ଆପଣ ଜିଓ ଗ୍ରାହକ କି? ତେବେ ଏହି ୪ଟି ପ୍ଲାନ୍‌ରେ ଦୈନିକ ମିଳିବ ଅନ୍‌ଲିମିଟେଡ୍‌ ଡାଟା

ଭୂବନେଶ୍ୱର(ଓଡ଼ିଶା ରିପୋର୍ଟର): ରିଲାଏନ୍ସ ଜିଓ ତା’ର ଗ୍ରାହକଙ୍କୁ ସମୁଦାୟ ୧୪ଟି ପ୍ରି-ପେଡ୍ ପ୍ଲାନ୍ ଅଫର କରୁଛି। ଏଥିରେ ରହିଛି, ଗୋଟେ ଦିନର ଭ୍ୟାଲିଡିଟିଠାରୁ ଆରମ୍ଭ କରି ୧ ବର୍ଷ ପର୍ଯ୍ୟନ୍ତ ଭ୍ୟାଲିଡିଟି ଥିବା ପ୍ଲାନ। ସେହିଭଳି ପୋଷ୍ଟ-ପେଡ୍ ପାଇଁ ମଧ୍ୟ ୫ଟି ପ୍ଲାନ ଅଛି, ଯାହାର ଭ୍ୟାଲିଡିଟି ଗ୍ରାହକଙ୍କ ବ୍ୟବହାର ଉପରେ ନିର୍ଭର କରେ। ପ୍ରି-ପେଡ୍‌ ଗ୍ରାହକଙ୍କ ପାଇଁ ଏମିତି କିଛି ପ୍ଲାନ୍ ମଧ୍ୟ ଅଛି, ଯେଉଁଥିରେ ଡାଟା ଲିମିଟ୍ ନାହିଁ। ଅର୍ଥାତ୍ ଆପଣ ନିଜ ଇଚ୍ଛା […]

Jio Image

Rakesh Mallick
  • Published: Monday, 11 December 2017
  • , Updated: 11 December 2017, 04:40 PM IST

ଭୂବନେଶ୍ୱର(ଓଡ଼ିଶା ରିପୋର୍ଟର): ରିଲାଏନ୍ସ ଜିଓ ତା’ର ଗ୍ରାହକଙ୍କୁ ସମୁଦାୟ ୧୪ଟି ପ୍ରି-ପେଡ୍ ପ୍ଲାନ୍ ଅଫର କରୁଛି। ଏଥିରେ ରହିଛି, ଗୋଟେ ଦିନର ଭ୍ୟାଲିଡିଟିଠାରୁ ଆରମ୍ଭ କରି ୧ ବର୍ଷ ପର୍ଯ୍ୟନ୍ତ ଭ୍ୟାଲିଡିଟି ଥିବା ପ୍ଲାନ। ସେହିଭଳି ପୋଷ୍ଟ-ପେଡ୍ ପାଇଁ ମଧ୍ୟ ୫ଟି ପ୍ଲାନ ଅଛି, ଯାହାର ଭ୍ୟାଲିଡିଟି ଗ୍ରାହକଙ୍କ ବ୍ୟବହାର ଉପରେ ନିର୍ଭର କରେ। ପ୍ରି-ପେଡ୍‌ ଗ୍ରାହକଙ୍କ ପାଇଁ ଏମିତି କିଛି ପ୍ଲାନ୍ ମଧ୍ୟ ଅଛି, ଯେଉଁଥିରେ ଡାଟା ଲିମିଟ୍ ନାହିଁ। ଅର୍ଥାତ୍ ଆପଣ ନିଜ ଇଚ୍ଛା ଅନୁଯାୟୀ ଡାଟା ଖର୍ଚ୍ଚ କରିପାରିବେ।

ଏହି ୪ଟି ପ୍ଲାନ୍‌ରେ ନାହିଁ ଡେଲି ଲିମିଟ୍:

