କଲାମଙ୍କ ନାମରେ ଥିବା ପୁରସ୍କାରକୁ ନିଜ ବାପା ନାମରେ କଲେ ଜଗନ

ଅମରାବତୀ: ବିରୋଧ ପରେ ପଲଟିଲେ ଆନ୍ଧ୍ରପ୍ରଦେଶ ସରକାର। ଭାରତରତ୍ନ ଅବଦୁଲ କଲାମଙ୍କ ନାମରେ ଦିଆଯାଉଥିବା ‘ଏପିଜେ ଅବଦୁଲ କଲାମ ପ୍ରତିଭା ପୁରସ୍କାର’କୁ ‘ଓ୍ୱାଇଏସଆର ବିଦ୍ୟା ପୁରସ୍କାର’ ନାମରେ ପରିବର୍ତ୍ତନ କରିଥିଲେ ଆନ୍ଧ୍ର ପ୍ରଦେଶର ଜଗନ ରେଡ୍ଡୀ ସରକାର। ଗତକାଲି ଏ ନେଇ ଆନ୍ଧ୍ର ସରକାର ବିଜ୍ଞପ୍ତି ପ୍ରକାଶ କରିଥିଲେ। ଏହାପରେ ବିରୋଧୀ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ନିଷ୍ପତ୍ତିକୁ ସମାଲୋଚନା କରିଥିଲେ। ଏହାପରେ ଜଗନ ସରକାର ନିଷ୍ପତ୍ତି ବଦଳାଇଛନ୍ତି। ଶେଷରେ ‘ଏପିଜେ ଅବଦୁଲ କଲାମ ପ୍ରତିଭା ପୁରସ୍କାର’ […]

kalam1

Subhransu Sekhar
  • Published: Tuesday, 05 November 2019
  • , Updated: 05 November 2019, 04:15 PM IST

ଅମରାବତୀ: ବିରୋଧ ପରେ ପଲଟିଲେ ଆନ୍ଧ୍ରପ୍ରଦେଶ ସରକାର। ଭାରତରତ୍ନ ଅବଦୁଲ କଲାମଙ୍କ ନାମରେ ଦିଆଯାଉଥିବା ‘ଏପିଜେ ଅବଦୁଲ କଲାମ ପ୍ରତିଭା ପୁରସ୍କାର’କୁ ‘ଓ୍ୱାଇଏସଆର ବିଦ୍ୟା ପୁରସ୍କାର’ ନାମରେ ପରିବର୍ତ୍ତନ କରିଥିଲେ ଆନ୍ଧ୍ର ପ୍ରଦେଶର ଜଗନ ରେଡ୍ଡୀ ସରକାର। ଗତକାଲି ଏ ନେଇ ଆନ୍ଧ୍ର ସରକାର ବିଜ୍ଞପ୍ତି ପ୍ରକାଶ କରିଥିଲେ। ଏହାପରେ ବିରୋଧୀ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ନିଷ୍ପତ୍ତିକୁ ସମାଲୋଚନା କରିଥିଲେ। ଏହାପରେ ଜଗନ ସରକାର ନିଷ୍ପତ୍ତି ବଦଳାଇଛନ୍ତି। ଶେଷରେ ‘ଏପିଜେ ଅବଦୁଲ କଲାମ ପ୍ରତିଭା ପୁରସ୍କାର’ ଦିଆଯିବ ବୋଲି ଆନ୍ଧ୍ର ସରକାର କହିଛନ୍ତି।

ସୂଚନାଯୋଗ୍ୟ, ଓ୍ୱାଇଏସଆର ହେଉଛନ୍ତି ଜଗନଙ୍କ ବାପା ତଥା ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ। ରାଜ୍ୟରେ ଗୁଣାତ୍ମକ ଶିକ୍ଷାକୁ ପ୍ରୋତ୍ସାହନ ଦେବାକୁ ଯାଇ ଆନ୍ଧ୍ର ସରକାର ଏହି ପୁରସ୍କାର ପ୍ରତିବର୍ଷ ପ୍ରଦାନ କରି ଆସୁଛନ୍ତି। ଅବଦୁଲ କଲାମଙ୍କ ଜନ୍ମ ତାରିଖ ନଭେମ୍ୱର ୧୧ରେ ଏହି ପୁରସ୍କାର ଆନ୍ଧ୍ର ସରକାର ପ୍ରଦାନ କରିଥାନ୍ତି।

ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ ପାର୍ଟିର ସଭାପତି ଚନ୍ଦ୍ରବାବୁ ନାଇଡୁ ଜଗନ ସରକାରଙ୍କ ଏହି ନିଷ୍ପତ୍ତିକୁ କଡ଼ା ସମାଲୋଚନା କରିଥିଲେ। ଟୁଇଟ୍ କରି ସେ କହିଥିଲେ, ଓ୍ୱାଇଏସଆର କଂଗ୍ରେସ ପାର୍ଟି ଅବଦୁଲ କଲାମଙ୍କୁ ଅସମ୍ମାନ କରିଛନ୍ତି। ଦେଶ ପାଇଁ କଲାମଙ୍କ ଅବଦାନ ଅତୁଳନୀୟ। ହେଲେ ଜଗନ କଲାମଙ୍କୁ ଅପମାନ କରିଛନ୍ତି ବୋଲି ନାଇଡୁ କହିଥିଲେ।

Related story