ଫୁଟ୍‌ବଲର୍‌ ରୋନାଲ୍‌ଡିନୋ ଏକାସହ ୨ ମହିଳାଙ୍କୁ ବିବାହ କରିବେ !

ବ୍ରାସିଲିଆ: ବିଶ୍ୱାସ ହେଉ ନ ଥିଲେ ବି କଥାଟି ସତ। ବ୍ରାଜିଲିୟ ଫୁଟ୍‌ବଲ୍‌ର ରୋନାଲିଡିନୋ ଅଗଷ୍ଟ ମାସରେ ନିଜର ଦୁଇ ପ୍ରେମିକା ଫ୍ରିସିଲା ଜୋଏଲୋ ଏବଂ ବ୍ରିଟିଜ୍‌ ସୁଜାଙ୍କୁ ବିବାହ କରିବାକୁ ଯାଉଛନ୍ତି। ଦୁଇ ଜଣଙ୍କୁ ଭିନ୍ନ ତିଥିରେ ନୁହେଁ ବରଂ ଏକ ସଙ୍ଗେ ବିବାହ କରିବାକୁ ଯାଉଛନ୍ତି ସେ। ମିଡିଆ ରିପୋର୍ଟ ମୁତାବକ ବ୍ରିଟିଜ୍‌ଙ୍କ ସହିତ ରୋନାଲ୍‌ଡିନୋ ୨୦୧୬ ମସିହାରୁ ପ୍ରେମ ସମ୍ପର୍କରେ ଅଛନ୍ତି। ଏଣେ ଉଭୟ ଫ୍ରିସିଲା ଓ ବ୍ରିଟିଜ୍‌ ଗତ ଡିସେମ୍ୱର ମାସରୁ […]

ronal_625x300_1527165028566

Rakesh Mallick
  • Published: Friday, 25 May 2018
  • , Updated: 25 May 2018, 02:07 PM IST

ବ୍ରାସିଲିଆ: ବିଶ୍ୱାସ ହେଉ ନ ଥିଲେ ବି କଥାଟି ସତ। ବ୍ରାଜିଲିୟ ଫୁଟ୍‌ବଲ୍‌ର ରୋନାଲିଡିନୋ ଅଗଷ୍ଟ ମାସରେ ନିଜର ଦୁଇ ପ୍ରେମିକା ଫ୍ରିସିଲା ଜୋଏଲୋ ଏବଂ ବ୍ରିଟିଜ୍‌ ସୁଜାଙ୍କୁ ବିବାହ କରିବାକୁ ଯାଉଛନ୍ତି। ଦୁଇ ଜଣଙ୍କୁ ଭିନ୍ନ ତିଥିରେ ନୁହେଁ ବରଂ ଏକ ସଙ୍ଗେ ବିବାହ କରିବାକୁ ଯାଉଛନ୍ତି ସେ।

ମିଡିଆ ରିପୋର୍ଟ ମୁତାବକ ବ୍ରିଟିଜ୍‌ଙ୍କ ସହିତ ରୋନାଲ୍‌ଡିନୋ ୨୦୧୬ ମସିହାରୁ ପ୍ରେମ ସମ୍ପର୍କରେ ଅଛନ୍ତି। ଏଣେ ଉଭୟ ଫ୍ରିସିଲା ଓ ବ୍ରିଟିଜ୍‌ ଗତ ଡିସେମ୍ୱର ମାସରୁ ରୋନାଲ୍‌ଡିନୋଙ୍କ ରିଓ-ଡି-ଜେନିରୋସ୍ଥିତ ୫ ନିୟୁତ ପାଉଣ୍ଡ ମାନ୍‌ସନ୍‌ରେ ରହୁଛନ୍ତି।

ଉଭୟ ପ୍ରେମିକା ମଧ୍ୟ ରୋନାଲଡିନୋଙ୍କଠାରୁ ନିଜ ଇଚ୍ଛାରେ ମାସିକ ୧୫୦୦ ପାଉଣ୍ଡ ଭତ୍ତା ପାଉଛନ୍ତି। ରୋନାଲଡିନୋ ଉଭୟଙ୍କୁ ସମାନ ଭଲ ପାଉଥିବା ବେଳେ ଉଭୟଙ୍କୁ ସମାନ ଉପହାର ମଧ୍ୟ ଦେଇଥାନ୍ତି। ନିକଟରେ ଏକ ବିଦେଶ ଗସ୍ତ ବେଳେ ଅତର କିଣିବା ସମୟରେ ଜଣାପଡିଥିଲା।

