୧୦୦୦ରୁ ଅଧିକ ଟଙ୍କା ବାହାର କରିପାରିବେ ନାହିଁ ଏହି ବ୍ୟାଙ୍କରୁ

ମୁମ୍ୱାଇ: ଭାରତୀୟ ରିଜର୍ଭ ବ୍ୟାଙ୍କ୍ ମଙ୍ଗଳବାର ମୁମ୍ୱାଇ ସ୍ଥିତ ପଞ୍ଜାବ୍ ଆଣ୍ଡ ମହାରାଷ୍ଟ୍ର କୋପରୋଟିଭ୍ ବ୍ୟାଙ୍କ ଲିମିଟେଡର ଆର୍ଥିକ ନେଣଦେଣ ଉପରେ ରୋକ୍ ଲଗାଇ ଦେଇଛନ୍ତି। ଆରବିଆଇ ଗାଇଡ ଲାଇନର ୧୯୪୯ ଅଧୀନରେ ଥିବା ୩୫ (ଏ) ନିୟମ ଆଧାରରେ ଏହି କଟକଣା ଲଗାଇଛନ୍ତି। ଆରବିଆଇର ଏହି ନିଷ୍ପତ୍ତି ପିଏମସି ବ୍ୟାଙ୍କର ନିବେଶକ ପାଇଁ ବଡ଼ ଝଟକା ସାବ୍ୟସ୍ତ ହୋଇଛି। ବ୍ୟାଙ୍କର ମୁଖ୍ୟ ପ୍ରବନ୍ଧକ ଯୋଗେଶ ଦୟାଲ ପ୍ରତିକ୍ରିୟାରେ କହିଛନ୍ତି ଆରବିଆଇ ପ୍ରତିବନ୍ଧକ ଲଗାଇବା ପରେ ଆଗାମୀ […]

rbi-1..

Subhransu Sekhar
  • Published: Tuesday, 24 September 2019
  • , Updated: 24 September 2019, 02:20 PM IST

ମୁମ୍ୱାଇ: ଭାରତୀୟ ରିଜର୍ଭ ବ୍ୟାଙ୍କ୍ ମଙ୍ଗଳବାର ମୁମ୍ୱାଇ ସ୍ଥିତ ପଞ୍ଜାବ୍ ଆଣ୍ଡ ମହାରାଷ୍ଟ୍ର କୋପରୋଟିଭ୍ ବ୍ୟାଙ୍କ ଲିମିଟେଡର ଆର୍ଥିକ ନେଣଦେଣ ଉପରେ ରୋକ୍ ଲଗାଇ ଦେଇଛନ୍ତି। ଆରବିଆଇ ଗାଇଡ ଲାଇନର ୧୯୪୯ ଅଧୀନରେ ଥିବା ୩୫ (ଏ) ନିୟମ ଆଧାରରେ ଏହି କଟକଣା ଲଗାଇଛନ୍ତି। ଆରବିଆଇର ଏହି ନିଷ୍ପତ୍ତି ପିଏମସି ବ୍ୟାଙ୍କର ନିବେଶକ ପାଇଁ ବଡ଼ ଝଟକା ସାବ୍ୟସ୍ତ ହୋଇଛି।

ବ୍ୟାଙ୍କର ମୁଖ୍ୟ ପ୍ରବନ୍ଧକ ଯୋଗେଶ ଦୟାଲ ପ୍ରତିକ୍ରିୟାରେ କହିଛନ୍ତି ଆରବିଆଇ ପ୍ରତିବନ୍ଧକ ଲଗାଇବା ପରେ ଆଗାମୀ ୬ ମାସ ଯାଏ କରେଣ୍ଟ ଆକାଉଣ୍ଚ କିମ୍ୱା ସେଭିଂସ ଆକାଉଣ୍ଟରୁ ୧୦୦୦ରୁ ଅଧିକ ଟଙ୍କା ଉଠାଇ ହେବ ନାହିଁ। ଏମିତିକି ସମସ୍ତ ପ୍ରକାର ନେଣଦେଣ ଉପରେ ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ରୋକ୍ ଲଗାଇଛନ୍ତି।

ଆରବିଆଇର ଏହି ନିଷ୍ପତ୍ତି ପରେ ପିଏମସି ବ୍ୟାଙ୍କର ଅନେକ ଶାଖାରେ ଗ୍ରାହକମାନେ ଭଙ୍ଗାରୁଜା କରୁଥିବା ଖବର ରହିଛି। ଏମିତିକି ସୋଶାଲ ମିଡିଆରେ ବ୍ୟାଙ୍କ ଭଙ୍ଗାରୁଜାର ଭିଡିଓ ଘୁରି ବୁଲୁଥିବାର ଚିତ୍ର ଦେଖିବାକୁ ମିଳିଛି।

ଅସମର୍ଥିତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆରବିଆଇ ପିଏମସି ବ୍ୟାଙ୍କର ଲାଇସେନ୍ସ ବାତିଲ୍ କରିଛି। ହେଲେ ଆରବିଆଇ ପକ୍ଷରୁ ଏହା ସ୍ପଷ୍ଟ ହୋଇନାହିଁ। ଆରବିଆଇ ଆଇନକୁ ପିଏମସି ଉଲ୍ଲଂଘନ କରିଥିବାରୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ଜଣାପଡ଼ିଛି।

ଅନ୍ୟପଟେ ପିଏମସି ବ୍ୟାଙ୍କର ମ୍ୟାନେଜିଂ ଡିରେକ୍ଟର ଜୟ ଥମାସ ପ୍ରତିକ୍ରିୟାରେ କହିଛନ୍ତି, ବ୍ୟାଙ୍କ ସେବା ବାଧାପ୍ରାପ୍ତ ହୋଇଥିବାରୁ ସେ ତାଙ୍କ ଗ୍ରାହକଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି। ଯାହା ବି ଆଜି ସ୍ଥିତି ଉପୁଜିଛି ସେଥିପାଇଁ ନିଜକୁ ଦାୟୀ କରିଛନ୍ତି। ଗ୍ରାହକଙ୍କ ଅସୁବିଧା ଶୀଘ୍ର ଦୂର କରିବା ପାଇଁ ସେ ଚେଷ୍ଟା କରିବେ ବୋଲି କହିଛନ୍ତି।

Related story