ସିବିଆଇକୁ ଚିଠି ଲେଖି ଆପତ୍ତି କଲେ ରିଆ ଚକ୍ରବର୍ତ୍ତୀ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଅଭିଯୁକ୍ତ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ ତାଙ୍କ ପଡ଼ୋଶୀ ଡିମ୍ପଲ ଥୱାନୀଙ୍କ ବିରୋଧରେ ସିବିଆଇ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ଡିମ୍ପଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ରିଆ ସିବିଆଇକୁ ଚିଠି ଲେଖିଛନ୍ତି। ରିଆ କହିଛନ୍ତି ଯେ ତାଙ୍କ ବିରୋଧରେ ମିଥ୍ୟା ଏବଂ ମନଗଢ଼ା ଅଭିଯୋଗ ଆସିଛି। ଏହି ଅଭିଯୋଗରେ ରିପବ୍ଲିକ୍ ଟିଭିର ନାମ ମଧ୍ୟ ରହିଛି। ରିଆଙ୍କ ପଡ଼ୋଶୀ ଡିମ୍ପଲ୍ ରିପବ୍ଲିକ ଟିଭିକୁ ଏକ ଫୋନ୍ ଜରିଆରେ ମତ […]

sushant

sushant

Subhransu Sekhar
  • Published: Monday, 12 October 2020
  • Updated: 12 October 2020, 08:00 PM IST

Sports

Latest News

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଅଭିଯୁକ୍ତ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ ତାଙ୍କ ପଡ଼ୋଶୀ ଡିମ୍ପଲ ଥୱାନୀଙ୍କ ବିରୋଧରେ ସିବିଆଇ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ଡିମ୍ପଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ରିଆ ସିବିଆଇକୁ ଚିଠି ଲେଖିଛନ୍ତି। ରିଆ କହିଛନ୍ତି ଯେ ତାଙ୍କ ବିରୋଧରେ ମିଥ୍ୟା ଏବଂ ମନଗଢ଼ା ଅଭିଯୋଗ ଆସିଛି। ଏହି ଅଭିଯୋଗରେ ରିପବ୍ଲିକ୍ ଟିଭିର ନାମ ମଧ୍ୟ ରହିଛି।

ରିଆଙ୍କ ପଡ଼ୋଶୀ ଡିମ୍ପଲ୍ ରିପବ୍ଲିକ ଟିଭିକୁ ଏକ ଫୋନ୍ ଜରିଆରେ ମତ ରଖିଥିଲେ। ଯେଉଁଥିରେ ଡିମ୍ପଲ କହିଥିଲେ ତାଙ୍କର ଜଣେ ପଡ଼ୋଶୀ କହିଥିଲେ ଯେ ଜୁନ୍ ୧୩ ରାତିରେ ସୁଶାନ୍ତ ସିଂ ରାଜପୁତ ରିଆଙ୍କୁ ଛାଡିବାକୁ ତାଙ୍କ ଘରକୁ ଆସିଥିଲେ। ଏହାର ପରଦିନ ଜୁନ୍ ୧୪ରେ ସୁଶାନ୍ତ ସିଂ ରାଜପୁତ ତାଙ୍କ ବାନ୍ଦ୍ରାସ୍ଥିତ ଘରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିଲେ। ସିବିଆଇ ଏବେ ଏହି ମୃତ୍ୟୁ ମାମଲାର ତଦନ୍ତ କରୁଛି। ସିବିଆଇ ରବିବାର ଡିମ୍ପଲଙ୍କ ବୟାନ ମଧ୍ୟ ରେକର୍ଡ କରିଥିବା ସୂଚନା ରହିଛି।

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ସହ ଜଡିତ ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କୁ ଅକ୍ଟୋବର ୭ରେ ବମ୍ବେ ହାଇକୋର୍ଟ ଜାମିନ ପ୍ରଦାନ କରିଥିଲେ। ଏହା ପରେ ହାଇକୋର୍ଟ କହିଛନ୍ତି ଯେ ରିଆ ଡ୍ରଗ୍ସ ଡିଲରଙ୍କ ସହ ସାମିଲ୍ ନଥିଲେ। ସେ କିଣୁଥିବା ଡ୍ରଗ୍ସ ଅନ୍ୟ କାହାକୁ ଦେଇ ନ ଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos