ଆଇସକ୍ରିମ ପାଇଁ ଅଧିକ ୧୦ ଟଙ୍କା ଚାର୍ଜ କରି ୨ ଲକ୍ଷ ଫାଇନ ଦେଲେ

ମୁମ୍ବାଇ: ଗ୍ରାହକଙ୍କ ଠାରୁ ଅଧିକ ଟଙ୍କା ଚାର୍ଜ କରୁଥିବା ଲୋକ ସାବଧାନ। କାରଣ ଜଣେ ଦୋକାନୀ ଗୋଟିଏ ଆଇସକ୍ରିମ ପାଇଁ ଗ୍ରାହକଙ୍କ ଠାରୁ ଅଧିକ ୧୦ ଟଙ୍କା ଚାର୍ଜ କରିବାରୁ ତାଙ୍କୁ ୨ ଲକ୍ଷ ଟଙ୍କାର ଜୋରିମାନା ଦେବାକୁ ପଡ଼ିଛି। ଦୀର୍ଘ ୬ ବର୍ଷ ଧରି ମାମଲାର ଶୁଣାଣି ପରେ ମୁମ୍ବାଇ ସ୍ଥିତ ଶଗୁନ ଭେଜ୍‌ ରେଷ୍ଟୁରାଣ୍ଟ ଉପରେ ଏଭଳି ଜୋରିମାନା ଲାଗୁ କରାଯାଇଛି। ଡିଷ୍ଟ୍ରିକ୍ଟ ଫୋରମ ପକ୍ଷରୁ ରେଷ୍ଟୁରାଣ୍ଟକୁ ଦଣ୍ଡିତ କରାଯିବା ସହ କୁହାଯାଇଛି ଯେ […]

ice

Hemant Lenka
  • Published: Thursday, 27 August 2020
  • , Updated: 27 August 2020, 02:04 PM IST

ମୁମ୍ବାଇ: ଗ୍ରାହକଙ୍କ ଠାରୁ ଅଧିକ ଟଙ୍କା ଚାର୍ଜ କରୁଥିବା ଲୋକ ସାବଧାନ। କାରଣ ଜଣେ ଦୋକାନୀ ଗୋଟିଏ ଆଇସକ୍ରିମ ପାଇଁ ଗ୍ରାହକଙ୍କ ଠାରୁ ଅଧିକ ୧୦ ଟଙ୍କା ଚାର୍ଜ କରିବାରୁ ତାଙ୍କୁ ୨ ଲକ୍ଷ ଟଙ୍କାର ଜୋରିମାନା ଦେବାକୁ ପଡ଼ିଛି। ଦୀର୍ଘ ୬ ବର୍ଷ ଧରି ମାମଲାର ଶୁଣାଣି ପରେ ମୁମ୍ବାଇ ସ୍ଥିତ ଶଗୁନ ଭେଜ୍‌ ରେଷ୍ଟୁରାଣ୍ଟ ଉପରେ ଏଭଳି ଜୋରିମାନା ଲାଗୁ କରାଯାଇଛି।

ଡିଷ୍ଟ୍ରିକ୍ଟ ଫୋରମ ପକ୍ଷରୁ ରେଷ୍ଟୁରାଣ୍ଟକୁ ଦଣ୍ଡିତ କରାଯିବା ସହ କୁହାଯାଇଛି ଯେ ରେଷ୍ଟୁରାଣ୍ଟଟି ପ୍ରାୟ ୨୪ ବର୍ଷ ହେଲା କାର୍ଯ୍ୟକ୍ଷମ ରହିଛି। ସେହିପରି ଦୈନିକ ୪୦ରୁ ୫୦ ହଜାର ଟଙ୍କାର ବ୍ୟବସାୟ କରୁଛି। ସାମଗ୍ରୀ ଗୁଡ଼ିକରେ ଲେଖାଯାଇଥିବା ଏମଆରପି ତୁଳନାରେ ଅଧିକ ଚାର୍ଜ କରି ରେଷ୍ଟୁରାଣ୍ଟ ମାଲିକ ମାଲାମାଲ ହୋଇଛନ୍ତି। ଯାଞ୍ଚ ବେଳେ ଏହା ସାମ୍ନାକୁ ଆସିଛି।