ରୋନାଲଡିନୋ ଗତବର୍ଷ ଜାନୁୟାରୀରେ ଉଭୟଙ୍କୁ ନିର୍ବନ୍ଧରେ ବିବାହ ମୁଦି ପ୍ରଦାନ କରିଥିଲେ। ଅଗଷ୍ଟ ମାସରେ ବିବାହ ଅନୁଷ୍ଠିତ ହେବ। ରିଓର ବାରା ତିକୁକା ଜିଲ୍ଲାର ସାନ୍ତା ମୋନିକା କଣ୍ଡୋମିନିୟମ୍‌ରେ ଘରୋଇ ଅତିଥିଙ୍କୁ ନେଇ ଏହି ବିବାହ ଉତ୍ସବ ସୀମିତ ରହିବ। ଏହି ଘରେ ରୋନାଲଡିନୋ ୨୦୧୫ ମସିହାରୁ ରହି ଆସୁଛନ୍ତି।

କିନ୍ତୁ ଏହି ବିବାହ ଉତ୍ସବକୁ ରୋନାଲଡିନୋଙ୍କ ଭଉଣୀ ଡାଏସୀ ବର୍ଜନ କରିବେ। ବ୍ରାଜିଲର ଖ୍ୟାତାନାମା ଜର୍ଜ ଭର୍ସିଲୋ ବିବାହ ସମୟରେ ସଙ୍ଗୀତ ପରିବେଷଣ କରିବେ।

ସୂଚନାଯୋଗ୍ୟ, ନିଜ ପ୍ରେମ ସମ୍ପର୍କ କଥା ରୋନାଲଡିନୋ କେବେ ସାଧାରଣରେ ପ୍ରକାଶ କରି ନ ଥିଲେ। ହେଲେ ମହିଳାଙ୍କ ବନ୍ଧୁ ଓ ପରିବାର ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି। ରୋନାଲଡିନୋଙ୍କ ପ୍ରତିଟି ଇଭେଣ୍ଟକୁ ଏହି ଦୁଇମହିଳା ମଧ୍ୟ ଗସ୍ତ କରିଥାନ୍ତି। ଚଳିତ ବର୍ଷ ମାର୍ଚ୍ଚ ମାସରେ ନିଜର ଶାମ୍ୱା ସଂଗୀତ ଦଳ ସହିତ ଜାପାନ ଗସ୍ତ ବେଳେ ଉଭୟ ପ୍ରେମିକାଙ୍କ ସହିତ ଫଟୋକୁ ରୋନାଲ୍‌ଡିନୋ ଛାଡିବା ପରେ ଇନ୍‌ଷ୍ଟାଗ୍ରାମରେ ୩୨ ନିୟୁତ ଅନୁଗାମୀ ଏହାକୁ ପସନ୍ଦ କରିଥିଲେ।

ସପ୍ତାହକ ପରେ ସେମାନେ ରାଜଧାନୀ ବ୍ରାସିଲିଆରେ ମଧ୍ୟ ଏକତ୍ର ବୁଲୁଥିଲେ। ଏହି ଚର୍ଚ୍ଚିତ ଫୁଟ୍‌ବଲର୍‌ ମଧ୍ୟ ରୋମାରିଓଙ୍କ ଭଳି ରାଜନୀତିରେ ଯୋଗ ଦେଇଛନ୍ତି। ବ୍ରାଜିଲିଆନ ରିପବ୍ଲିକ୍‌ ପାର୍ଟି(ପିଆରବି)ର ନିର୍ବାଚନୀ ସଂଖ୍ୟା ୧୦ ଏବଂ ରୋନାଲ୍‌ଡିନୋଙ୍କ ବାର୍ସିଲୋନା ଜର୍ସି ସଂଖ୍ୟା ମଧ୍ୟ ୧୦। ହେଲେ ତାଙ୍କ ଅଣପାରମ୍ପରିକ ଜୀବନଶୈଳୀ ଦଳ ପାଇଁ ଭଲ ନୁହେଁ ବୋଲି କହି ଦଳୀୟ କର୍ମୀ ରୋନାଲଡିନୋଙ୍କ ବିବାହକୁ ବିରୋଧ କରୁଛନ୍ତି।

Related story