟାକାରୀଙ୍କୁ ଆଜୀବନକାରାଦଣ୍ଡ ପାଇଁ ଆଇନରେ ବ୍ୟବସ୍ଥା ହେଉ ବୋଲି କୋର୍ଟ ସୁପାରିଶ କରିଛନ୍ତି। ଏକ ଜନସ୍ୱାର୍ଥ୍ୟ ମାମଲାର ଶୁଣାଣି କରି କୋର୍ଟ ଏମିତି କିଛି ମତ ଦେଇଛନ୍ତି।  ମିଳିଥିବା ସୂଚନା ଅନୁଯାୟୀ ରାଜସ୍ଥାନର ଜୟପୁରରେ ସରକାରୀ ପରିଚାଳିତ ହିଙ୍ଗୋନିଆ ଗୋଶାଳାରେ  ଗତ ବର୍ଷ ଜୁଲାଇ ମାସରେ ଦୁଇ ସପ୍ତାହ ମଧ୍ୟରେ ୫୦୦ରୁ ଊର୍ଧ ଗୁରୁଙ୍କ ମୃତ୍ୟୁ ଘଟିଥିଲା। ଏହାକୁ ନେଇ ରାଜସ୍ଥାନ ହାଇକୋର୍ଟରେ ଏକ ଜନସ୍ୱାର୍ଥ୍ୟ ମାମଲା ରୁଜୁ ହୋଇଥିଲା।

ଏହି ମାମଲାର ଶୁଣାଣି କରି କୋର୍ଟ ଆହୁରି କରିଛନ୍ତି ଯେ,  ଗୋଶାଳା ନିକଟରେ ୫ ହଜାର ଗଛ ରୋପଣ କରିବାକୁ  ହାଇକୋର୍ଟ ରାଜସ୍ଥାନ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।  ତେବେ ଗୋ ସୁରକ୍ଷା ଏବଂ ଗୋ ହତ୍ୟାକୁ ନେଇ ବର୍ଷ ବର୍ଷ ଧରି ବିବାଦ  ଲାଗି ରହିଥିବା ବେଳେ ଏବେ  ରାଜସ୍ଥାନ ହାଇକୋର୍ଟଙ୍କ ଏଭଳି ପ୍ରସ୍ତାବ ବିତର୍କ ସୃଷ୍ଟି କରିଛି।

Related story