ଚଳିତ ମାସ ଶେଷରୁ ମାର୍କେଟରେ ମିଳିବ କରୋନା ଔଷଧ ରେମଡେସିଭିର

ନୂଆଦିଲ୍ଲୀ: ମହାମାରୀ କରୋନାକୁ କେତେକାଂଶରେ ମାତ ଦେଇ ପାରୁଥିବା ଆଣ୍ଟି ଭାଇରାଲ ଔଷଧ ରେମଡେସିଭିର ଚଳିତ ମାସ ଶେଷ ଠାରୁ ମାର୍କେଟରେ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ହେବ। ନିକଟରେ ଡ୍ରଗ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ(ଡିସିଜିଆଇ) ସର୍ତ୍ତମୂଳକ ଭାବେ କରୋନା ରୋଗ ପାଇଁ ରେମଡେସିଭିରର ବ୍ୟବହାର କରିବାକୁ ଅନୁମତି ଦେଇଥିଲା। କେବଳ ଜରୁରୀ ସ୍ଥିତିରେ କିମ୍ବା କରୋନା ଯୋଗୁ ଅତ୍ୟନ୍ତ ସଙ୍କଟ ସ୍ଥିତିରେ ଥିବା ଲୋକଙ୍କୁ ହିଁ ଔଷଧ ଦିଆଯାଇ ପାରିବ ବୋଲି ଡିସିଜିଆଇ ଅନୁମତି ଦେଇଛି। […]

g

Hemant Lenka
  • Published: Thursday, 18 June 2020
  • , Updated: 18 June 2020, 12:06 PM IST

ନୂଆଦିଲ୍ଲୀ: ମହାମାରୀ କରୋନାକୁ କେତେକାଂଶରେ ମାତ ଦେଇ ପାରୁଥିବା ଆଣ୍ଟି ଭାଇରାଲ ଔଷଧ ରେମଡେସିଭିର ଚଳିତ ମାସ ଶେଷ ଠାରୁ ମାର୍କେଟରେ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ହେବ। ନିକଟରେ ଡ୍ରଗ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ(ଡିସିଜିଆଇ) ସର୍ତ୍ତମୂଳକ ଭାବେ କରୋନା ରୋଗ ପାଇଁ ରେମଡେସିଭିରର ବ୍ୟବହାର କରିବାକୁ ଅନୁମତି ଦେଇଥିଲା।

କେବଳ ଜରୁରୀ ସ୍ଥିତିରେ କିମ୍ବା କରୋନା ଯୋଗୁ ଅତ୍ୟନ୍ତ ସଙ୍କଟ ସ୍ଥିତିରେ ଥିବା ଲୋକଙ୍କୁ ହିଁ ଔଷଧ ଦିଆଯାଇ ପାରିବ ବୋଲି ଡିସିଜିଆଇ ଅନୁମତି ଦେଇଛି। ଏହାପରେ ଭାରତରେ ଉତ୍ପାଦନ କରୁଥିବା ବିଭିନ୍ନ ଔଷଧ କମ୍ପାନୀ ଏହାର ପ୍ରସ୍ତୁତ ଆରମ୍ଭ କରିଥିଲେ। ଏବେ ସେମାନଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣର ରେମଡେସିଭିର ରହିଛି। ତେଣୁ ଏଗୁଡ଼ିକ ଖୁବଶୀଘ୍ର ଅନ୍ୟ ଔଷଧ ଭଳି ମାର୍କେଟରେ ମିଳିବ ବୋଲି ଜଣାପଡ଼ିଛି।

ରେମଡେସିଭିରକୁ ପରୀକ୍ଷା ମୂଳକ ଆଣ୍ଟି ଭାଇରାଲ ଥେରାପି ଭାବେ ଗିଲଡ ପକ୍ଷରୁ ବାହାର କରାଯାଇଥିଲା। ଇବୋଲା ରୋଗୀଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ଏହି ଔଷଧକୁ ଆମେରିକା ପରୀକ୍ଷାନୀରିକ୍ଷା କରି କୋଭିଡ-୧୯ ରୋଗୀଙ୍କ କ୍ଷେତ୍ରରେ ବ୍ୟବହାର କରିଥିଲା। ଏଠାରେ ମଧ୍ୟ କେବଳ ଜରୁରୀ ବା ଅତ୍ୟନ୍ତ ସଙ୍କଟ ଅବସ୍ଥାରେ ଥିବା ରୋଗୀଙ୍କ କ୍ଷେତ୍ରରେ ଏହାର ବ୍ୟବହାରକୁ ଅନୁମତି ମିଳିଥିଲା। ଏବେ କି ଏହି ଔଷଧ ଉପରେ ଆହୁରି ଅନେକ କ୍ଲିନିକାଲ ଟ୍ରାଏଲ ବାକି ରହିଛି।

ରେମଡେସିଭିର ଟାବ୍ଲେଟ୍ ଇବୋଲା ରୋଗୀଙ୍କୁ ସୁସ୍ଥ କରାଇବା ସହ ଇବୋଲାକୁ ହରାଇବାରେ ଫଳପ୍ରଦ ହୋଇଥିଲା। ଇବୋଲା ରୋଗୀଙ୍କୁ ଏହା ଦେବା ପୂର୍ବରୁ ରେମଡେସିଭିର ପ୍ରଥମେ ମାଙ୍କଡ଼ ମାନଙ୍କ ଉପରେ ମଧ୍ୟ ବ୍ୟବହାର କରାଯାଇଥିଲା। ପରେ ଏହା ରୋଗୀଙ୍କୁ ଦିଆଯାଇଥିଲା। ଏହା ଭାଇରସକୁ ସଂପୂର୍ଣ୍ଣ ଭାବେ ନଷ୍ଟ କରେନାହିଁ। କିନ୍ତୁ ଭାଇରସର ସଂକ୍ରମଣକୁ ରୋକିବାରେ ସହାୟତ ହୋଇଥାଏ। ଅର୍ଥାତ ଭାଇରସ ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟେଙ୍ଗରେ ପହଞ୍ଚିବା ଉପରେ ରୋକ ଲଗାଇବା ପାଇଁ ରେମଡେସିଭିର ସାହାଯ୍ୟ କରିଥାଏ।

Related story