ତିନି ମାସ ପରେ ଶୌଭିକ ଚକ୍ରବର୍ତ୍ତୀଙ୍କୁ ମିଳିଲା ଜାମିନ୍

ମୁମ୍ୱାଇ: ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କ ଭାଇ ଶୌଭିକ ଚକ୍ରବର୍ତ୍ତୀଙ୍କୁ ମିଳିଲା ଜାମିନ୍। ବୁଧବାର ମୁମ୍ୱାଇର ଏନଡିପିଏସ କୋର୍ଟ ଜାମିନ୍ ପ୍ରଦାନ କରିଛନ୍ତି। ପାଖାପାଖି ତିନି ମାସ ଜେଲରେ ରହିବା ପରେ ସେ ଜାମିନ୍ ପାଇଛନ୍ତି। ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ କେସ୍ ସାମ୍ନାକୁ ଆସିଥିଲା। ଏନିସିବି ତଦନ୍ତ କରି ଉଭୟ ରିଆ ଏବଂ ଶୌଭିକଙ୍କୁ ଗିରଫ କରିଥିଲା। ରିଆ ଚକ୍ରବର୍ତ୍ତୀ ଜେଲରେ ମାସେ ରହିବା ପରେ ଅକ୍ଚୋବର ସାତ ତାରିଖରେ ଜାମିନରେ ବାହାରିଥିଲେ ଏବେ […]

SHOVIK

Subhransu Sekhar
  • Published: Wednesday, 02 December 2020
  • , Updated: 02 December 2020, 03:53 PM IST

ମୁମ୍ୱାଇ: ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କ ଭାଇ ଶୌଭିକ ଚକ୍ରବର୍ତ୍ତୀଙ୍କୁ ମିଳିଲା ଜାମିନ୍। ବୁଧବାର ମୁମ୍ୱାଇର ଏନଡିପିଏସ କୋର୍ଟ ଜାମିନ୍ ପ୍ରଦାନ କରିଛନ୍ତି। ପାଖାପାଖି ତିନି ମାସ ଜେଲରେ ରହିବା ପରେ ସେ ଜାମିନ୍ ପାଇଛନ୍ତି। ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ କେସ୍ ସାମ୍ନାକୁ ଆସିଥିଲା। ଏନିସିବି ତଦନ୍ତ କରି ଉଭୟ ରିଆ ଏବଂ ଶୌଭିକଙ୍କୁ ଗିରଫ କରିଥିଲା। ରିଆ ଚକ୍ରବର୍ତ୍ତୀ ଜେଲରେ ମାସେ ରହିବା ପରେ ଅକ୍ଚୋବର ସାତ ତାରିଖରେ ଜାମିନରେ ବାହାରିଥିଲେ ଏବେ ଶୌଭିକ୍ ତିନି ମାସ ପରେ ଜାମିନ ପାଇଛନ୍ତି।

ଏନିସିବି ମାମଲାର ତଦନ୍ତ କରିବା ବେଳେ ଆର୍ଥିକ କାରବାର ସାମ୍ନାକୁ ଆସିଥିଲା। ପରେ ଇଡି ମଧ୍ୟ ତଦନ୍ତ କରିଥିଲା। ସୋଶାଲ ମିଡିଆ ଚାଟିଂ ବେଳେ ଟଙ୍କା ନେଣଦେଣର ମାମଲା ସାମ୍ନାକୁ ଆସିବାରୁ ଶୌଭିକ୍ ଗିରଫ ହୋଇଥିଲେ। ଜୁନ୍ ୧୪ରେ ସୁଶାନ୍ତ ସିଂ ରାଜପୁତ ଝୁଲନ୍ତା ଅବସ୍ଥାରେ ତାଙ୍କ ମୁମ୍ୱାଇ ସ୍ଥିତ ବାସଭବନରୁ ଉଦ୍ଧାର ହୋଇଥିଲେ।

Related story