ରାଷ୍ଟ୍ରପତି ଭବନରୁ ଲଲିତ ମୋଦିଙ୍କ ନାମରେ ଅଭିଯୋଗ: ବଢିପାରେ ସମସ୍ୟା

ନୂଆଦିଲ୍ଲୀ: ଆପିଏଲର ପୂର୍ବତନ କମିଶନର ଲଲିତ ମୋଦିଙ୍କ ଏକ ଟ୍ୱଇଟକୁ ନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ଆପତ୍ତି ଉଠାଯିବା ସହ ଦିଲ୍ଲୀ ପୋଲିସରେ ତାଙ୍କ ନାମରେ ମାମଲା ଦିଆଯାଇଛି । ସୂଚନା ଅନୁଯାୟୀ, ଲଲିତ ମୋଦି ତାଙ୍କର ଏକ ଟ୍ୱଇଟରେ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସଚିବ ଅମିତା ପାଲଙ୍କୁ ଉଲ୍ଲେଖ କରିଥିଲେ । ମୋଦି ତାଙ୍କ ଟ୍ୱଇଟିରେ ସଚିବ ପାଲଙ୍କ ନାମରେ ଯେପରି ଉଲ୍ଲେଖ କରିଛନ୍ତି ତାହାକୁ ନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ଆପତ୍ତି ଉଠାଯାଇଛି । ଅଭିଯୋଗ ପତ୍ରରେ ଲଲିତ ମୋଦି ଜୁନ ୨୩ରେ କରିଥିବା ଟ୍ୱଇଟର ନକଲ ଦାଖଲ କରାଯାଇଛି ।  ରାଷ୍ଟ୍ରପତି ଭବନ ପକ୍ଷରୁ ଦିଲ୍ଲୀ ପୋଲିସକୁ ଉଚିତ ପଦକ୍ଷେପ ନେବାକୁ କୁହାଯାଇଛି । ଏହି ମାମଲାରେ କୌଣସି ମତାମତ ଦେବାକୁ ରାଷ୍ଟ୍ରପତି ଭବନ ଅଧିକାରୀମାନେ ମନା କରିଦେଇଛନ୍ତି । ସୂଚନାଯୋଗ୍ୟ, ରାଷ୍ଟ୍ରପତି ଭବନ ପକ୍ଷରୁ ଏହା ପୂର୍ବରୁ ଏକ ପ୍ରସ ରିଲିଜ ଜରିଆରେ ଲଲିତ ମୋଦି ୨୩ ଜୁନରେ କରିଥିବା ଟ୍ୱଇଟକୁ ଅପରାଧିକ, ବିବାଦୀୟ ଓ ଦୁର୍ଭାଗ୍ୟଜନକ ବୋଲି କୁହାଯାଇଥିଲା । ଏ ନେଇ ଦିଲ୍ଲୀ ପୋଲିସ କମିଶନର ବିଏଏଓ ‍‍ବସ୍ତି ଅଭିଯୋଗ ପାଇଥିବା ସୂଚନା ଦେଇଛନ୍ତି । ଏବେ ଘଟଣାର ଯାଞ୍ଚ କରାଯାଉଛି, ଶୀଘ୍ର ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

ଆହୁରି ପଢ଼ନ୍ତୁ

ବ୍ୟବହୃତ ମାସ୍କକୁ ପୁଣି ବ୍ୟବହାର ଯୋଗ୍ୟ କରିବ ‘ଚକର ଦେ କୋଭ’

ତେଜିଲା ରାଜନୀତିକ ବିବାଦ: ସଚିନଙ୍କୁ ଚ୍ୟାଲେଞ୍ଜ ଦେଲେ ଗେହଲଟ

ସବୁ ସ୍ୱପ୍ନରେ ପାଣି ପକାଇ ଦେଲା ଏୟାର ଇଣ୍ଡିଆ, ୧୮୦ ଆଶାୟୀ ହତାଶ

ବିକାଶ ଦୁବେ ଏନକାଉଣ୍ଟରରେ ସାମିଲ ଥିବା କନଷ୍ଟେବଲଙ୍କୁ କରୋନା

ପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ଶ୍ରେଣୀ ରେଜଲ୍ଟ, କେଉଁ ଅଞ୍ଚଳରେ କେତେ ପାସ୍‌

ବିଜେପି ମନ୍ତ୍ରୀଙ୍କ ପୁଅକୁ ଅଟକାଇ ବଦଳି ହେବା ପରେ ଚାକିରି ଛାଡ଼ିଲେ କନଷ୍ଟେବଲ ସୁନୀତା

ବିଦ୍ରୋହ କରୁଥିଲେ ସଚିନ ପାଇଲଟଙ୍କ ବାପା, ହେଲେ କେବେ କଂଗ୍ରେସ ଛାଡ଼ି ନଥିଲେ

ମୁଖ୍ୟମନ୍ତ୍ରୀ ହେବା ଲୋଭରେ ୩ୟ ଥର ପାଇଁ ଏମିତି ବିହ୍ରୋହ କରୁଛନ୍ତି ସଚିନ ପାଇଲଟ!

ଝୁଲନ୍ତା ଅବସ୍ଥାରେ ମିଳିଲା ବିଜେପି ବିଧାୟକଙ୍କ ମୃତଦେହ, ଦଳ ଆଣିଲା ହତ୍ୟା ଅଭିଯୋଗ

ବିକାଶ ଦୁବେ ଘଟଣାରେ ଗିରଫ ପୁଲିସ୍ ଅଧିକାରୀଙ୍କୁ ଏନକାଉଣ୍ଟର ଭୟ: ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ

ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କୁ ଆଉ ଗୋଟିଏ ଝଟକା, ସହଯୋଗୀଙ୍କ ଘରେ ଆଇଟି ରେଡ୍

ସେକ୍ସ ରାକେଟ୍‌ର ପର୍ଦ୍ଦାଫାସ, ନାବାଳିକାଙ୍କୁ ଦୁଷ୍କର୍ମ କରି ଖବରକାଗଜ ମାଲିକ ଗିରଫ