ବୁଧବାର ସୁପ୍ରିମକୋର୍ଟରେ ହେବ ରାଫେଲ୍‌ ଡିଲ୍‌ର ଶୁଣାଣି

ନୂଆଦିଲ୍ଲୀ: ଫ୍ରାନ୍ସ ସହ ହୋଇଥିବା ରାଫେଲ ଡିଲ୍‌କୁ ନେଇ ହୋଇଥିବା ଏକାଧିକ ରିଭ୍ୟୁ ପିଟିସନ୍‌ର ଶୁଣାଣି ଆସନ୍ତା ବୁଧବାର ସୁପ୍ରିମକୋର୍ଟରେ ହେବ। ଗତବର୍ଷ ଡିସେମ୍ବର ମାସରେ ସୁପ୍ରିମକୋର୍ଟ ରାଫେଲ ଯୁଦ୍ଧ ବିମାନ୍‌ ଡିଲ୍‌ର ଶୁଣାଣି କରିଥିଲେ। ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ କ୍ଲିନ୍‌ଚିଟ୍‌ ଦେଇଥିଲେ। ତେବେ କେନ୍ଦ୍ର ସରକାର ଭୁଲ ସତ୍ୟପାଠ ଦେଇଥିବାରୁ ସୁପ୍ରିମକୋର୍ଟ ରାଫେଲ୍‌ ଡିଲ୍‌କୁ କ୍ଲିନ୍‌ଚିଟ୍‌ ଦେଇଥିବା ଅଭିଯୋଗ କରି ଏକାଧିକ ପିଟିସନ୍‌ ସୁପ୍ରିମକୋର୍ଟରେ ଦାଏର ହୋଇଥିଲା। ପୂର୍ବତନ ଏନ୍‌ଡିଏ […]

rd

Hemant Lenka
  • Published: Saturday, 02 March 2019
  • , Updated: 02 March 2019, 07:33 PM IST

ନୂଆଦିଲ୍ଲୀ: ଫ୍ରାନ୍ସ ସହ ହୋଇଥିବା ରାଫେଲ ଡିଲ୍‌କୁ ନେଇ ହୋଇଥିବା ଏକାଧିକ ରିଭ୍ୟୁ ପିଟିସନ୍‌ର ଶୁଣାଣି ଆସନ୍ତା ବୁଧବାର ସୁପ୍ରିମକୋର୍ଟରେ ହେବ। ଗତବର୍ଷ ଡିସେମ୍ବର ମାସରେ ସୁପ୍ରିମକୋର୍ଟ ରାଫେଲ ଯୁଦ୍ଧ ବିମାନ୍‌ ଡିଲ୍‌ର ଶୁଣାଣି କରିଥିଲେ। ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ କ୍ଲିନ୍‌ଚିଟ୍‌ ଦେଇଥିଲେ।

ତେବେ କେନ୍ଦ୍ର ସରକାର ଭୁଲ ସତ୍ୟପାଠ ଦେଇଥିବାରୁ ସୁପ୍ରିମକୋର୍ଟ ରାଫେଲ୍‌ ଡିଲ୍‌କୁ କ୍ଲିନ୍‌ଚିଟ୍‌ ଦେଇଥିବା ଅଭିଯୋଗ କରି ଏକାଧିକ ପିଟିସନ୍‌ ସୁପ୍ରିମକୋର୍ଟରେ ଦାଏର ହୋଇଥିଲା। ପୂର୍ବତନ ଏନ୍‌ଡିଏ ମନ୍ତ୍ରୀ ଯଶବନ୍ତ ସିହ୍ନା ଓ ଅରୁଣ ସୌରୀଙ୍କ ସମେତ ବରିଷ୍ଠ ଆଇନ୍‌ଜୀବୀ ପ୍ରଶାନ୍ତ ଭୂଷଣ ଓ ଆପ୍‌ ନେତା ସଞ୍ଜୟ ସିଂହ ସୁପ୍ରିମକୋର୍ଟ ନିଜ ରାୟର ପୁଣିଥରେ ସମୀକ୍ଷା କରନ୍ତୁ ବୋଲି ଦାବି କରି ପିଟିସନ୍‌ ଦାଏର କରିଥିଲେ। ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କ ଖଣ୍ଡପୀଠ ବୁଧବାର ଏହାର ଶୁଣାଣି କରିବାକୁ ରାଜି ହୋଇଛନ୍ତି।

Related story