ଜେଲ୍‌ରେ ରାମ ରହିମଙ୍କ ଓଜନ ୬କେଜି କମି ଯାଇଛି

ନୂଆଦିଲ୍ଲୀ: ଦୁଇ  ସାଧ୍ୱୀଙ୍କୁ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମ ରହିମ ୨୦ ବର୍ଷ ଜେଲ ଦଣ୍ଡ ଭୋଗୁଛନ୍ତି। ଜେଲ୍‌ରେ ଥିବା ରାମ ରହିମଙ୍କ ଜୀବନ ଆରାମରେ କଟୁ ନାହିଁ। ଜେଲ୍‌ର ଡାଲି ଓ ରୁଟି ଖାଇ ତାଙ୍କର ଓଜନ ୬ କେଜି କମିଯାଇଛି। ମିଳିଥିବା ସୂଚନା ମୁତାବକ ୪୦ ଦିନରେ ରାମ ରହିମଙ୍କ ଓଜନ ୯୦ କେଜିରୁ କମି ୮୪ କେଜିରେ ପହଞ୍ଚି ଯାଇଛି।   ଲକ୍ଷ ଲକ୍ଷ […]

ramrahim

Rakesh Mallick
  • Published: Saturday, 07 October 2017
  • , Updated: 07 October 2017, 01:05 PM IST

ନୂଆଦିଲ୍ଲୀ: ଦୁଇ  ସାଧ୍ୱୀଙ୍କୁ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମ ରହିମ ୨୦ ବର୍ଷ ଜେଲ ଦଣ୍ଡ ଭୋଗୁଛନ୍ତି। ଜେଲ୍‌ରେ ଥିବା ରାମ ରହିମଙ୍କ ଜୀବନ ଆରାମରେ କଟୁ ନାହିଁ। ଜେଲ୍‌ର ଡାଲି ଓ ରୁଟି ଖାଇ ତାଙ୍କର ଓଜନ ୬ କେଜି କମିଯାଇଛି। ମିଳିଥିବା ସୂଚନା ମୁତାବକ ୪୦ ଦିନରେ ରାମ ରହିମଙ୍କ ଓଜନ ୯୦ କେଜିରୁ କମି ୮୪ କେଜିରେ ପହଞ୍ଚି ଯାଇଛି।   ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବା ସତ୍ତ୍ୱେ ଯାହା ସମ୍ଭବ ହୋଇପାରିନଥିଲା ଜେଲର ରୁଟି ଓ ଡାଲି ତାହା କରି ଦେଖାଇଛି।

ରାଜା,ମହାରାଜାଙ୍କ ପରି ଜୀବନ କାଟୁଥିବା ରାମ ରହିମ ଏବେ ଜେଲ୍‌ରେ ସାଧାରଣ କଏଦୀ ଭାବେ ଜୀବନ ବିତାଉଛନ୍ତି। ଦାମୀ ବିଦେଶୀ ଗଦି ନୁହେଁ  ତଳେ ଶୋଉଛନ୍ତି ଏବଂ ଜାମ୍‌ ଏ ଇନ୍‌ସା (ଡେରାର ଖାସ୍‌ ପାନୀୟ) ନପିଇ  ଜେଲର ପାଣି ପିଉଛନ୍ତି।

Related story