ଫେରିଲା ରବିନସ୍‌ନ ଷ୍ଟ୍ରିଟ୍‌ର ହରର୍‌ କାହାଣୀ: ମଲା ମା’ର ଶବ ନିକଟରେ ୩ ଦିନ ଜଗିଲା ପୁଅ, ରୋଷେଇ ବି କରୁଥିଲା

କୋଲକତା: ପୁଣି ଫେରିଲା ରବିନସ୍‌ନ ଷ୍ଟ୍ରିଟ୍‌ର ଛାତିଥରା କାହାଣୀ।  ମା’ର ମୃତ ଶରରୀର ନିକଟରେ ୩ ଦିନ ଧରି ପୁଅ ଜଗିବସିବା ଭଳି ଘଟଣା ପଶ୍ଚିମବଙ୍ଗର ଦୁର୍ଗାପୁର ଅଞ୍ଚଳରେ ଘଟିଛି। କେବଳ ସେତିକି ନୁହଁ ଘର  ଭିତରେ ମା’ର  ଶବ ପଡ଼ିଥିବା ବେଳେ ପୁଅ ତା’ ପାଇଁ ରୋଷେଇ କରୁଥିବା ଭଳି ଚାଞ୍ଚଲ୍ୟକର ଖବର ଆସିଛି। ଏ ଘଟଣା ଯେତିକି ଅଶ୍ଚର୍ଯ୍ୟଜନକ ସେତିକି ଲୋମଟାଙ୍କୁରା ମଧ୍ୟ। ହଲିଉଡ୍‌ର କୌଣସି ହରର କାହାଣୀ ଠାରୁ କମ୍‌ ନୁହେଁ  ଏହି […]

Rakesh Mallick
  • Published: Saturday, 09 September 2017
  • , Updated: 10 September 2017, 10:03 PM IST

କୋଲକତା: ପୁଣି ଫେରିଲା ରବିନସ୍‌ନ ଷ୍ଟ୍ରିଟ୍‌ର ଛାତିଥରା କାହାଣୀ।  ମା’ର ମୃତ ଶରରୀର ନିକଟରେ ୩ ଦିନ ଧରି ପୁଅ ଜଗିବସିବା ଭଳି ଘଟଣା ପଶ୍ଚିମବଙ୍ଗର ଦୁର୍ଗାପୁର ଅଞ୍ଚଳରେ ଘଟିଛି। କେବଳ ସେତିକି ନୁହଁ ଘର  ଭିତରେ ମା’ର  ଶବ ପଡ଼ିଥିବା ବେଳେ ପୁଅ ତା’ ପାଇଁ ରୋଷେଇ କରୁଥିବା ଭଳି ଚାଞ୍ଚଲ୍ୟକର ଖବର ଆସିଛି। ଏ ଘଟଣା ଯେତିକି ଅଶ୍ଚର୍ଯ୍ୟଜନକ ସେତିକି ଲୋମଟାଙ୍କୁରା ମଧ୍ୟ। ହଲିଉଡ୍‌ର କୌଣସି ହରର କାହାଣୀ ଠାରୁ କମ୍‌ ନୁହେଁ  ଏହି ଘଟଣା। ଯେତେବେଳେ ଘର ଭିତରେ ଶବ ପଚି ଦୁର୍ଗନ୍ଧ ହେଲା  ସେତେବେଳେ ପଡ଼ିଶାଲୋକ ଜାଣିବାକୁ ପାଇଲେ।

ମିଳିଥିବା ସୂଚନା ଅନୁଯାୟୀ, ସାନନ୍ଦ ନନ୍ଦି ନାମ୍ନୀ ଜଣେ ୭୨ ବର୍ଷୀୟ ମହିଳାଙ୍କ ଶବକୁ ଶୁକ୍ରବାର ଉଦ୍ଧାର କରିଥିଲା ପୋଲିସ। ପାରିପାର୍ଶିକ ସ୍ଥିତିରୁ ମହିଳା ଜଣକ ପ୍ରାୟ ୩ ଦିନ ପୂର୍ବରୁ ପ୍ରାଣ ହରାଇଥିବା ପୋଲିସ କହିଛି।

ହେଲେ ତାଙ୍କ ମୃତ୍ୟୁ ସମ୍ପର୍କରେ ସମ୍ପୃକ୍ତ ମହିଳାଙ୍କ ସାନ ପୁଅ ଇନ୍ଦ୍ରଦୀପ ନନ୍ଦି (୩୫) ପଡ଼ିଶା ଘର ଲୋକଙ୍କୁ କହି ନ ଥିଲେ। ଏପରିକି ନିଜ ବଡ଼ ଭାଇ ଇନ୍ଦ୍ରନିଲ୍‌ ନିଜ ପଡ଼ୋଶୀ ହୋଇ ଚଳୁଥିବା ବେଳେ ତାଙ୍କୁ ମଧ୍ୟ ଏକଥା ଜଣାଇ ନ ଥିଲେ ।  ପଡ଼ୋଶୀଙ୍କ ପାଖରୁ ଖବର ପାଇ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଯେତେବେଳେ ଘଟଣା ସମ୍ପର୍କରେ ପୋଲିସ ପଚାରିଲା  ଇନ୍ଦ୍ରଦୀପଙ୍କ ଉତ୍ତର ତାଜୁବ୍‌ କରିଦେଇଥିଲା।

