ଲଦାଖରେ ୨୦ ହଜାର କୋଟିର ରାସ୍ତାକାମ ଯଥାଶୀଘ୍ର ସାରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଭାରତ-ଚାଇନା ସୀମା ବିବାଦ ମଧ୍ୟରେ ଲଦାଖରେ ୨୦ ହଜାର କୋଟି ଟଙ୍କାର ରାସ୍ତାକାମ ଯଥାଶୀଘ୍ର ଶେଷ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଲଦାଖ ଓ ସୀମାନ୍ତରେ ଚାଲିଥିବା ସମସ୍ତ ରାସ୍ତାକାମ କେମିତି ଚାଲିଛି, ତା’ର ସମୀକ୍ଷା କରିବାକୁ ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା। ବୈଠକ ବେଳେ ତୁରନ୍ତ ରାସ୍ତାକାମ ଶେଷ କରିବାକୁ ସେ ସବୁ ଏଜେନ୍ସିକୁ ନିର୍ଦ୍ଦେଶ ଦେଇଛନ୍ତି। ଦୁରବୁକ-ଶୟୋକ- ଦୌଲତ ବେଗ- ଓଲଡିକୁ ସଂଯୋଗ କରୁଥିବା ଗୁରୁତ୍ୱପୂର୍ଣ୍ଣ ରାସ୍ତା […]

dyw

Hemant Lenka
  • Published: Tuesday, 07 July 2020
  • , Updated: 07 July 2020, 07:32 PM IST

ନୂଆଦିଲ୍ଲୀ: ଭାରତ-ଚାଇନା ସୀମା ବିବାଦ ମଧ୍ୟରେ ଲଦାଖରେ ୨୦ ହଜାର କୋଟି ଟଙ୍କାର ରାସ୍ତାକାମ ଯଥାଶୀଘ୍ର ଶେଷ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଲଦାଖ ଓ ସୀମାନ୍ତରେ ଚାଲିଥିବା ସମସ୍ତ ରାସ୍ତାକାମ କେମିତି ଚାଲିଛି, ତା’ର ସମୀକ୍ଷା କରିବାକୁ ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା।

ବୈଠକ ବେଳେ ତୁରନ୍ତ ରାସ୍ତାକାମ ଶେଷ କରିବାକୁ ସେ ସବୁ ଏଜେନ୍ସିକୁ ନିର୍ଦ୍ଦେଶ ଦେଇଛନ୍ତି। ଦୁରବୁକ-ଶୟୋକ- ଦୌଲତ ବେଗ- ଓଲଡିକୁ ସଂଯୋଗ କରୁଥିବା ଗୁରୁତ୍ୱପୂର୍ଣ୍ଣ ରାସ୍ତା ନିର୍ମାଣ କାମ ଏହି ପ୍ରକଳ୍ପ ମଧ୍ୟରେ ରହିଛି। ଦୁଇ ମାସ ତଳେ ଏହା ଆରମ୍ଭ ହୋଇଥିଲା।

ଏହାକୁ ଚାଇନା ଜୋରଦାର ବିରୋଧ କରିଥିଲା। କିନ୍ତୁ ଏହି କାମକୁ ଗୁରୁତ୍ୱ ଦେଇ ଶୀଘ୍ର ସାରିବାକୁ ରାଜନାଥ କହିଛନ୍ତି। ରାଜନାଥ ସିଂହ ନିକଟରେ ପ୍ରତିରକ୍ଷା ମନ୍ତ୍ରୀ ଓ ବିଆରଓ ଅଧିକାରୀଙ୍କ ସହ ରାସ୍ତା ନିର୍ମାଣ ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ।

ରାସ୍ତା ବ୍ୟତୀତ ଏଲଏସି ନିକଟରେ ଥିବା ଆଗୁଆ ଘାଟିକୁ ସହଜରେ ଯିବା ଆସିବା ୩୦ଟି ବ୍ରିଜ୍‌ କାମ ମଧ୍ୟ ଚାଲିଛି।

ମିଳିଥିବା ସୂଚନା ଅନୁଯାୟୀ, ୩୦ଟି ସ୍ଥାୟୀ ବ୍ରିଜ୍‌ ବ୍ୟତୀତ ୨୦ ହଜାର କୋଟି ଟଙ୍କାରେ ନିର୍ମାଣ ହେଉଥିବା ଏକାଧିକ ରାସ୍ତା ସବୁ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ଲଦାଖ ଅଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥାକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ଭାରତ ସରକାର ଏପରି ବ୍ୟବସ୍ଥା କରିଛନ୍ତି। ବର୍ଡର ରୋଡ୍ସ ଅର୍ଗାନାଇଜେସନ ମଧ୍ୟ ଲେହ, ଥୋଇସେ, କାର୍ଗିଲ ଓ ଡିବିଓରେ ଏୟାରଫିଲ୍ଡ ନିର୍ମାଣ କରୁଛି।

Related story