ରାମଦେବଙ୍କ ‘ହନିମୁନ୍’ ମନ୍ତବ୍ୟର ବିଚାର ପାଟନା କୋର୍ଟରେ ହେବ

ନୂଆଦିଲ୍ଲୀ: କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି ଦଳିତ ପରିବାରକୁ ‘ହନିମୁନ୍’ କରିବାକୁ ଯାଉଥିବା ମନ୍ତବ୍ୟ ଦେଇ ବିବାଦରେ ଫସିଥିବା ଯୋଗ ଗୁରୁ ରାମଦେବ ବାବାଙ୍କୁ ଆଶ୍ୱସ୍ତି ମିଳିଛି। ଏବେ ରାମଦେବ ଏସି-ଏସଟି ଆକ୍ଟ ଅନୁସାରେ କିଛି ପ୍ରଦେଶରେ ବିଚାରର ସମ୍ମୁଖୀନ ହେବାରୁ ବର୍ତ୍ତି ଯାଇଛନ୍ତି। କୋର୍ଟ ଏହି ଘଟଣାର ଶୁଣାଣି  ପାଟନାରେ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ଗତବର୍ଷ ଏପ୍ରିଲ ୧୪ରେ  ଲକ୍ଷ୍ମୌରେ ଆୟୋଜିତ ଗଣମାଧ୍ୟମ ସମ୍ମିଳନୀରେ ରାମଦେବ ବାବା ରାହୁଲ ଗାନ୍ଧି ଦଳିତ ପରିବାରକୁ […]

baba_ramdev

Rakesh Mallick
  • Published: Friday, 21 August 2015
  • , Updated: 21 August 2015, 08:35 AM IST

ନୂଆଦିଲ୍ଲୀ: କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି ଦଳିତ ପରିବାରକୁ ‘ହନିମୁନ୍’ କରିବାକୁ ଯାଉଥିବା ମନ୍ତବ୍ୟ ଦେଇ ବିବାଦରେ ଫସିଥିବା ଯୋଗ ଗୁରୁ ରାମଦେବ ବାବାଙ୍କୁ ଆଶ୍ୱସ୍ତି ମିଳିଛି। ଏବେ ରାମଦେବ ଏସି-ଏସଟି ଆକ୍ଟ ଅନୁସାରେ କିଛି ପ୍ରଦେଶରେ ବିଚାରର ସମ୍ମୁଖୀନ ହେବାରୁ ବର୍ତ୍ତି ଯାଇଛନ୍ତି। କୋର୍ଟ ଏହି ଘଟଣାର ଶୁଣାଣି  ପାଟନାରେ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ ଗତବର୍ଷ ଏପ୍ରିଲ ୧୪ରେ  ଲକ୍ଷ୍ମୌରେ ଆୟୋଜିତ ଗଣମାଧ୍ୟମ ସମ୍ମିଳନୀରେ ରାମଦେବ ବାବା ରାହୁଲ ଗାନ୍ଧି ଦଳିତ ପରିବାରକୁ ‘ପିକନିକ୍’ ଓ ‘ହନିମୁନ୍’ କରିବାକୁ ଯାଉଥିବା ବକ୍ତବ୍ୟ ଦେଇଥିଲେ। ରାମଦେବଙ୍କ ଏହି ଟିପ୍ପଣୀକୁ ଦଳିତ ବିରୋଧୀ  ବୋଲି କୁହାଯାଇଥିଲା।

ଏ ନେଇ ଉତ୍ତରପ୍ରଦେଶ ସରକାର ଲ଼କ୍ଷ୍ମୌରେ ରାମଦେବଙ୍କ ବିରୋଧରେ ଏକ ମାମଲା ଦାୟର କରିଥିଲେ। ପରେ ପାଟନା, ଆଗ୍ରା, ଚଣ୍ଡିଗଡ, ଡେରାଡୁନ୍, ଜୟପୁର, ନାଗପୁର ଓ ଗୋରଖପୁରର ଆଉ ୯ ଜଣ ବ୍ୟକ୍ତି ରାମଦେବଙ୍କ ବିରୋଧରେ ମାମଲା ଦାୟର କରିଥିଲେ।

କୋର୍ଟଙ୍କ କାର୍ଯ୍ୟାନୁଷ୍ଠାନରୁ ବଞ୍ଚିବା ପାଇଁ ଆଇନଜୀବୀ କେଶବ ମୋହନ ସମସ୍ତ ମାମଲାର ତଦନ୍ତ ଏକାସଙ୍ଗରେ ଗୋଟିଏ କୋର୍ଟରେ କରିବାକୁ ଆବେଦନ କରିଥିଲେ। ସୁପ୍ରିମକୋର୍ଟ ମେ ୯ ତାରିଖରେ ଭିନ୍ନ ଭିନ୍ନ କୋର୍ଟରେ ଚାଲିଥିବା ସବୁ ମାମଲାକୁ ରଦ୍ଦ କରି ଦେଇଥିଲେ। ସବୁ ମାମଲାର ବିଚାର  ପାଟନା କୋର୍ଟରେ କରାଯିବାକୁ ସୁପ୍ରିମକୋର୍ଟ ତାଙ୍କ ରାୟରେ ଣୁଣାଇଥିଲେ।

 

 

Related story