ମୋଦି ସରକାର ଆସିବା ପରେ  ମାଲାମାଲ ଶାହଙ୍କ ପୁଅ: ୫୦ ହଜାରର ବ୍ୟବସାୟ, ବର୍ଷକରେ ୮୦ କୋଟି

ନୂଆଦିଲ୍ଲୀ : ମାତ୍ର କେଇଟା ବର୍ଷ ଭିତରେ କୁବେର ପାଲଟିଗଲେ ବିଜେପି  ରାଷ୍ଟ୍ରୀୟ ସଭାପତି ଅମିତ ଶାହଙ୍କ ପୁଅ ଜୟ ଶାହ। ମୋଦି  ଦେଶର ପ୍ରଧାନମନ୍ତ୍ରୀ ହେବା ଏବଂ ଅମିତ ଶାହ ଦଳର ସଭାପତି ହେବା ପରେ ଜୟଙ୍କ କମ୍ପାନୀ ଟେମ୍ପଲ୍‌ ଏଣ୍ଟରପ୍ରାଇଜ୍‌ ଅପ୍ରତ୍ୟାଶିତ ଭାବେ ଲାଭବାନ ହୋଇଛି। ଧନ, ସମ୍ପତ୍ତି ଏବଂ ଐଶୂର୍ଯ୍ୟରେ ବାଦଶାହ ପାଲଟିଯାଇଛନ୍ତି ଅମିତ ଶାହଙ୍କ ପୁଅ ଜୟ।  ୨୦୧୪-୧୫ରେ ଜୟଙ୍କ କମ୍ପାନୀ ଟେମ୍ପଲ୍‌ ଏଣ୍ଟରପ୍ରାଇଜ୍‌ ପ୍ରାଇଭେଟ ଲିମିଟେଡ ମାତ୍ର ୫୦ ହଜାର […]

Rakesh Mallick
  • Published: Monday, 09 October 2017
  • , Updated: 09 October 2017, 07:19 PM IST

ନୂଆଦିଲ୍ଲୀ : ମାତ୍ର କେଇଟା ବର୍ଷ ଭିତରେ କୁବେର ପାଲଟିଗଲେ ବିଜେପି  ରାଷ୍ଟ୍ରୀୟ ସଭାପତି ଅମିତ ଶାହଙ୍କ ପୁଅ ଜୟ ଶାହ। ମୋଦି  ଦେଶର ପ୍ରଧାନମନ୍ତ୍ରୀ ହେବା ଏବଂ ଅମିତ ଶାହ ଦଳର ସଭାପତି ହେବା ପରେ ଜୟଙ୍କ କମ୍ପାନୀ ଟେମ୍ପଲ୍‌ ଏଣ୍ଟରପ୍ରାଇଜ୍‌ ଅପ୍ରତ୍ୟାଶିତ ଭାବେ ଲାଭବାନ ହୋଇଛି। ଧନ, ସମ୍ପତ୍ତି ଏବଂ ଐଶୂର୍ଯ୍ୟରେ ବାଦଶାହ ପାଲଟିଯାଇଛନ୍ତି ଅମିତ ଶାହଙ୍କ ପୁଅ ଜୟ।  ୨୦୧୪-୧୫ରେ ଜୟଙ୍କ କମ୍ପାନୀ ଟେମ୍ପଲ୍‌ ଏଣ୍ଟରପ୍ରାଇଜ୍‌ ପ୍ରାଇଭେଟ ଲିମିଟେଡ ମାତ୍ର ୫୦ ହଜାର ଟଙ୍କାର କାରବାର କରିଥିବା ବେଳେ ୨୦୧୫-୧୬କୁ ଏହା ୧୬,୦୦୦ ଗୁଣା ବୃଦ୍ଧି ପାଇଥିବା ଅଭିଯୋଗ ଆସିଛି। ଏବେ ତାଙ୍କ କାରବାର ୮୦ କୋଟିରେ ପହଞ୍ଚିଛି।

କମ୍ପାନୀର ବାଲାନ୍ସ ସିଟ୍‌ ରେକର୍ଡ଼ ଅନୁଯାୟୀ ମାର୍ଚ୍ଚ ୨୦୧୪-୧୫ରେ ୫୦ ହଜାର ଟଙ୍କାର କାରବାର ପରେ କମ୍ପାନୀ ୧୮,୭୨୮ଟଙ୍କା ଲାଭ କରିଥିବା ବେଳେ ୧୫-୧୬ରେ କମ୍ପାନୀର ଟର୍ଣ୍ଣ ଓଭର ୮୦.୫ କୋଟିରେ ପହଞ୍ଚି ଯାଇଥିଲା। ସେହିପରି ପ୍ରଥମରୁ କ୍ଷତିରେ ଚାଲୁଥିବା କମ୍ପାନୀ ହଠାତ୍‌ ଅକଳ୍ପନୀୟ ଲାଭକୁ ଆସିଯାଇଥିଲା।  ଏ ସମ୍ପକର୍କରେ ଦି ଓୟାର ନାମକ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ମୋଦି ଏବଂ ଅମିତ ଶାହଙ୍କୁ ଘେରିଛି କଂଗ୍ରେସ।

ଦଳର ଉପାଧ୍ୟକ୍ଷ ରାହୁଲ ଗାନ୍ଧି  ଅମିତ ଶହାଙ୍କ ପୁଅଙ୍କ କମ୍ପାନିର ତଦନ୍ତ ହେବା ଉଚିତ୍ ବୋଲି  ସେ କହିଛନ୍ତି।  ତେବେ  ମିଳିଥିବା ସୁଚନା ଅନୁଯାୟୀ ଦି ଓୟାର ବିରୋଧରେ ଅମିତଙ୍କ ପୁଅ ଶହେ କୋଟିର ମାନହାନି ମାମଲା କରିଥିବା ଜଣାପଡ଼ିଛି। ପୂର୍ବରୁ ଏହି ଖବର ପ୍ରକାଶ କରିଥିବା ୱେବସାଇଟ  ବିରୋଧରେ ମାନହାନି କରିବେ ବୋଲି ଚେତାବନୀ ଦେଇଥିଲେ ଜୟ।

Related story