ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ପ୍ରଦ୍ୟୁମ୍ନ ହତ୍ୟା ମାମଲାରେ ତିନିଦିନିଆ ରିମାଣ୍ଡ ଶେଷ ହେବା ପରେ ଅଭିଯୁକ୍ତ ନାବାଳକ ଛାତ୍ରକୁ ଅବଜରଭେସନ୍ ହୋମକୁ ପଠାଇ ଦିଆଯାଇଛି। ଜୁଭେନାଇଲ କୋର୍ଟରେ ହାଜର ପରେ ସିବିଆଇ ଆଉ ରିମାଣ୍ଡ ଆବେଦନ କରି ନଥିଲା, ଫଳରେ ଅଭିଯୁକ୍ତ ଛାତ୍ରଙ୍କୁ ଅବଜରଭେସନ୍ ହୋମକୁ ପଠାଇ ଦିଆଯାଇଛି। ଆସନ୍ତା ୨୨ ତାରିଖରେ ମାଲାର ପରବର୍ତ୍ତୀ ଶୁଣାଣି ହେବ। ସେପଟେ ଆଜି, ରିଆନ ସ୍କୁଲକୁ ଯାଇ ସରଜମିନ୍ ଯାଞ୍ଚ କରିଛି। ସିବିଆଇ ଆଜି ପିଟି ଶିକ୍ଷକଙ୍କୁ ପଚରାଉଚରା କରିଥିବା ସୂଚନା ମିଳିଛିା ଘଟଣା ଦିନର ସିସିଟିଭି ଫୁଟେଜରେ କିଛି ଚାଞ୍ଚଳ୍ୟକର ତଥ୍ୟ ସିବିଆଇକୁ ମିଳିଛିା ହତ୍ୟାକାଣ୍ଡ ଦିନର ୮ ସେକଣ୍ଡ ଭିଡିଓରେ ଅଭିଯୁକ୍ତ ପ୍ରଦ୍ୟୁମ୍ନକୁ ଡାକୁଥିବା ଦୃଶ୍ୟ ରହିଛିା ଯାହାକୁ ଅଣଦେଖା କରିଥିଲା ଗୁରୁଗ୍ରାମ ପୋଲିସା। ସିସିଟିଭିରେ କଏଦ ହୋଇଥିବା ସେହି ୮ ସେକଣ୍ଡର ଦୃଶ୍ୟ ମାମଲାକୁ ଭିନ୍ନ ମୋଡ଼ ଦେଇଥିଲା। ଅନ୍ୟପଟେ ମାମଲାରେ ଗିରଫ ବସ୍ ହେଲପର ଅଶୋକ କୁମାରଙ୍କ ଜାମିନ୍ ଆବେଦନର ଶୁଣାଣି ଆସନ୍ତା ୧୬ ତାରିଖରେ ହେବା। ସିବିଆଇ ଅଶୋକଙ୍କୁ ମାମଲାରେ କ୍ଲିନଟିଟ୍ ପ୍ରଦାନ କରିଛି।