‘ମୁଁ ଆପଣଙ୍କ ପ୍ରଧାନମନ୍ତ୍ରୀ ହେବାକୁ ଛିଡା ହୋଇଛି’

ଲଣ୍ଡନ:  ବୋରିସ୍ ଜନସନ ବ୍ରିଟେନ ପ୍ରଧାନମନ୍ତ୍ରୀ ଗାଦି ଛାଡ଼ି ସାରିଥିବା ବେଳେ ଏବେ ଏହି ପଦ ପାଇଁ ଲାଗିଛି ଲମ୍ବା ରେସ୍‌। ରେସ୍‌ରେ ଆଗରେ ଅଛନ୍ତି ଭାରତୀୟ ବଂଶୋଭବ ତଥା ବ୍ରିଟେନର ପୂର୍ବ ଅର୍ଥ ମନ୍ତୀ  ଋଷି ସୁନକ । ଏନେଇ  ନିଜେ ଟ୍ୱିଟ କରି ଘୋଷଣା କରିଛନ୍ତି ରିଷି ସୁନକ । ଋଷି ସୁନକ ଗତକାଲି ରାତିରେ ଏକ ଭିଡିଓ ଟ୍ୱିଟ କରିଛନ୍ତି । ସେଥିରେ ସେ କହିଛନ୍ତି, ‘ମୁଁ କଞ୍ଜରଭେଟିଭ ଦଳର ପରବର୍ତ୍ତୀ ନେତା […]

rishi sunak

Niharika Rout
  • Published: Saturday, 09 July 2022
  • , Updated: 09 July 2022, 12:14 PM IST

ଲଣ୍ଡନ:  ବୋରିସ୍ ଜନସନ ବ୍ରିଟେନ ପ୍ରଧାନମନ୍ତ୍ରୀ ଗାଦି ଛାଡ଼ି ସାରିଥିବା ବେଳେ ଏବେ ଏହି ପଦ ପାଇଁ ଲାଗିଛି ଲମ୍ବା ରେସ୍‌। ରେସ୍‌ରେ ଆଗରେ ଅଛନ୍ତି ଭାରତୀୟ ବଂଶୋଭବ ତଥା ବ୍ରିଟେନର ପୂର୍ବ ଅର୍ଥ ମନ୍ତୀ  ଋଷି ସୁନକ । ଏନେଇ  ନିଜେ ଟ୍ୱିଟ କରି ଘୋଷଣା କରିଛନ୍ତି ରିଷି ସୁନକ ।

ଋଷି ସୁନକ ଗତକାଲି ରାତିରେ ଏକ ଭିଡିଓ ଟ୍ୱିଟ କରିଛନ୍ତି । ସେଥିରେ ସେ କହିଛନ୍ତି, 'ମୁଁ କଞ୍ଜରଭେଟିଭ ଦଳର ପରବର୍ତ୍ତୀ ନେତା ହେବାକୁ ଏବଂ ଆପଣଙ୍କ ପ୍ରଧାନମନ୍ତ୍ରୀ ହେବାକୁ ଛିଡା ହୋଇଛି। ଆସନ୍ତୁ ଏକତ୍ର ଆତ୍ମବିଶ୍ୱାସ ଫେରାଇବା, ଅର୍ଥନୀତିକୁ ପୁନନିର୍ମାଣ କରିବା  ଏବଂ ଦେଶକୁ ସୁଦୃଢ କରିବା ।’

ବ୍ରିଟେନର ଅର୍ଥମନ୍ତ୍ରୀ ଋଷି ସୁନକ ନିକଟରେ ଜନସନ ସରକାରରୁ ଇସ୍ତଫା ଦେଇଥିଲେ। ଇସ୍ତଫା ପରେ ଋଷି ଟ୍ୱିଟ୍ କରି କହିଥିଲେ ଯେ "ସରକାର ଠିକ୍ ଭାବରେ ଚାଲିବେ ବୋଲି ଜନସାଧାରଣ ଆଶା କରୁଛନ୍ତି। ଲୋକମାନେ ଚାହୁଁଛନ୍ତି ଯେ ସରକାର ଦକ୍ଷ ହେବା ସହ ଗମ୍ଭୀର ଭାବରେ କାର୍ଯ୍ୟ କରନ୍ତୁ।

