ଲାଞ୍ଚ ନେଇ ନିଲମ୍ବିତ ହୋଇଥିଲେ ପୁଲିସ ବାବୁ, ଏବେ ଆସିଲା ଦୁଷ୍କର୍ମ ଅଭିଯୋଗ

ଚଣ୍ଡିଗଡ଼: ପ୍ରଥମେ ଲାଞ୍ଚ ନେଇ ଚାକିରିରୁ ନିଲମ୍ବିତ ହୋଇଥିବା ଚଣ୍ଡିଗଡ଼ ପୁଲିସ୍‌ ସବ୍‌ ଇନ୍‌ସ୍‌ପେକ୍ଟର ନବୀନ ଫୋଗଟ୍‌ଙ୍କ ବିରୋଧରେ ଏବେ ଦୁଷ୍କର୍ମ ଅଭିଯୋଗ ଆସିଛି। ମୁମ୍ବାଇର ଜଣେ ୨୫ ବର୍ଷୀୟ ମଡେଲ୍‌ ଏନେଇ ପୁଲିସ୍‌ରେ ଏଫ୍‌ଆଇଆର୍‌ ରୁଜୁ କରିଛନ୍ତି। ଖାଲି ସେତିକି ନୁହେଁ, ନବୀନ ଉକ୍ତ ଯୁବତୀ ଜଣଙ୍କର କିଛି ଆପତ୍ତିଜନକ ଫଟୋ ଓ ଭିଡିଓ ରଖି ତାଙ୍କ ବ୍ଲାକମେଲ୍‌ କରୁଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ନବୀନ ଜୁନ୍‌ ମାସରେ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲେ। ଏହି […]

s1

Hemant Lenka
  • Published: Friday, 19 October 2018
  • , Updated: 19 October 2018, 06:03 PM IST

ଚଣ୍ଡିଗଡ଼: ପ୍ରଥମେ ଲାଞ୍ଚ ନେଇ ଚାକିରିରୁ ନିଲମ୍ବିତ ହୋଇଥିବା ଚଣ୍ଡିଗଡ଼ ପୁଲିସ୍‌ ସବ୍‌ ଇନ୍‌ସ୍‌ପେକ୍ଟର ନବୀନ ଫୋଗଟ୍‌ଙ୍କ ବିରୋଧରେ ଏବେ ଦୁଷ୍କର୍ମ ଅଭିଯୋଗ ଆସିଛି। ମୁମ୍ବାଇର ଜଣେ ୨୫ ବର୍ଷୀୟ ମଡେଲ୍‌ ଏନେଇ ପୁଲିସ୍‌ରେ ଏଫ୍‌ଆଇଆର୍‌ ରୁଜୁ କରିଛନ୍ତି। ଖାଲି ସେତିକି ନୁହେଁ, ନବୀନ ଉକ୍ତ ଯୁବତୀ ଜଣଙ୍କର କିଛି ଆପତ୍ତିଜନକ ଫଟୋ ଓ ଭିଡିଓ ରଖି ତାଙ୍କ ବ୍ଲାକମେଲ୍‌ କରୁଥିବା ଅଭିଯୋଗ ହୋଇଛି।

ଅଭିଯୋଗ ଅନୁଯାୟୀ, ନବୀନ ଜୁନ୍‌ ମାସରେ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲେ। ଏହି ସମୟରେ କିଛି ଆପତ୍ତିଜନକ ଫଟୋ ଓ ଭିଡିଓ ନବୀନ ନିଜ ପାଖରେ ରଖିଥିଲେ। ଯାହାକୁ ପରବର୍ତ୍ତୀ ଅବସ୍ଥାରେ ଯୁବତୀଙ୍କୁ ଦେଖାଇ ତାଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିଲେ। ପୁଲିସ୍‌ ଏଭଳି ଅଭିଯୋଗ ପାଇବା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଗତ ଅଗଷ୍ଟ ମାସରେ ନବୀନ ଏକ ବିଟ୍‌ କଏନ୍‌ ଫର୍ଜରୀ କେସ୍‌ ରଫାଦଫା କରିବାକୁ ୧୫ରୁ ୨୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଥିଲେ। ଏଥିପାଇଁ ତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିଲା।

Related story