ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଦେଶରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ। ଆମେରିକାର ୟୁନିଭରସିଟି ଅଫ୍ କାଲିଫର୍ଣ୍ଣିଆରେ ରାହୁଲ ବିମୁଦ୍ରାକରଣ ଓ ଜିଏସ୍ଟି ଲାଗୁ ପ୍ରସଙ୍ଗକୁ ସମାଲୋଚନା କରିଛନ୍ତି। ସେହିପରି କାଶ୍ମୀରରେ ଦେଖାଦେଇଥିବା ଆତଙ୍କବାଦ ସମସ୍ୟା ପାଇଁ ମୋଦିଙ୍କୁ ଦାୟୀ କରିଛନ୍ତି। ଏଥିସହ ପରିବାର ରାଜନୀତିକୁ ନେଇ ମତ ରଖିଛନ୍ତି ରାହୁଲ ଗାନ୍ଧି। ବିଶ୍ୱର ଅନେକ ଦେଶରେ ଏମିତି ଚାଲିଛି ଏଥିପାଇଁ ସେ ସମାଜବାଦୀ ପାର୍ଟି, ଡିଏମକେର ଉଦାହରଣ ଦେଇଥିଲେ।
ଅନ୍ୟପଟେ ରହୁଲଙ୍କ ଏପରି ଭାଷଣ କଂଗ୍ରେସ ଦଳକୁ ମହଙ୍ଗା ପଡ଼ିଛି। ମୋଦିଙ୍କୁ ରାହୁଲ ଗାନ୍ଧି ଟାର୍ଗେଟ କରିବା ପରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ନେତ୍ରୀ ତଥା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ। ସେ କହିଛନ୍ତି, କଂଗ୍ରେସ ପରିବାରବାଦ ରାଜନୀତିରେ ବିଶ୍ୱାସ କରେ, କିନ୍ତୁ ବିଜେପି ପରିବାରବାଦ ରାଜନୀତିକୁ ପ୍ରୋତ୍ସାହନ ଦିଏନାହିଁ।