ଏଥିସହ ସେ କହିଥିଲେ, ‘ଏହା ମୋର ଶେଷ ମନ୍ତ୍ରୀ ପଦ ଥିଲା ବୋଲି ଆଶା କରୁଛି। କିନ୍ତୁ ମୋର ଦୃଢ ବିଶ୍ୱାସ ଅଛି ଯେ, ମୋର ଲଢ଼ିବାର କ୍ଷମତା ଅଛି। ତେଣୁ ମୁଁ ନିଜ ପଦରୁ ଇସ୍ତଫା ଦେଉଛି।’  ଋଷିଙ୍କ ପରେ ପରେ ଦଳର ପ୍ରାୟ ୪୦ରୁ ଊର୍ଦ୍ଧ୍ୱ ସାଂସଦ ଇସ୍ତଫା ଦେଇଥିଲା। ଫଳରେ ଜନସନଙ୍କ ଉପରେ ଇସ୍ତଫା ଦେବାକୁ ଚାପ ବଢ଼ିଲା ଓ ସେ ନିଜ ପଦ ଛାଡ଼ିବାକୁ ବାଧ୍ୟ ହେଲେ ।

ଋଷିଙ୍କ ପିତାମାତା ମୂଳତଃ ପଞ୍ଜାବ ବାସିନ୍ଦା । ତାଙ୍କ ପିତାଙ୍କ ନାମ ଯଶବୀର ସୁନକ ଏବଂ ମାତାଙ୍କ ନାମ ଉଷା ସୁନକ। ଯଶବୀର ଏବଂ ଉଷାଙ୍କ ପରିବାର ବହୁ ପୂର୍ବରୁ ଚାକିରି ଅନ୍ୱେଷଣରେ ବିଦେଶ ଚାଲିଯାଇଥିଲେ। ଋଷି ପିତାମାତା ମଧ୍ୟ ବିଦେଶରେ ଜନ୍ମ ହୋଇଥିଲେ।

ଭିଡିଓରେ ୪୯ ବର୍ଷିୟ ସାଂସଦ ନିଜ ଜେଜେମା’ଙ୍କ କାହାଣୀ କହିବାକୁ ଭୁଲି ନାହାନ୍ତି। ଏନେଇ ସେ କହିଛନ୍ତି,  ଭଲ ଜୀବନ ଖୋଜିବା ପାଇଁ ମୋ’ ଜେଜେବାପା , ଜେଜେମା’ ଇଂଲଣ୍ଡକୁ ବିମାନରେ ଚାଲିଥିଲେ। ଏଠାରେ ଚାକିରି କରି  ପର୍ଯ୍ୟାପ୍ତ ଅର୍ଥ ସଞ୍ଚୟ କରିବାକୁ ତଥା ଭଲ ଜୀବନ ବଞ୍ଚିବାକୁ ସେମାନଙ୍କୁ ପ୍ରାୟ ଏକ ବର୍ଷ ସମୟ ଲାଗିଥିଲା। ସେ ଆହୁରି ମଧ୍ୟ କହିଛନ୍ତି ଯେ ପରିବାର ତାଙ୍କ ପାଇଁ ସବୁକିଛି।

ଋଷି ସୁନକ ଭାରତୀୟ ବଂଶୋଭବ ହୋଇଥିବା ବେଳେ ଇନଫୋସିସ ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତିଙ୍କ ଜ୍ୱାଇଁ । ନାରାୟଣ ମୁର୍ତ୍ତୀଙ୍କ ଝିଅ ଅକ୍ଷତା ମୁର୍ତ୍ତୀଙ୍କୁ  ଋଷି ୨୦୦୯ ମସିହାରେ ବିବାହ କରିଥିଲେ । ଏହି ଅନୁଯାୟୀ, ତାଙ୍କର ​​ଭାରତ ସହିତ ଗଭୀର ସମ୍ପର୍କ ରହିଛି। ସେମାନଙ୍କର ଦୁଇ କନ୍ୟା ସନ୍ତାନ ମଧ୍ୟ ଅଛନ୍ତି।

[caption id="attachment_747826" align="aligncenter" width="650"] ପରିବାର ସହ ରିଷି ସୁନକ ।[/caption]

ତେଣୁ ଯଦି ଋଷି ସୁନକ୍ ବ୍ରିଟେନର ଶ୍ରେଷ୍ଠ ପଦରେ ବସିବାକୁ ଯୋଗ୍ୟ ବିବେଚିତ ହୁଅନ୍ତି, ତେବେ ସେ ହେବେ ପ୍ରଥମ ଭାରତୀୟ ବଂଶୋଭବ ଭାବେ ବ୍ରିଟିଶ ପ୍ରଧାନମନ୍ତ୍ରୀ ହେବେ। ଏଥିପାଇଁ ଭାରତରେ ବେଶ୍‌ ଉତ୍ସାହ ଦେଖାଦେଇଛି।

Related story