ଆଇସକ୍ରିମର ଏମଆରପି ୧୬୫ ଟଙ୍କା ଥିବା ବେଳେ ରେଷ୍ଟୁରାଣ୍ଟ ପକ୍ଷରୁ ଏହାକୁ କିଣିବାକୁ ଯାଇଥିବା ସବ୍‌ ଇନସପେକ୍ଟର ଭାସ୍କର ଯାଦବଙ୍କ ଠାରୁ ୧୭୫ ଟଙ୍କା ଚାର୍ଜ କରାଯାଇଥିଲା। ଗ୍ରାହକ ଜଣଙ୍କ କାଉଣ୍ଟରରୁ ଏହି ଆଇସକ୍ରିମ ଆଣିଥିଲେ। ସେ ରେଷ୍ଟୁରାଣ୍ଟ ମଧ୍ୟରେ ବି ପ୍ରବେଶ କରି ନଥିଲେ।

ତେବେ ରେଷ୍ଟୁରାଣ୍ଟ ପକ୍ଷରୁ କୁହାଯାଇଥିଲା ଯେ ରେଷ୍ଟୁରାଣ୍ଟ ଓ ଦୋକାନ ମଧ୍ୟରେ ଥିବା ଦର ମଧ୍ୟରେ ଅନେକ ଅନ୍ତର ରହିଥାଏ। ଏହାକୁ ବିରୋଧ କରି ଭାସ୍କର ୨୦୧୫ରେ South Mumbai District Consumer Disputes Redressal Forum ନିକଟରେ ଅଭିଯୋଗ କରିଥିଲେ।

ସେ କହିଥିଲେ ଯେ ୨୦୧୪ ମସିହା ଜୁନ୍‌ ୮ ରାତିରେ ଘରକୁ ଫେରୁଥିଲେ। ଏହି ସମୟରେ ଉକ୍ତ ରେଷ୍ଟୁରାଣ୍ଟରୁ ଘରକୁ ଆଇସକ୍ରିମ ନେବାକୁ ଚାହିଁଥିଲେ। ରେଷ୍ଟୁରାଣ୍ଟରେ ପ୍ରବେଶ ନ କରି ସେ କାଉଣ୍ଟରରୁ ହିଁ ଆଇସକ୍ରିମ ଆଣିଥିଲେ। ତଥାପି ରେଷ୍ଟୁରାଣ୍ଟ କର୍ତ୍ତୃପକ୍ଷ ତାଙ୍କ ଠାରୁ ୧୦ ଟଙ୍କା ଅଧିକ ଚାର୍ଜ କରିବା ଘଟଣାକୁ ନେଇ ସେ ଆଶ୍ଚର୍ଯ୍ୟ ହୋଇଥିଲେ।

ରେଷ୍ଟୁରାଣ୍ଟ କର୍ତ୍ତୃପକ୍ଷଙ୍କୁ ଏ ବିଷୟରେ ସେ ଅବଗତ କରାଇଥିଲେ ହେଁ ତାଙ୍କ କଥା କେହି ବି ଶୁଣି ନଥିଲେ। ଶେଷରେ ସେ South Mumbai District Consumer Disputes Redressal Forum ନିକଟରେ ଅଭିଯୋଗ କରିଥିଲେ।

ସେଦିନ ରାତିରେ ଭାସ୍କର ରେଷ୍ଟୁରାଣ୍ଟରୁ ଆଇସକ୍ରିମ କିଣିବା ବେଳେ ଅନ୍ୟ କୌଣସି ସୁବିଧାସୁଯୋଗର ବ୍ୟବହାର କରି ନଥିଲେ। ଏହାର ଅର୍ଥ ସେ ୱେଟରଙ୍କୁ ପାଣି ମାଗି ନଥିଲେ କିମ୍ବା ରେଷ୍ଟୁରାଣ୍ଟର ଏସି ଓ ଚେୟାର ଟେବୁଲର ବ୍ୟବହାର କରି ନଥିଲେ। ତେଣୁ ସେ କେବଳ ଆଇସକ୍ରିମ କିଣିଥିଲେ ହେଁ ତାଙ୍କୁ ଅଧିକ ୧୦ ଟଙ୍କା ଚାର୍ଜ କରାଯାଇଥିଲା।

ଏବେ South Mumbai District Consumer Disputes Redressal Forum ଉକ୍ତ ରେଷ୍ଟୁରାଣ୍ଟଙ୍କୁ ୨ ଲକ୍ଷ ଟଙ୍କାର ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛି।

Related story