ଏୟାର ଆମ୍ବୁଲାନ୍ସରେ ଦିଲ୍ଲୀ ଗଲେ ଲାଲୁ

ରାଞ୍ଚି: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା ଦିନକୁ ଦିନ ଅଧିକ ବିଗିଡ଼ିବାରେ ଲାଗିଛି। ଏଥିପାଇଁ ଆଜି ତାଙ୍କୁ ରାଞ୍ଚି ହସ୍ପିଟାଲରୁ ଦିଲ୍ଲୀର ଏମ୍ସକୁ ପଠା ଯାଇଛି। ଲାଲୁ ପ୍ରସାଦ ଯାଦବ ଆଜି ସନ୍ଧ୍ୟା ୫.୩୦ରେ ଗୋଟିଏ ଏୟାର ଆମ୍ବୁଲାନ୍ସରେ ଡାକ୍ତର ଓ ମେଡିକାଲ ଷ୍ଟାଫଙ୍କ ଉପସ୍ଥିତିରେ ଦିଲ୍ଲୀ ଯାଇଛନ୍ତି। ଏଥିପାଇଁ ଆରଆଇଏମଏସରୁ ରାଞ୍ଚି ଏୟାରପୋର୍ଟ ଯାଏ ଗ୍ରୀନ କରିଡର ପ୍ରସ୍ତୁତ କରାଯାଇଥିଲା। ଲାଲୁଙ୍କ ସୁଗାର ଓ ରକ୍ତ ସ୍ତର […]

df

Hemant Lenka
  • Published: Saturday, 23 January 2021
  • , Updated: 23 January 2021, 09:00 PM IST

ରାଞ୍ଚି: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା ଦିନକୁ ଦିନ ଅଧିକ ବିଗିଡ଼ିବାରେ ଲାଗିଛି। ଏଥିପାଇଁ ଆଜି ତାଙ୍କୁ ରାଞ୍ଚି ହସ୍ପିଟାଲରୁ ଦିଲ୍ଲୀର ଏମ୍ସକୁ ପଠା ଯାଇଛି। ଲାଲୁ ପ୍ରସାଦ ଯାଦବ ଆଜି ସନ୍ଧ୍ୟା ୫.୩୦ରେ ଗୋଟିଏ ଏୟାର ଆମ୍ବୁଲାନ୍ସରେ ଡାକ୍ତର ଓ ମେଡିକାଲ ଷ୍ଟାଫଙ୍କ ଉପସ୍ଥିତିରେ ଦିଲ୍ଲୀ ଯାଇଛନ୍ତି। ଏଥିପାଇଁ ଆରଆଇଏମଏସରୁ ରାଞ୍ଚି ଏୟାରପୋର୍ଟ ଯାଏ ଗ୍ରୀନ କରିଡର ପ୍ରସ୍ତୁତ କରାଯାଇଥିଲା।

ଲାଲୁଙ୍କ ସୁଗାର ଓ ରକ୍ତ ସ୍ତର ବଢ଼ି ଯାଇଛି। ସେହିପରି ତାଙ୍କ କିଡନୀ ମଧ୍ୟ ଠିକ୍‌ ଭାବେ ଚଳପ୍ରଚଳ କରୁ ନଥିବା ଜଣାପଡ଼ିଛି। ଲାଲୁ ଶ୍ୱାସକ୍ରିୟାରେ ସମସ୍ୟା ଭୋଗୁଥିବାବେଳେ ତାଙ୍କ ଫୁସଫୁସ ମଧ୍ୟ ସଂକ୍ରମଣ ହୋଇଛି।

ଗୁରୁବାର ଲାଲୁ ପ୍ରଥମେ ଜେଲର ସ୍ୱତନ୍ତ୍ର କୋଠରୀରେ ଥିବା ବେଳେ ଅସହଜ ଅନୁଭବ କରିଥିଲେ। ଏହାପରେ ଡାକ୍ତରୀ ଟିମ୍ ତାଙ୍କର ଏକାଧିକ ଟେଷ୍ଟ କରିଥିଲେ। ଉଭୟ ଆରଟି-ପିସିଆର ଓ ଆଣ୍ଟିଜେନ ପ୍ରକ୍ରିୟାରେ ତାଙ୍କର କରୋନା ଟେଷ୍ଟ କରାଯାଇଥିଲା। ହେଲେ ଉଭୟ ଥର ତାଙ୍କ ରିପୋର୍ଟ ନେଗେଟିଭ ଆସିଥିଲା। ଶୁକ୍ରବାର ଲାଲୁଙ୍କ ଦୁଇ ପୁଅ, ପତ୍ନୀ ଓ ଝିଅ ମିସା ଭାରତୀ ହସ୍ପିଟାଲ ଆସି ତାଙ୍କ ସ୍ୱାସ୍ଥ୍ୟାବସ୍ଥା କଥା ପଚାରି ବୁଝିଥିଲେ।

Related story