‘ବିବାହ ବୟସ ହୋଇନଥିଲେ ବି ଏକାଠି ରହିପାରିବେ ପ୍ରାପ୍ତବୟସ୍କ’

ଚଣ୍ଡିଗଡ଼: ପୁଅ ଝିଅ ଯଦି ପ୍ରାପ୍ତ ବୟସ୍କ ତାହେଲେ ଲିଭ୍ ଇନରେ ବା ଏକାଠି ରହି ପାରିବେ। ଏହି ସମୟରେ ଯଦି ପୁଅର ବୟସ ବିବାହ ପାଇଁ ଯୋଗ୍ୟ ହୋଇନଥିବ ତାହେଲେ ମଧ୍ୟ ଏକାଠି ରହି ପାରିବେ। ଏହା ଅପରାଧ ନୁହେଁ। ପଞ୍ଜାବ ହରିଆଣା ହାଇକୋର୍ଟ ଏଭଳି ଏକ ରାୟ ଶୁଣାଇଛନ୍ତି। ଏକ ପ୍ରାପ୍ତ ବୟସ୍କ ପ୍ରେମୀଯୁଗଳ ନିଜ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସୁରକ୍ଷା ମାଗିଥିଲେ। ଏହି ମାମଲାର ରାୟ ଶୁଣାଣି କରି ହାଇକୋର୍ଟର […]

partner

Subhransu Sekhar
  • Published: Wednesday, 30 December 2020
  • , Updated: 30 December 2020, 06:15 PM IST

ଚଣ୍ଡିଗଡ଼: ପୁଅ ଝିଅ ଯଦି ପ୍ରାପ୍ତ ବୟସ୍କ ତାହେଲେ ଲିଭ୍ ଇନରେ ବା ଏକାଠି ରହି ପାରିବେ। ଏହି ସମୟରେ ଯଦି ପୁଅର ବୟସ ବିବାହ ପାଇଁ ଯୋଗ୍ୟ ହୋଇନଥିବ ତାହେଲେ ମଧ୍ୟ ଏକାଠି ରହି ପାରିବେ। ଏହା ଅପରାଧ ନୁହେଁ। ପଞ୍ଜାବ ହରିଆଣା ହାଇକୋର୍ଟ ଏଭଳି ଏକ ରାୟ ଶୁଣାଇଛନ୍ତି। ଏକ ପ୍ରାପ୍ତ ବୟସ୍କ ପ୍ରେମୀଯୁଗଳ ନିଜ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସୁରକ୍ଷା ମାଗିଥିଲେ। ଏହି ମାମଲାର ରାୟ ଶୁଣାଣି କରି ହାଇକୋର୍ଟର ବିଚାରପତି ଅଳକା ସାରିନ୍ ଏହା କହିଛନ୍ତି।

କୋର୍ଟ କହିଛନ୍ତି, ପ୍ରେମୀ ଯୁଗଳ ଏକାଠି ରହିପାରିବାର ଅଧିକାର ରହିଛି। ଏହା ତାଙ୍କର ଅଧିକାର, ଯେପର୍ଯ୍ୟନ୍ତ ଉଭୟଙ୍କ ମଧ୍ୟରେ କୌଣସି ସମସ୍ୟା ନାହିଁ ଏବଂ ଆଇନ ଉଲ୍ଲଂଘନ କରି ନାହାନ୍ତି।ସମାଜ କେବେ ନିଷ୍ପତ୍ତି ନେଇପାରିବ ନାହିଁ କିଏ କାହା ସହିତ ଜୀବନ ଅତିବାହିତ କରିବ। ଆମ ସମ୍ୱିଧାନ ସମସ୍ତଙ୍କୁ ବଞ୍ଚିବାର ଅଧିକାର ଦିଏ। ତେଣୁ ପାର୍ଟନର ବାଛିବା ବେଳେ ଉଭୟ ପୁଅ ଏବଂ ଝିଅର ନିଷ୍ପତ୍ତି ଗୁରୁତ୍ୱପୂର୍ଣ୍ଣ। ଏହି ମାମଲାରେ ଝିଅର ପରିବାର ଲୋକେ ନିଷ୍ପତ୍ତି ନେଇପାରିବେନି ତାଙ୍କ ଝିଅ କାହାକୁ ଜୀବନ ସାଥୀ ବାଝିବ। ଏହା ଝିଅ ଉପରେ ନିର୍ଭର କରେ। ଏହା ତାର ଅଧିକାର। କାରଣ ସେ ଜଣେ ପ୍ରାପ୍ତ ବୟସ୍କ।

ସୂଚନାଯୋଗ୍ୟ, ଏହି ମାମଲାରେ ଝିଅର ବୟସ ୨୧ ଥିବା ବେଳେ ପୁଅର ବୟସ ୧୯ ଥିଲା। ଉଭୟ ଲିଭ୍ ଇନରେ ରହୁଛନ୍ତି। ଆଗକୁ ସେମାନେ ବିବାହ କରିବାକୁ ଚାହୁଁଛନ୍ତି ବୋଲି କହିଥିଲେ। କିନ୍ତୁ ଝିଅର ପରିବାର ଲୋକେ ଏହାକୁ ବିରୋଧ କରୁଥିବାରୁ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ପୁଅଟି ନ୍ୟାୟଳୟର ଦ୍ୱାରସ୍ଥ ହୋଇଥିଲା।

ତେବେ ଝିଅର ପ୍ରେମ ସମ୍ପର୍କ ଜଣାପଡ଼ିବା ପରେ ତା’ ପରିବାର ଲୋକେ ଝିଅକୁ ଏକ ଅଜଣା ଜାଗାକୁ ନେଇଯାଇଥିଲେ। ହେଲେ ସେଠାରୁ ସେ ଖସି ଆସି ତାଙ୍କ ପ୍ରେମିକ ସହିତ ରହୁଛି। କୋର୍ଟ କହିଛନ୍ତି, ଝିଅର ଇଚ୍ଛା ସେ କାହାକୁ ଜୀବନ ସାଥୀ ବାଛିବ। ଏଥିରେ ଝିଅର ପରିବାର ଲୋକେ ମଧ୍ୟ ବାଧ୍ୟ କରିପାରିବେନି।

କୋର୍ଟ ମଧ୍ୟ ଫତେଗଡ଼ ସାହିବ ପୁଲିସ ଅଧିକାରୀଙ୍କୁ ସୁରକ୍ଷା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଥମେ ଏହି ପ୍ରେମୀଯୁଗଳ ଫତେଗଡ଼ ସାହିବ ଥାନାରେ ସୁରକ୍ଷା ମାଗିଥିଲେ। ହେଲେ କୌଣସି ଫଳାଫଳ ନମିଳିବାରୁ କୋର୍ଟର ଦ୍ୱାରସ୍ଥ ହୋଇଥିଲେ।

Related story