ଇନ୍ଦ୍ରଦୀପ କହିଥିଲେ ତାଙ୍କ ମା’ କିଛି ଦିନ ହେଲା ତାଙ୍କ ସହ କଥା ହେଉ ନାହାନ୍ତି। କିଛି ଖାଉ ବି  ନାହାନ୍ତି। ଯେଉଁ ବିଛଣାରେ ଶୋଉଥିଲେ ସେଠାରୁ ଉଠୁ ବି ନାହାନ୍ତି। ମୁଁ  ମୋ ମା’କୁ ଭାତ ଡାଲି ରୋଷେଇ କରି ଦେଉଛି । ହେଲେ ସେ କିଛି ଖାଉ ନାହାନ୍ତି।  ଏକଥା ଶୁଣି ପୋଲିସ ଇନ୍ଦ୍ରଦୀପଙ୍କୁ ଥାନାକୁ ନେଇ ଆହୁରୀ ଜେରା କରିଥିଲା।  ହେଲେ ଇନ୍ଦ୍ରଦୀପଙ୍କ କଥା ଶୁଣି ପୋଲିସ ଆଶ୍ଚର୍ଯ୍ୟ ହୋଇଯାଇଥିଲା। ଏପଟେ  ପୋଳିସ ଶବ ବ୍ୟବଚ୍ଛେଦ କରିବା ସହ ଇନ୍ଦ୍ରଦୀପଙ୍କୁ ମନୋବିଜ୍ଞାନୀ ଡାକ୍ତରଙ୍କ ପାଖକୁ ନେ ପରୀକ୍ଷା କରିଥିଲା। ଘଟଣାର ଅନୁସନ୍ଧାନ ବେଳେ ଇନ୍ଦ୍ରଦୀପଙ୍କ ମାନିସିକ ବିକୃତି ଥିବା ପଡ଼ୋଶୀ କହିଥିଲେ। ସେହିପରି ସେ ଅନେକ ସମୟରେ ଘର ଭିତରୁ ବାହାରୁ ନ ଥିଲେ। ଭିତରପଟୁ କବାଟ ଦେଇ ରହୁଥିବା ପଡ଼ୋଶୀ କହିଥିଲେ। ସେହିପରି ଇନ୍ଦ୍ରଦୀପଙ୍କ ଜଣେ ସମ୍ପର୍କୀୟାଙ୍କ କହିବା ଅନୁଯାୟୀ ଇନ୍ଦ୍ରଦୀପ ଦୀର୍ଘଦିନ ହେଲା ନ୍ୟୁରୋଲୋଜିକାଲ ଡିଜ୍‌ ଅର୍ଡ଼ର ରୋଗରେ ପୀଡ଼ିତ  ଅଛନ୍ତି। ସେହିପରି ଇନ୍ଦ୍ରଦୀପଙ୍କ ବଡ଼ଭାଇ ଇନ୍ଦ୍ରନିଲଙ୍କ କହିବା ଅନୁଯାୟୀ ଗତ ରବିବାର ସେ ତାଙ୍କ ମା’ଙ୍କୁ ଭେଟିଥିଲେ। ହେଲେ ତାଙ୍କ ଭାଇ ତାଙ୍କୁ କିଛି କହି ନ ଲେ  ବୋଲି ସେ କହିଛନ୍ତି।

ତେବେ ଏମିତି ଏକ ଘଟଣା କୋଲକତାର ୨୦୧୫ ମସିହାରେ ଘଟିଥିଲା। କୋଲକତାର ରବିନ୍‌ ଷ୍ଟ୍ରିଟ୍‌ରେ ଏହି ଘଟଣା ଘଟିଥିଲା। ଘଟଣା ଅନୁଯାୟୀ ୭୧ ବର୍ଷୀୟ ଅରବିନ୍ଦ ଦେ’ ନାମକ ମୃତ୍ୟୁ ଘଟିଲା ପରେ ତାଙ୍କ ପୁଅ ଉକ୍ତ ଶବ ପାଖରେ ପ୍ରାୟ ୬ ମାସ ପଡ଼ି ରହିଥିଲା। ହେଲେ ସମାନ ଢଙ୍ଗରେ   ଗନ୍ଧ ହେବାରୁ  ସ୍ଥାନୀୟ ଲୋକେ ପୋଲିସକୁ ଜଣାଥିଲେ।  ତେବେ ପୋଲିସ ତଦନ୍ତ କରି ପାର୍ଥଙ୍କୁ ପଚାରିବା ପରେ ଆହୁରୀ ୩ଟି ସ୍କେଲିଟନ ଜବତ କରିଥିଲା।  ସେତେବଳେ ଏହି ଘଟଣା ସେତେବେଳେ ଖୁବ୍‌ ଚର୍ଚ୍ଚାର ବିଷୟ ପାଲଟିଥିଲା। ଯାହା ଆଜିର ଇନ୍ଦ୍ରଦୀପଙ୍କ ଘଟଣା ସହ ଖାପ ଖାଇଯାଉଛି।

ସୌଜନ୍ୟ:ହିନ୍ଦୁସ୍ଥାନ୍‌ ଟାଇମ୍‌ସ୍‌

 

http://www.hindustantimes.com/kolkata/robinson-street-rerun-man-in-bengal-spends-three-days-with-dead-mother-cooks-for-her/story-AATj7Q8mClOMk63K7qpeKL.html

Related story