ଆରବିଆଇ ସମସ୍ତଙ୍କୁ ପଠାଉଛି ଏସ୍‌ଏମ୍‌ଏସ୍‌, ନପଢ଼ି ଡିଲିଟ୍ କରନ୍ତୁ ନାହିଁ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ସାଧାରଣ ଲୋକଙ୍କ ଆର୍ଥିକ ନେଣଦେଣକୁ ସୁରକ୍ଷିତ କରିବାକୁ ଚାହୁଁଛି। ତେଣୁ ଏହି କେନ୍ଦ୍ରୀୟ ବ୍ୟାଙ୍କ ସମସ୍ତଙ୍କୁ ଏକ ଏସ୍‌ଏମ୍‌ଏସ୍ ପଠାଉଛି। ଏହି ଏସ୍‌ଏମ୍‌ଏସ୍‌ରେ ରହିଛି ଆର୍ଥିକ ନେଣଦେଣ ଓ ଆର୍‌ବିଆଇ ସହିତ ଜଡ଼ିତ ଗୁରୁତ୍ୱପୂର୍ଣ୍ଣ ସୂଚନା। ଯଦି ଆପଣ ଏଥିପ୍ରତି ଧ୍ୟାନ ନଦେବେ ତା’ହେଲେ ପରେ ପଶ୍ଚାତାପ କରିପାରନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କ ‘ଆର୍‌ବିଆଇ ବୋଲ୍ ରହା ହୈ’ କାର୍ଯ୍ୟକ୍ରମ ଆରମ୍ଭ କରିଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆର୍‌ବିଆଇ ଉଦ୍ୟମ […]

rbi

Rakesh Mallick
  • Published: Wednesday, 15 November 2017
  • , Updated: 15 November 2017, 04:06 PM IST

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ସାଧାରଣ ଲୋକଙ୍କ ଆର୍ଥିକ ନେଣଦେଣକୁ ସୁରକ୍ଷିତ କରିବାକୁ ଚାହୁଁଛି। ତେଣୁ ଏହି କେନ୍ଦ୍ରୀୟ ବ୍ୟାଙ୍କ ସମସ୍ତଙ୍କୁ ଏକ ଏସ୍‌ଏମ୍‌ଏସ୍ ପଠାଉଛି। ଏହି ଏସ୍‌ଏମ୍‌ଏସ୍‌ରେ ରହିଛି ଆର୍ଥିକ ନେଣଦେଣ ଓ ଆର୍‌ବିଆଇ ସହିତ ଜଡ଼ିତ ଗୁରୁତ୍ୱପୂର୍ଣ୍ଣ ସୂଚନା। ଯଦି ଆପଣ ଏଥିପ୍ରତି ଧ୍ୟାନ ନଦେବେ ତା’ହେଲେ ପରେ ପଶ୍ଚାତାପ କରିପାରନ୍ତି।

ଭାରତୀୟ ରିଜର୍ଭ ବ୍ୟାଙ୍କ ‘ଆର୍‌ବିଆଇ ବୋଲ୍ ରହା ହୈ’ କାର୍ଯ୍ୟକ୍ରମ ଆରମ୍ଭ କରିଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆର୍‌ବିଆଇ ଉଦ୍ୟମ କରୁଛି ଯେମିତି ସାଧାରଣ ଲୋକେ କୌଣସି ଠକାମିର ଶିକାର ନହେବେ। ଏହି ଅଭିଯାନ ଜରିଆରେ ଆର୍‌ବିଆଇ ଅନ୍‌ଲାଇନ୍‌ରେ କେମିତି ସୁରକ୍ଷିତ ଭାବେ ଟ୍ରଞ୍ଜାକ୍ସନ କରି ହେବ ସେ ନେଇ ସୂଚନା ଦେଉଛି। ତା’ସହିତ ଆର୍ଥିକ ନେଣଦେଣ ବେଳେ ଠକାମିରୁ ବର୍ତ୍ତିବା ନେଇ ମଧ୍ୟ ସୂଚନା ଦେଉଛି। ଆର୍‌ବିଆଇ ଏନେଇ ସମସ୍ତଙ୍କୁ ଏସ୍‌ଏମ୍‌ଏସ୍ ପଠାଇବା କାର୍ଯ୍ୟ ଆରମ୍ଭ କରି ଦେଇଛି।

ଟେଲିଫୋନ୍ ନମ୍ବର ବି ଜାରି କରିଛି

ଏସ୍‌ଏମ୍‌ଏସ୍‌ ପଠାଇବା ସହିତ ଆର୍‌ବିଆଇ ଏକ ଟେଲିଫୋନ୍ ନମ୍ବର ମଧ୍ୟ ଜାରି କରିଛି। ଏହି ନମ୍ବରରେ ମିସ୍‌ଡ କଲ୍ ଦେଇ ଯେକେହି ଆର୍ଥିକ ନେଣଦେଣ ଅବା ଆରବିଆଇ ନାଁରେ ହେଉଥିବା ଠକେଇ ସଂପର୍କରେ ସୂଚନା ଦେଇ ପାରିବେ।

କିଛି ଦିନ ତଳେ ଅନେକ ଲୋକଙ୍କୁ ଆର୍‌ବିଆଇ ନାଁରେ ଏକ ଇ-ମେଲ ଆସିଥିଲା। ଏଥିରେ ସେମାନଙ୍କୁ ମୋଟା ଅଙ୍କର ଟଙ୍କା ଦିଆଯିବ ବୋଲି କୁହାଯାଇଥିଳା। ତେବେ ଏସବୁ ଆର୍‌ବିଆଇ ନାଁରେ ମିଛରେ ଆସିଥିଲା। ଆର୍‌ବିଆଇ ପକ୍ଷରୁ ପଠାଯାଉଥିବା ଏସ୍‌ଏମ୍‌ଏସ୍‌ରେ ବି ଏହି କଥା କୁହାଯାଇଛି। ଆଗକୁ ମଧ୍ୟ ବିଭିନ୍ନ ପ୍ରସଙ୍ଗରେ ଏସ୍‌ଏମ୍‌ଏସ୍ ପଠାଯିବ ବୋଲି ଆର୍‌ବିଆଇ ପକ୍ଷରୁ କୁହାଯାଇଛି। ତେଣୁ ଆର୍‌ବିଆଇ ପକ୍ଷରୁ କିଛି ଏସ୍‌ଏମ୍‌ଏସ୍ ଆସିଲେ ଏଡ଼ାଇ ଦିଅନ୍ତୁ ନାହିଁ। ଏହି ବିଷୟରେ ଅଧିକ କିଛି ଜାଣିବାକୁ ଚାହୁଁଥିଲେ ଆପଣ 8691960000 କୁ ମିସ୍‌ଡ କଲ୍ ଦେଇପାରିବେ।

Related story