ଜିଓର ୪ଟି ଏପରି ପ୍ରିପେଡ୍ ପ୍ଲାନ ରହିଛି, ଯେଉଁଥିରେ କୌଣସି ପ୍ରକାରର ଡେଲି ଲିମିଟ୍ ନାହିଁ। ଏହି ପ୍ଲାନରେ ମିଳୁଥିବା ଡାଟାକୁ ବ୍ୟବହାରକରୀ ତା ନିଜ ଇଚ୍ଛା ଅନୁଯାୟୀ ଖର୍ଚ୍ଚ କରିପାରିବେ। ପ୍ଲାନ୍‌ଗୁଡ଼ିକ ୯୯୯ ଟଙ୍କାରୁ ଆରମ୍ଭ କରି ୯୯୯୯ ଟଙ୍କା ପର୍ଯ୍ୟନ୍ତ ରହିଛି। ଯଦି ଏହି ପ୍ଲାନ ଗୁଡିକରେ ମିଳୁଥିବା ଡାଟା ସରିଯାଏ, ତଥାପି ଆପଣ ୬୪ Kbps ସ୍ପିଡ୍‌ରେ ଇଣ୍ଟରନେଟ ଚଲାଇ ପାରିବେ।

୧) ୯୯୯ ପ୍ଲାନ୍: ଏହି ପ୍ଲାନ୍‌ରେ ୯୦ ଦିନର ଭ୍ୟାଲିଡିଟି ସହ ୬୦ GB 4G ଡାଟା ମିଳୁଛି। ଦୈନିକ ଡାଟା ଲିମିଟ ଏଥିରେ ଅନଲିମିଟେଡ୍ ରହିଛି। ଏହା ବ୍ୟତୀତ ସବୁ ନେଟୱର୍କକୁ ଲୋକାଲ ଓ ଏସ୍‌ଟିଡି କଲ୍ ଫ୍ରି ଓ ସମସ୍ତ ନେଟୱର୍କକୁ ରୋମିଂ ଫ୍ରି। ତା ସହ ଅନ୍ଲିମିଟେଡ୍ ମେସେଜିଂ ବ୍ୟବସ୍ଥା ମଧ୍ୟ ରହିଛି।

୨) ୧୯୯୯ ପ୍ଲାନ୍: ଏହି ପ୍ଲାନ ଅନୁଯାୟୀ ୧୮୦ ଦିନର ଭ୍ୟାଲିଡିଟି ସହ ଗ୍ରାହକ ୧୨୫ GB 4G ଡାଟା ପାଇବେ। ଯାହାର କୌଣସି ଡେଲି ଲିମିଟ୍ ନାହିଁ। ଏହା ବ୍ୟତୀତ ସବୁ ନେଟୱର୍କକୁ ଫ୍ରି ରୋମିଂ, ଅନଲିମିଟେଡ୍ କଲ୍, ଅନଲିମିଟେଡ୍ ଏସ୍‌ଏମ୍‌ଏସ୍‌ର ସୁବିଧା ମିଳିବ।

୩) ୪୯୯୯ ପ୍ଲାନ୍: ଏହି ପ୍ଲାନ୍‌ରେ ୩୬୦ ଦିନର ଭ୍ୟାଲିଡିଟି ସହ ୩୫୦ GB 4G ଡାଟା ମିଳିବା। ଏହାର କୌଣସି ଡେଲି ଲିମିଟ୍ ନାହିଁ। ଏଥିସହ ସବୁ ନେଟୱର୍କକୁ ଫ୍ରି ରୋମିଂ, ଅନଲିମିଟେଡ୍ ଭଏସ୍ କଲିଂ ସହ ଅନଲିମିଟେଡ୍ ଏସ୍‌ଏମ୍‌ଏସ୍‌ର ସୁବିଧା ମିଳିବ।

୪) ୯୯୯୯ ପ୍ଲାନ୍: ଏହି ପ୍ଲାନ୍‌ରେ ୩୬୦ ଦିନର ଭ୍ୟାଲିଡିଟି ସହ 7450 GB 4G ଡାଟା ମିଳିବା। ଏହାର ମଧ୍ୟ କୌଣସି ଡେଲି ଲିମିଟ୍ ନାହିଁ। ଏଥିସହ ସବୁ ନେଟୱର୍କକୁ ଫ୍ରି ରୋମିଂ, ଅନଲିମିଟେଡ୍ କଲ୍ ସହ ଅନଲିମିଟେଡ୍ ଏସ୍‌ଏମ୍‌ଏସ୍‌ର ସୁବିଧା ମିଳିବ।

Related story