ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପତ୍ନୀ ଶୁଭ୍ରାଙ୍କ ପରଲୋକ

ନୂଆଦିଲ୍ଲୀ: ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପତ୍ନୀ ଶୁଭ୍ରା ମୁଖାର୍ଜୀଙ୍କ ଆଜି ସକାଳ ୧୦ଟା୫୧ ମିନିଟରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା। ଶ୍ୱାସ ଜନିତ ସମସ୍ୟା ନେଇ ଗତ କିଛି ଦିନ ହେବ ସେ ଅସୁସ୍ଥ ଥିଲେ। ତାଙ୍କୁ ଦିଲ୍ଲୀସ୍ଥିତ ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ଆଇସିୟୁରେ ରଖାଯାଇଥିବା ଡାକ୍ତର ସୂଚନା ଦେଇଛନ୍ତି। ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ  ତାଙ୍କ ଟ୍ୱଟି ପେଜରେ ଲେଖିଛନ୍ତି ଯେ ଭାରତର ପ୍ରଥମ ମହିଳା ନାଗରିକ ଭାବେ […]

suvra

Rakesh Mallick
  • Published: Tuesday, 18 August 2015
  • , Updated: 18 August 2015, 11:05 AM IST

ନୂଆଦିଲ୍ଲୀ: ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପତ୍ନୀ ଶୁଭ୍ରା ମୁଖାର୍ଜୀଙ୍କ ଆଜି ସକାଳ ୧୦ଟା୫୧ ମିନିଟରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା। ଶ୍ୱାସ ଜନିତ ସମସ୍ୟା ନେଇ ଗତ କିଛି ଦିନ ହେବ ସେ ଅସୁସ୍ଥ ଥିଲେ। ତାଙ୍କୁ ଦିଲ୍ଲୀସ୍ଥିତ ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ଆଇସିୟୁରେ ରଖାଯାଇଥିବା ଡାକ୍ତର ସୂଚନା ଦେଇଛନ୍ତି। ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ  ତାଙ୍କ ଟ୍ୱଟି ପେଜରେ ଲେଖିଛନ୍ତି ଯେ ଭାରତର ପ୍ରଥମ ମହିଳା ନାଗରିକ ଭାବେ  ବିବେଚିତ ସ୍ୱର୍ଗତ ଶୁଭ୍ରା  ମୁଖାର୍ଜୀଙ୍କ  ପରଲୋକ ହୋଇଛି। ଏଥିରେ ସେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି,  କେନ୍ଦ୍ରମନ୍ତ୍ରୀ ନିତୀନ ଗଡକରି, କେନ୍ଦ୍ରମନ୍ତ୍ରୀ ହର୍ଷ ବର୍ଦ୍ଧନ , କେନ୍ଦ୍ରମନ୍ତ୍ରୀ ଜଗତ ପ୍ରସାଦ ନଡା, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ରାଜ୍ୟପାଳ ଏସସି ଜମୀର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ଧର୍ମେନ୍ଦ୍ର ପ୍ରଧାନ, ବରିଷ୍ଠ ବିଜେଡି  ନେତା ତଥା କେନ୍ଦ୍ରାପଡା  ସାଂସଦ ବୈଜୟନ୍ତ ପଣ୍ଡା ପ୍ରମୁଖ  ରାଷ୍ଟ୍ରପତିଙ୍କ ପତ୍ନୀଙ୍କ ପରଲୋକରେ  ଗଭୀର ଶୋକ ପ୍ରକାଶ କରିଛନ୍ତି।

Related story