ଟ୍ରମ୍ପଙ୍କ ପୁଅର ପ୍ରେମିକା କରୋନାରେ ଆକ୍ରାନ୍ତ

ଓ୍ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ପୁଅ ଡୋନାଲ୍ଡ ଟ୍ରମ୍ପ ଜୁନିଅରଙ୍କ ପ୍ରେମିକା କିମ୍ୱେରଲି ଗୁଇଲଫୋୟଲେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଶୁକ୍ରବାର ଏ ନେଇ ଆମେରିକା ଗଣମାଧ୍ୟମ ସୂଚନା ଦେଇଛି। ଆମେରିକାରେ ଥିବା ଫକ୍ସ ନ୍ୟୁଜ ଚ୍ୟାନେଲର ବଡ଼ ପଦବୀରେ କିମ୍ୱେରଲି ରହିଥିବା ସୂଚନା ରହିଛି। ନ୍ୟୁୟର୍କ ଟାଇମ୍ସର ରିପୋର୍ଟ ଅନୁଯାୟୀ, ୫୧ ବର୍ଷୀୟ କିମ୍ୱେରଲି କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ଜଣାପଡ଼ିବା ପରେ ଆମେରିକା ପ୍ରଶାସନ ତାଙ୍କୁ ଆଇସୋଲେସନରେ ରଖିଛି। ନିୟମିତ ଟେଷ୍ଟ ବେଳେ […]

Kimberly-trump-jr.

Subhransu Sekhar
  • Published: Saturday, 04 July 2020
  • , Updated: 04 July 2020, 02:46 PM IST

ଓ୍ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ପୁଅ ଡୋନାଲ୍ଡ ଟ୍ରମ୍ପ ଜୁନିଅରଙ୍କ ପ୍ରେମିକା କିମ୍ୱେରଲି ଗୁଇଲଫୋୟଲେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଶୁକ୍ରବାର ଏ ନେଇ ଆମେରିକା ଗଣମାଧ୍ୟମ ସୂଚନା ଦେଇଛି। ଆମେରିକାରେ ଥିବା ଫକ୍ସ ନ୍ୟୁଜ ଚ୍ୟାନେଲର ବଡ଼ ପଦବୀରେ କିମ୍ୱେରଲି ରହିଥିବା ସୂଚନା ରହିଛି।

ନ୍ୟୁୟର୍କ ଟାଇମ୍ସର ରିପୋର୍ଟ ଅନୁଯାୟୀ, ୫୧ ବର୍ଷୀୟ କିମ୍ୱେରଲି କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ଜଣାପଡ଼ିବା ପରେ ଆମେରିକା ପ୍ରଶାସନ ତାଙ୍କୁ ଆଇସୋଲେସନରେ ରଖିଛି। ନିୟମିତ ଟେଷ୍ଟ ବେଳେ ସେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ପୂର୍ବରୁ କିନ୍ତୁ ତାଙ୍କ ପାଖରେ କରୋନା ଲକ୍ଷଣ ଦେଖିବାକୁ ମିଳିନଥିଲା।

ଏବେ କିମ୍ୱେରଲିଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ରହିଥିବା ଟ୍ରମ୍ପଙ୍କ ନିର୍ବାଚନୀ ପ୍ରଚାର ଦାୟିତ୍ୱରେ ଥିବା ସର୍ଜିୟୋ କହିଛନ୍ତି। ତେବେ ଟ୍ରମ୍ପଙ୍କ କର୍ମଚାରୀ କହିଛନ୍ତି, ଜୁନିୟର ଟ୍ରମ୍ପଙ୍କର ମଧ୍ୟ କରୋନା ପରୀକ୍ଷା ହୋଇଛି। ରିପୋର୍ଟ ନେଗେଟିଭ୍ ରହିଛି।

କରୋନାରେ ସର୍ବାଧିକ ପ୍ରଭାବିତ ହୋଇଥିବା ଦେଶ ମଧ୍ୟରେ ଆମେରିକା ରହିଛି। ଏଯାବତ ୨,୮୯୦,୫୮୮ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏଥିମଧ୍ୟରୁ ୧,୨୩୫,୪୮୮ ଜଣ ଆରୋଗ୍ୟ ହୋଇଛନ୍ତି। ଏଯାବତ ୧,୩୨,୧୦୧ ଜଣଙ୍କର ମୃତ୍ୟୁ ଘଟିଛି।

Related story