ଶଶିକଳାଙ୍କ ଘରୁ ୧୭,୦୦୦ କୋଟି ଟଙ୍କା, ଗୁପ୍ତ ସୁଡ଼ଙ୍ଗ ଠାବ: ସୋସିଆଲ ମିଡିଆରେ ଭାଇରାଲ

ନୂଆଦିଲ୍ଲୀ: ଭାଇରାଲ ହେଲା ମିଛ ଖବର। ଏଆଇଏଡିଏମକେ ନେତ୍ରୀ ଭିକେ ଶଶିକଳାଙ୍କ ଘରୁ ଗୁପ୍ତ ସୁଡ଼ଙ୍ଗ ଠାବ। ସୁଡ଼ଙ୍ଗ ଭିତରୁ  ପ୍ରାୟ ୧୭,୦୦୦ କୋଟି ଟଙ୍କା ଜବତ । ସୋମବାର ସିବିଆଇ ପକ୍ଷରୁ ଚଢାଉ କରି  ଏହି ସୁଡ଼ଙ୍ଗ ଠାବ କରାଯାଇଥିଲା। ଏମିତି ଏକ ଖବର ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଥିଲା। ଟଙ୍କା ସହ ସୁନାଗହଣା ଜବତ ହୋଇଥିବାର ଫଟୋ ମଧ୍ୟ ହ୍ୱାଟସ୍‌ଅପ୍‌ରେ  ଘୁରି ବୁଲିଲା। କିନ୍ତୁ ଘଟଣାର ଯାଞ୍ଚ କରିବା ବେଳକୁ  ଏହାର କୌଣସି […]

Sasikala_Gives_14392

Ordigital Desk
  • Published: Thursday, 07 December 2017
  • , Updated: 07 December 2017, 01:05 PM IST

ନୂଆଦିଲ୍ଲୀ: ଭାଇରାଲ ହେଲା ମିଛ ଖବର। ଏଆଇଏଡିଏମକେ ନେତ୍ରୀ ଭିକେ ଶଶିକଳାଙ୍କ ଘରୁ ଗୁପ୍ତ ସୁଡ଼ଙ୍ଗ ଠାବ। ସୁଡ଼ଙ୍ଗ ଭିତରୁ  ପ୍ରାୟ ୧୭,୦୦୦ କୋଟି ଟଙ୍କା ଜବତ । ସୋମବାର ସିବିଆଇ ପକ୍ଷରୁ ଚଢାଉ କରି  ଏହି ସୁଡ଼ଙ୍ଗ ଠାବ କରାଯାଇଥିଲା। ଏମିତି ଏକ ଖବର ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଥିଲା। ଟଙ୍କା ସହ ସୁନାଗହଣା ଜବତ ହୋଇଥିବାର ଫଟୋ ମଧ୍ୟ ହ୍ୱାଟସ୍‌ଅପ୍‌ରେ  ଘୁରି ବୁଲିଲା। କିନ୍ତୁ ଘଟଣାର ଯାଞ୍ଚ କରିବା ବେଳକୁ  ଏହାର କୌଣସି ସତ୍ୟତା ନ ଥିବା ଜଣାପଡ଼ିଥିଲା।

ମୁମ୍ବାଇ ମିରର ରିପୋର୍ଟ ଅନୁଯାୟୀ, ହ୍ୱାଟସ୍‌ଅପ୍‌ରେ ଘୁରି ବୁଲୁଥିବା ଖବର ମିଛ । ସେହିପରି ଶଶିକଳାଙ୍କ ଘରୁ ବିପୁଳ ପରିମାଣରେ ସୁନାଗହଣା ଜବତ ନେଇ ଯେଉଁ ଖବର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ତାହା ମିଛ ବୋଲି ଜଣାପଡ଼ିଛି। ୨୦୦, ୫୦୦ ଏବଂ ୨୦୦୦ ଟଙ୍କିଆ ନୋଟ୍‌  ସମ୍ପର୍କରେ ଯେଉଁ ଫଟୋ ଭାଇରାଲ ହୋଇଥିଲା ତାହା ମୁମ୍ବାଇ ଷ୍ଟକ୍‌ ଏକ୍ସଚେଞ୍ଜରେ ଗତ ମାସ ଆୟକର ବିଭାଗ ପକ୍ଷରୁ ଜବତ କରାଯାଇଥିଲା। ସେହିପରି ସୁଡ଼ଙ୍ଗ ଫଟୋଟି ହେଉଛି ନଭିମୁମ୍ବାଇର। ନଭିମୁମ୍ବାଇର ଏକ ବ୍ୟାଙ୍କ ଲୁଟ୍‌ ପାଇଁ ସୁଡ଼ଙ୍ଗ ଖୋଳା ଯାଇଥିଲା। ଯାହାକୁ ପୋଲିସ ପର୍ଦ୍ଦାଫାସ କରିଥିଲା।

ନଭି ମୁମ୍ବାଇର ଜୁଇନଗର ସ୍ଥିତ ବ୍ୟାଙ୍କ ଅଫ୍ ବରୋଦା ଶାଖାରେ  ୩୦ ଫୁଟ୍‌ ଲମ୍ବର ସୁଡ଼ଙ୍ଗ ଠାବ କରାଯାଇଥିଲା। ଯାହାକୁ ଡକାୟତମାନେ ଖୋଳି ବ୍ୟାଙ୍କ ଲୁଟ୍‌ କରିଥିଲେ। ଏଥିସହ ଗତ ନଭେମ୍ବର ୧୭ ତାରିଖରେ ଦିଲ୍ଲୀର ସଞ୍ଜୟ ଗୁପ୍ତା ନାମକ ଜଣେ ଷ୍ଟକ୍‌ ଏକ୍ସଚେଞ୍ଜ ବୋକରଙ୍କ ଘରୁ ୧୧ କୋଟି ଟଙ୍କା ଏବଂ କିଛି ସୁନା ଜବତ କରାଯାଇଥିଲା। ଏ ସବୁ ଫଟୋକୁ ଯୋଡ଼ି ଶଶିକଳାଙ୍କ ଘରୁ ଜବତ ହୋଇଥିବା ମିଥ୍ୟା ପ୍ରଚାର ହୋଇଥିଲା। ତେବେ ଇତି ମଧ୍ୟରେ ଚେନ୍ନାଇର ଶଶିକଳାଙ୍କ ମାଲିକାନାରେ ଥିବା ଜୟା ଟିଭି ଉପରେ ଆୟକର ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା। ସୂଚନାଯୋଗ୍ୟ ଯେ, ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଦୋଶୀ ସାବ୍ୟସ୍ତ ହୋଇଥିବା ଶଶିକଳା ଏବେ ଜେଲରେ ଅଛନ୍ତି।

Related story