କହୁ କହୁ କହିଦେଲେ ସ୍ୱାମୀ: ହିନ୍ଦୁତ୍ୱ ବିନା ନିର୍ବାଚନ ଜିତିବା କଷ୍ଟ, ଆସନ୍ତା ଦୀପାବଳିକୁ  ତିଆରି ସରିଥିବା ରାମ ମନ୍ଦିର

ନୂଆଦିଲ୍ଲୀ: ଅଯୋଧ୍ୟାରେ ଖୁବ୍‌ ଶୀଘ୍ର ରାମ ମନ୍ଦିର ନିର୍ମାଣ କାର୍ଯ୍ୟ କାମ ଆରମ୍ଭ ହେବ। ଗତବର୍ଷ ଦୀପାବଳୀରେ ରାମ ମନ୍ଦିରରେ ଶ୍ରଦ୍ଧାଳୁମାନେ ପୂଜା କରିପାରିବେ। ବିଜେପିର ବରିଷ୍ଠ ନେତା ସୁବ୍ରମଣ୍ୟମ୍‌ ସ୍ୱାମୀ ଏହା କହିଛନ୍ତି। ପଟଣାରେ ଏକ ସମାରୋହକୁ ସମ୍ବୋଧିତ କରିବା ଅବସରରେ ସ୍ୱାମୀ ଏହା କହିଛନ୍ତି। ସେ ଆହୁରି କହିଛନ୍ତି- “ରାମ ମନ୍ଦିର ନିର୍ମାଣକୁ ନେଇ ଥିବା ସମସ୍ୟାକୁ ଦୂର କରାଯାଉଛି। ଗତ ସପ୍ତାହରେ ଆମେ ଆଲୋକର ପର୍ବ ଦୀପାବଳି ପାଳନ କରିବା। ଆର ଦୀପାବଳି […]

Rakesh Mallick
  • Published: Monday, 16 October 2017
  • , Updated: 16 October 2017, 01:03 PM IST

ନୂଆଦିଲ୍ଲୀ: ଅଯୋଧ୍ୟାରେ ଖୁବ୍‌ ଶୀଘ୍ର ରାମ ମନ୍ଦିର ନିର୍ମାଣ କାର୍ଯ୍ୟ କାମ ଆରମ୍ଭ ହେବ। ଗତବର୍ଷ ଦୀପାବଳୀରେ ରାମ ମନ୍ଦିରରେ ଶ୍ରଦ୍ଧାଳୁମାନେ ପୂଜା କରିପାରିବେ। ବିଜେପିର ବରିଷ୍ଠ ନେତା ସୁବ୍ରମଣ୍ୟମ୍‌ ସ୍ୱାମୀ ଏହା କହିଛନ୍ତି। ପଟଣାରେ ଏକ ସମାରୋହକୁ ସମ୍ବୋଧିତ କରିବା ଅବସରରେ ସ୍ୱାମୀ ଏହା କହିଛନ୍ତି।

ସେ ଆହୁରି କହିଛନ୍ତି- “ରାମ ମନ୍ଦିର ନିର୍ମାଣକୁ ନେଇ ଥିବା ସମସ୍ୟାକୁ ଦୂର କରାଯାଉଛି। ଗତ ସପ୍ତାହରେ ଆମେ ଆଲୋକର ପର୍ବ ଦୀପାବଳି ପାଳନ କରିବା। ଆର ଦୀପାବଳି ବେଳକୁ ରାମଭକ୍ତଙ୍କ ପାଇଁ ମନ୍ଦିର ନିର୍ମାଣ ହୋଇଯାଇଥିବ। କେବଳ ବିକାଶ କଥା କହି କେହି ଭୋଟ ପାଇବେ ନାହିଁ, ନିର୍ବାଚନରେ ସଫଳତା ପାଇଁ ହିନ୍ଦୁତ୍ୱକୁ ମଧ୍ୟ ମନେ ରଖିବାକୁ ପଡ଼ିବ।”

ମାତା ସୀତାଙ୍କ ଜନ୍ମସ୍ଥାନ ସୀତାମାଢ଼ୀରେ ଭବ୍ୟ ଜାନକୀ ମନ୍ଦିର ନିର୍ମାଣ କରାଯିବ ବୋଲି ସ୍ୱାମୀ କହିଛନ୍ତି। ଏହା ଏସିଆ ମହାଦେଶର ବସୁଠାରୁ ବଡ଼ ମନ୍ଦିର ହେବ ଓ ଏଠାରେ ଏକ ବିଶ୍ୱବିଦ୍ୟାଳୟ ଖୋଲାଯିବ ବୋଲି ସେ କହିଛନ୍ତି।

 

Related story