ଶ୍ରୀନଗର: ଗୁରୁବାର କଶ୍ମୀରର ଅଧିକାଂଶ ସ୍ଥାନରୁ କଟକଣା ହଟାଇ ଦିଆଯାଇଛି। ଲୋକ ଏବଂ ଯାନବାହାନଙ୍କ ଚଳାଚଳ ସ୍ୱାଭାବିକ ହେବାକୁ ଆରମ୍ଭ କରିଥିବାବେଳେ ବଜାର ବନ୍ଦ ରହିଛି। ଅନ୍ୟପକ୍ଷରେ ମୋବାଇଲ ଏବଂ ଇଣ୍ଟରନେଟ୍ କଟକଣାକୁ ୧୮ ଦିନ ବିତଯାଇଛି।
ଏହା ପୂର୍ବରୁ ଅଧିକାରୀମାନେ ସୂଚନା ଦେଇଥିଲେ, ସ୍ଥିତି ବର୍ତ୍ତମାନ ଶାନ୍ତିପୂର୍ଣ୍ଣ ରହିଛି। ଫଳରେ ଲୋକେ ବାହାରକୁ ବାହାରିବା ଆରମ୍ଭ କରିଛନ୍ତି। ବିଭିନ୍ନ ସହର ଏବଂ ଜିଲ୍ଲା ସଦର ମହକୁମାରେ ଯାନବାହନ ଚଳାଚଳ ଅଧିକ ରହିଛି। ପ୍ରାୟ ସମସ୍ତ ମିଡିଲ କ୍ଲାସ୍ ଲେଭଲ ସ୍କୁଲଗୁଡ଼ିକରେ ଶିକ୍ଷକଙ୍କ ଉପସ୍ଥାନ ବଢ଼ିବାରେ ଲାଗିଥିବାବେଳେ ସ୍ଥିତିକୁ ଆଖିଆଗରେ ରଖି ଛାତ୍ରଛାତ୍ରୀମାନେ ଏବେ ମଧ୍ୟ ଘରୁ ବାହାରିନାହାନ୍ତି।
ବ୍ୟାରିକେଡ୍ ବିଭିନ୍ନ ସ୍ଥାନରୁ ହଟିବାକୁ ଆରମ୍ଭ କରିଛି। କିନ୍ତୁ କୌଣସି ହିଂସା ପରିସ୍ଥିତିର ସମ୍ଭାବନା ରହିଥିବାରୁ ସୁରକ୍ଷା କର୍ମୀ ବର୍ତ୍ତମାନ ମଧ୍ୟ ଯଥେଷ୍ଟ ସଂଖ୍ୟାରେ ମୁତୟନ ହୋଇଛନ୍ତି।
ବଜାର କମିଟିମାନଙ୍କ ପକ୍ଷରୁ ଯଦିଓ କୌଣସି ହରତାଳର ଆହ୍ୱାନ କରାଯାଇନାହିଁ, ବର୍ତ୍ତମାନ ମଧ୍ୟ ଏହି ବଜାରଗୁଡ଼ିକ ଖୋଲିନଥିବା ଦେଖାଯାଉଛି। ଗତ ଅଗଷ୍ଟ ୫ ପୂର୍ବ ରାତିରୁ ଏହି ଦୋକାନ ସବୁ ବନ୍ଦ ରହିଛି।