ସପାକୁ ଫେରିଲେ ରାମଗୋପାଲ ଯାଦବ

ଲକ୍ଷ୍ମୌ: ସମାଜବାଦୀ ପାର୍ଟି(ସପା)କୁ ଫେରିଲେ ରାଜ୍ୟସଭା ସାଂସଦ ରାମଗୋପାଲ ଯାଦବ। ଅକ୍ଯୋବର ମାସରେ ତାଙ୍କୁ ଦଳରୁ ୬ ବର୍ଷ ପାଇଁ ବହିଷ୍କାର କରାଯାଇଥିଲା। ବହିଷ୍କାର ନିର୍ଦ୍ଦେଶ ପ୍ରତ୍ୟାହାର କରି ନେବା ସହ ତାଙ୍କୁ ଆଜି ପୁଣି ଦଳକୁ ଫେରାଇ ଅଣାଯାଇଛି। ସମାଜବାଦୀ ପାର୍ଟି ମୁଖ୍ୟ ମୁଲାୟମ ସିଂହ ଯାଦବ କହିଛନ୍ତି ଯେ ରାମଗୋପାଳ ଯାଦବଙ୍କ ଉପରୁ ବହିଷ୍କାର ନିର୍ଦ୍ଦେଶ ଉଠାଇ ଦିଆଯାଇଛି। ସେ ରାଜ୍ୟସଭାରେ ଦଳର ନେତା ଭାବେ ତାଙ୍କ ଦାୟିତ୍ୱ ନିର୍ବାହ କରିବା ସହିତ ଦଳର […]

ramgopla

Rakesh Mallick
  • Published: Thursday, 17 November 2016
  • , Updated: 17 November 2016, 11:22 AM IST

ଲକ୍ଷ୍ମୌ: ସମାଜବାଦୀ ପାର୍ଟି(ସପା)କୁ ଫେରିଲେ ରାଜ୍ୟସଭା ସାଂସଦ ରାମଗୋପାଲ ଯାଦବ। ଅକ୍ଯୋବର ମାସରେ ତାଙ୍କୁ ଦଳରୁ ୬ ବର୍ଷ ପାଇଁ ବହିଷ୍କାର କରାଯାଇଥିଲା। ବହିଷ୍କାର ନିର୍ଦ୍ଦେଶ ପ୍ରତ୍ୟାହାର କରି ନେବା ସହ ତାଙ୍କୁ ଆଜି ପୁଣି ଦଳକୁ ଫେରାଇ ଅଣାଯାଇଛି।

ସମାଜବାଦୀ ପାର୍ଟି ମୁଖ୍ୟ ମୁଲାୟମ ସିଂହ ଯାଦବ କହିଛନ୍ତି ଯେ ରାମଗୋପାଳ ଯାଦବଙ୍କ ଉପରୁ ବହିଷ୍କାର ନିର୍ଦ୍ଦେଶ ଉଠାଇ ଦିଆଯାଇଛି। ସେ ରାଜ୍ୟସଭାରେ ଦଳର ନେତା ଭାବେ ତାଙ୍କ ଦାୟିତ୍ୱ ନିର୍ବାହ କରିବା ସହିତ ଦଳର ଜାତୀୟ ସାଧାରଣ ସଂପାଦକ ଓ ଜାତୀୟ ସଂସଦୀୟ ବୋର୍ଡର ସଦସ୍ୟ ଭାବେ କାର୍ଯ୍ୟ କରିବେ ବୋଲି ମୁଲାୟମ କହିଛନ୍ତି।

ସୂଚନାଯୋଗ୍ୟ, ରାମଗୋପାଲ ହେଉଛନ୍ତି ମୁଲାୟମଙ୍କ ସଂପର୍କୀୟ ଭାଇ। ସେ ମୁଲାୟମଙ୍କ ପୁଅ ତଥା ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ନିକଟତର। ଗତ ମାସ ୨୩ ତାରିଖରେ ମୁଲାୟମଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ଦଳରୁ ୬ ବର୍ଷ ପାଇଁ ବହିଷ୍କାର କରାଯାଇଥିଲା।

Related story